ଅର୍ଜୁନଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟ ସର୍ବଶ୍ରେଷ୍ଠ ଧନୁର୍ଧର ଭାବେ ଘୋଷଣା କରି ସାରିଥାନ୍ତି। ସେହି ଘୋଷଣାକୁ ନେଇ ଅର୍ଜୁନଙ୍କ ମନରେ ପ୍ରବଳ ଗର୍ବ ଉପୁଜିଥାଏ। ସେ ନିଜକୁ ତ୍ରୈଲୋକର ଶ୍ର୍ରେଷ୍ଠ ଧନୁର୍ଧର ବୋଲି ଚିନ୍ତା କରୁଥାନ୍ତି। କଥାରେ ଅଛି ମନୁଷ୍ୟ ଭିତରେ ଗର୍ବ, ଅହଂକାର ସୃଷ୍ଟି ହୋଇଗଲେ ସେ ଈଶ୍ୱରଙ୍କୁ ବି ଛୋଟ ଭାବିବାର ଭୁଲ୍ କରି ବସେ। ଅର୍ଜୁନଙ୍କ ସହ ବି କିଛି ସେପରି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦିନେ ଏକ ସମୁଦ୍ରକୂଳରେ ଥିବା ପଥର ସେତୁ ଉପରେ ବସି ରାମ ଭକ୍ତ ହନୁମାନ ଜୟ ଶ୍ରୀରାମ ଜପ କରୁଥାନ୍ତି। ସେଠାରେ ଯାଇ ଅର୍ଜୁନ ପହଞ୍ଚିଲେ। ସେ ହନୁମାନଙ୍କୁ ତାଙ୍କ ପରିଚୟ ପଚାରିଲେ। ହନୁମାନ ନିଜକୁ ପ୍ରଭୁ ଶ୍ରୀରାମ ଭକ୍ତ ବୋଲି ଚିହ୍ନା ଦେଲେ।
ତ’ପରେ ଅର୍ଜୁନ ତାଙ୍କୁ କହିିଲେ ଏପରି ପଥର ସେତୁ କିଏ ବନାଇଛି। ମୋ ପରୀ ବୀର ସମ୍ମୁଖରେ ଏହି ସେତୁ ହସ ଯୋଗ୍ୟ। ମୋତେ ଯଦି କେହି ସେତୁ ବନାଇବାକୁ କହେ ମୁଁ ମୋ ବାଣରେ ସେତୁ ବନାଇବି। ପଥର ବଦଳରେ ଲୋକେ ତୀର ଉପରେ ଚାଲି ଯିବା ଆସିବା କରିବେ।
ହନୁମାନଙ୍କୁ ଏକଥା ବହୁ ଖରାପ ଲାଗିଲା। ପ୍ରଭୁ ଶ୍ରୀରାମ ବି ତ୍ରେତୈୟା ଯୁଗରେ ପଥର ସେତୁ କରିଥିଲେ ବୋଲି ଅର୍ଜୁନଙ୍କୁ କହିଲେ। ଅର୍ଜୁନ ଅହଂକାର ମିଶ୍ରିତ ସ୍ୱରରେ କହିଲେ କି ମୁଁ ଶୁଣିଛି ରାମଚନ୍ଦ୍ର କୁଆଡ଼େ ସର୍ବଶ୍ରେଷ୍ଠ ଧନୁର୍ଧର ଥିଲେ। ସେ ଏହି ସମାନ୍ୟ କାମ କରିପାରିଲେ ନାହିଁ?
ହମୁମାନ ସେତେବେଳେ ଖୁବ୍ କ୍ରୋଧରେ ଆସି ସାରିଥାନ୍ତି। ପ୍ରଭୁଙ୍କ ଅପମାନର ସେ ଉଚିତ ଶିକ୍ଷା ଦେବାକୁ ଚିନ୍ତା କଲେ। ତା’ପରେ ଅର୍ଜୁନଙ୍କୁ କହିଲେ କି ପ୍ରଭୁ ରାମଚନ୍ଦ୍ର ଯେଉଁ ସେତୁ କରିଥିଲେ ସେଥିରେ ଖାଲି ମାନବ ନୁହଁନ୍ତି ଆମ ପରି ବାନର ବି ଯିବା ଆସିବା କରୁଥିଲେ। ସେଥିପାଇଁ ସେ ପଥରରେ ସେତୁ ବନାଇଥିଲେ।
ଅର୍ଜୁନ କହିଲେ କି ମୁଁ ଯେଉଁ ସେତୁ ନିର୍ମାଣ କରିବି ସେଥିଲେ ତୁମ ପରି ଲକ୍ଷ ଲକ୍ଷ ବାନର ଗଲେ ବି ତାହ ଭାଙ୍ଗିବ ନାହିଁ। ହନୁମାନ ଅର୍ଜୁନଙ୍କୁ ସେପରି ସେତୁଟିଏ ନିର୍ମାଣ କରନ୍ତୁ ବୋଲି ବିନତୀ କଲେ। ଅର୍ଜୁନ ନିଜର ସାମର୍ଥ ମୁତାବକ ତୀରରେ ସେତୁ ବନାଇଲେ। ହନୁମାନ ଥରୁଟିଏ ସେ ସେତୁରେ ଯାଇ ପାଦ ରଖିବା ପରେ ସେତୁଟି ଭାଙ୍ଗିରୁଜି ଚୁର୍ମାର ହୋଇଗଲା। ଅର୍ଜୁନ ନିଜ ଭୁଲ୍ ବୁଝିପାରି ଈଶ୍ୱରଙ୍କୁ କ୍ଷମା ମାଗିଲେ।