ମାନ ସମ୍ମାନ ଲାଭଲାଗି ହନୁମାନଙ୍କ କୃପା ପ୍ରାପ୍ତ କରିବା ଆବଶ୍ୟକ , ଜାଣନ୍ତୁ କ’ଣ କୁହାଯାଇଛି ହନୁମାନ ଚାଳିସାରେ

ବଜରଙ୍ଗବାଲୀ ହନୁମାନଙ୍କ କୃପା ପ୍ରାପ୍ତ କରିଲେ ମନୁଷ୍ୟ ସକଳ କଷ୍ଟରୁ ମୁକ୍ତି ପାଇଥାଏ ଏବଂ ନିଜର ଇପସିତ ଫଳ ପ୍ରାପ୍ତ କରିଥାଏ ବୋଲି ହନୁମାନ ଚାଳିସାରେ କୁହାଯାଇଛି। ଯେଉଁ ଲୋକ ଧନାଭାବ ଯୋଗୁଁ ସମାଜରେ ସମ୍ମାନ ହାନି ହେଉଛି ବୋଲି ମନେ କରୁଛନ୍ତି ସେମାନେ ଏହାକୁ ଦୂର କରିବା ଲାଗି ହନୁମାନ ଚାଳିଶାର କେବଳ ଗୋଟିଏ ପଙ୍‌କ୍ତି ଗୁଡ଼ିକର ଅନ୍ୟୁନ ୧୦୮ ଥର ଜପ କରିପାରନ୍ତି।

ଯଦି କୌଣସି ବ୍ୟକ୍ତି ମାନ ସମ୍ମାନ ପାଇବା ପାଇଁ ଚାହୁଁଥାଏ ବା  ସର୍ବଗୁଣ ସଂପନ୍ନ ହେବାକୁ ଚାହୁଁଥାଏ ଏବଂ ଘର ପରିବାର,ସମାଜରେ ବର୍ଚସ୍ୱ ତିଆରି କରିବାକୁ ଚାହେଁ, ମାନ ସମ୍ମାନ ପ୍ରାପ୍ତ କରି ସୁଖୀ ହେବାକୁ ଚାହୁଁଥାଏ,ତେବେ ସେ ଶୋଇବାପୂର୍ବରୁ ଏହି ପଙ୍‌କ୍ତିର ଜପ କରିବା ଉଚିତ।
ଅଷ୍ଟ ସିଦ୍ଧି ନବନିଧି କେ ଦାତା।
ଅସବର ଦୀନ ଜାନକୀ ମାତା।।


ଏହି ପଙ୍‌କ୍ତି ଅନୁସାରେ ହନୁମାନ ଅଷ୍ଟସିଦ୍ଧି ଓ ନବନିଧିମାନଙ୍କର ଦାତା ଅଟନ୍ତି, ଯାହା ତାଙ୍କୁୁ ମାତା ସୀତା ପ୍ରଦାନ କରିଥିଲେ।ଯେଉଁ ଲୋକମାନଙ୍କ ପାଖରେ ଏହି ସିଦ୍ଧି ଓ ନିଧି ଆସିଥାଏ,ସେମାନେ ସମାଜ ଓ ଘର-ପରିବାରରେ ମାନ ସମ୍ମାନ ପ୍ରାପ୍ତ ହୋଇ ପ୍ରସିଦ୍ଧ ହୋଇଯାଆନ୍ତି।ଏହି ପଙ୍‌କ୍ତିରେ ଜପ ଦ୍ୱାରା ହନୁମାନଜୀ ଭକ୍ତ ଉପରେ କୃପା ବର୍ଷଣ କରିଥାଆନ୍ତି ଏବଂ ତା’ର ଦୁଃଖ ଦୂର କରିଥା’ନ୍ତି।। ମାନସମ୍ମାନ ପ୍ରାପ୍ତ କରିବା ଲାଗି ଆଗକୁ ମଧ୍ୟ ଉପଯୁକ୍ତ ପ୍ରୟାସ କରିବା ଦରକାର।

ସମ୍ବନ୍ଧିତ ଖବର