ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଜ ବେତନରୁ ୪୦ପ୍ରତିଶତ ଦେଇଥାଆନ୍ତି ଏହି ବ୍ୟକ୍ତି

ରାଞ୍ଚି: ଆମ ଦେଶରେ ଶିକ୍ଷାର ସ୍ତର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ଦେଶରେ ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ପାଠପଢ଼ିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ନାହିଁ। ଏହି କ୍ରମରେ ଆସନ୍ତି ଝାଡଖଣ୍ଡର ଦେବ କୁମାର ବର୍ମା। ଥରେ ତାଙ୍କ ନିର୍ବାଚନ ଡିୟୁଟି କଟାରସ ଗ୍ରାମରେ ପଡ଼ିଥିଲା। ସେ ଏହି ସମୟରେ ଧନ୍‌ବାଦର ଏକ ସ୍ଥାନୀୟ ସ୍କୁଲକୁ ଆସିଥିଲେ। ତେବେ ସେଠାରେ ଛାତ୍ରଙ୍କ ଦ୍ୱାରା ଲିଖିତ କେତେକ ପତ୍ର ଥିବା ତାଙ୍କ ଆଖିରେ ପଡ଼ିଥିଲା। ଯେଉଁଥିରେ ଅନେକ ଶବ୍ଦଗତ ତ୍ରୁଟି ରହିଥିବାର ଦେବ ଦେଖିବାକୁ ପାଇଥିଲେ। ପତ୍ରରେ ଏତେ ତ୍ରୁଟି ଥାଇ ମଧ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ କିଭଳି ପିଲାମାନଙ୍କ ସେହି ପତ୍ରକୁ ଗ୍ରହଣ କରିଛନ୍ତି ସେ ନେଇ ଦେବଙ୍କ ମନରେ ପ୍ରଶ୍ନ ଉଙ୍କିମାରିଥିଲା ।

ସ୍କୁଲରେ ପିଲାମାନଙ୍କ ଏଭଳି ଶିକ୍ଷାସ୍ତରକୁ ଦେଖି ସେ ନିଜେ ଏକ ସ୍କୁଲ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦେବ ଓ ତାଙ୍କ ପତ୍ନୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କ ଦ୍ୱାରା ଯେତିକି ହୋଇପାରିବ ସେନେଇ ସେମାନେ ପ୍ରୟାସ ଆରମ୍ଭ କରିଥିଲେ। ପିଲାମାନଙ୍କ ଶିକ୍ଷାସ୍ତରକୁ ଉନ୍ନତ କରିବା ଥିଲା ଦେବଙ୍କ ପ୍ରଥମ ଲକ୍ଷ୍ୟ।

ଦେବ ତାଙ୍କ ପୈତୃକ ଘରେ ପିଲାମାନଙ୍କ ପାଇଁ ଏକ ଟ୍ୟୁସନ୍‌ ପଏଣ୍ଟ ଆରମ୍ଭ କରିଥିଲେ। ଏହି ପାଠଶାଳାକୁ ପିଲାମାନଙ୍କ ମାତା-ପିତା ବି ବହୁ ସମର୍ଥନ ଜଣାଇଛନ୍ତି। ଦେବ ଆରମ୍ଭ କରିଥିବା ଟ୍ୟୁସନ୍‌ ପଏଣ୍ଟ ଖୁବ୍‌ ଅଳ୍ପଦିନ ମଧ୍ୟରେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଥିଲା। ଏହି ବିଦ୍ୟାଳୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦେବ ପାଠପଢ଼ାଇ ଥାଆନ୍ତି। ଅନ୍ୟ ବିଦ୍ୟାଳୟମାନଙ୍କ ଭଳି ଦେବଙ୍କ ବିଦ୍ୟାଳୟରେ ଖେଳ ପଡ଼ିଆ, ଜଳ ସଂଯୋଗ, ଶୌଚାଳୟ ଆଦି ସୁବିଧା ରହିଛି। ପିଲାଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟ ରଖି ଦେବ ତାଙ୍କର ବେତନରୁ ୪୦ ପ୍ରତିଶତ ଏହି ସ୍କୁଲ ପାଇଁ ଖର୍ଚ୍ଚ କରିଥାଆନ୍ତି।

ଦେବଙ୍କ କହିବାନୁସାରେ, ‘ଆମେ ଯଦି ଗୋଟିଏ ଛାତ୍ରକୁ ବି ଶିକ୍ଷିତ କରି ଦେଉ ତାହା ଆମପାଇଁ ଯଥେଷ୍ଟ। ୨୦୧୪ରେ ଏକ ଛୋଟ ଟ୍ୟୁସନ୍‌ ପଏଣ୍ଟ ଭାବେ ପିଲାଙ୍କୁ ଶିକ୍ଷା ଦେଉଥିବା ଦେବଙ୍କର ଏହି ପାଠଶାଳ୨୦୧୫ ମାର୍ଚ୍ଚ ବେଳକୁ ଏହା ସମ୍ପୂର୍ଣ୍ଣ ବିଦ୍ୟାଳୟରେ ପରିଣତ ହୋଇଥିଲା। ଆଗାମୀ ବର୍ଷ ଦେବ ଭାଗାବାସ୍ତିରେ ଅନ୍ୟ ଏକ ସ୍କୁଲ ଖୋଲିବାର ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର