୨୦୨୦ ସୁଦ୍ଧା ବଜାରକୁ ଆସିବ ବେଣ୍ଟ ନ ଥିବା ଛତା

ଜାପାନ୍‌ର ଗୋଟିଏ କମ୍ପାନି ଏଭଳି ଏକ ଛତା ତିଆରି କରିଛନ୍ତି ଯେଉଁଥିରେ ବେଣ୍ଟ ନାହିଁ। ଏ ଛତା ଡ୍ରୋନ୍‌ ସାହାଯ୍ୟରେ ଚାଲୁଛି। ଏଥିରେ ସେନ୍‌ସର ଖଞ୍ଜା ଯାଇଥିବାରୁ ଏ ଛତା ଲୋକଟିର ମୁଣ୍ଡ ଉପରେ ଘୂରିବୁଲୁଥାଏ। ଏହାର ଓଜନ ୫ କିଲୋଗ୍ରାମ ହୋଇଥିବାରୁ ଏବେ ମାତ୍ର ପାଞ୍ଚ ମିନିଟ୍‌ ପାଇଁ ଉଡ଼ି ପାରୁଛି। ତେବେ ଏହାକୁ ଆହୁରି ଉନ୍ନତ କରିବା ପାଇଁ ଗବେଷଣା ଚାଲିଛି। ୨୦୨୦ ସୁଦ୍ଧା ଏହାକୁ ବଜାରକୁ ଅଣାଯିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର