ବିହାରରେ ଦେଖିବାକୁ ମିଳିଲା ଫିଲ୍ମ ‘ଲୁକା ଛୁପି’ର ବାସ୍ତବ ଚିତ୍ର : ପ୍ରେମିକା ସହ ଲିଭ୍‌-ଇନ୍‌ରେ ରହୁଥିଲା ପ୍ରେମିକ, ଗାଁ ଲୋକେ କରାଇ ଦେଲେ ବିବାହ

ପାଟ୍‌ନା : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଲୁକା ଛୁପି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କୃତୀ ସାନୋନ୍‌ । ଫିଲ୍ମରେ ଉଭୟ ନାୟକ ଏବଂ ନାୟିକା ଲିଭ୍‌-ଇନ୍‌ରେ ରହୁଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଜଣା ପଡ଼ିବା ପରେ ସେମାନେ ଦୁହିଁଙ୍କ ବିବାହ କରାଇ ଦେଉଛନ୍ତି । ସେଭଳି ଏକ ଦୃଶ୍ୟ ବାସ୍ତବରେ ବିହାର ମଧୁବନୀରେ ଦେଖିବାକୁ ମିଳିଛି । ଉଭୟ ପ୍ରେମିକ-ପ୍ରେମିକା କାହାକୁ ନ ଜଣାଇ ଲିଭ୍‌ ଇନ୍‌ରେ ରହୁଥିଲେ । କିନ୍ତୁ ଏ ନେଇ ଜଣା ପଡ଼ିବା ପରେ ଗାଁ ଲୋକେ ଦୁହିଁଙ୍କ ବିବାହ କରାଇ ଦେଇଥିବା ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ, ଗୋଟେ ଗାଁର ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପରିବାର ଲୋକେ ରାଜି ନ ହେବାରୁ ଦୁଇ ଜଣ ଲିଭ୍‌ ଇନ୍‌ରେ ରହିବା ଆରମ୍ଭ କରିଥିଲେ । ଏ ନେଇ ଗାଁ ଲୋକେ ଜାଣିବା ପରେ ଦୁଇ ପରିବାରକୁ ବୁଝାଇ ପ୍ରେମୀଯୁଗଳଙ୍କ ବିବାହ କରିବାର ପ୍ରୟାସ କରିଥିଲେ । ଯାହା ପରେ ଦୁଇ ପକ୍ଷ ରାଜି ହେବା ସହ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର