ଝିଅ ଜନ୍ମ ହେବାରୁ ନାଳରେ ଫିଙ୍ଗିଦେଲା ମା’, ନୂଆ ଜୀବନ ଦେଲା ବୁଲା କୁକୁର

ନୂଆଦିଲ୍ଲୀ : ହରିୟାଣାର କୈଥଲରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମା’ର ମମତାକୁ ହତ୍ୟା କରି ଜଣେ ମହିଳା ନିଜ ଶିଶୁକନ୍ୟାକୁ ପଲିଥିନ ବ୍ୟାଗ୍‌ରେ ଗୁଡ଼ାଇ ନାଳରେ ଫିଙ୍ଗି ଦେବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଛି । ସବୁଠାରୁ ବଡ଼ କଥା ହେଲା, ଜନ୍ମ କଲା ମା’ ମୃତ୍ୟୁ ମୁଖକୁ ଫିଙ୍ଗି ଦେବା ପରେ ବୁଲା କୁକୁର ପାଇଁ ଆଜି ନବଜାତ ନୂଆ ଜୀବନ ପାଇ ପାରିଛି । କେନ୍ଦ୍ର ସରକାରଙ୍କ ତରଫରୁ କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ପାଇଁ ଅନେକ ପ୍ରକାରର ପ୍ରୟାସ କରାଯାଉଥିଲେ ମଧ୍ୟ ଦେଶର ଅନେକ ସ୍ଥାନରୁ କନ୍ୟା ଭ୍ରୁଣ ହତ୍ୟା ଭଳି ମାମଲା ସାମ୍ନାକୁ ଆସୁଛି ।

ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ମହିଳାଜଣଙ୍କ ଜନ୍ମ ପରେ ଝିଅ ବୋଲି ଜାଣି ନବଜାତକୁ ପଲିଥିନରେ ଗୁଡ଼ାଇ ନାଳରେ ଫିଙ୍ଗି ଦେଉଛନ୍ତି । ଏହା ପରେ ବୁଲୁଥିବା କୁକୁରଟି ଆସି ନବଜାତକୁ ନାଳରୁ କାଢ଼ି ଆଣୁଛି । ବାଟରେ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖି ତୁରନ୍ତ ନବଜାତକୁ ଡାକ୍ତରଖାନାରେ ଭର୍ତ୍ତି କରାଉଛନ୍ତି । ଏବେ ଶିଶୁଟିର ଚିକିତ୍ସା ଚାଲିଥିଲେ ମଧ୍ୟ ତା’ର ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର ।

ସମ୍ବନ୍ଧିତ ଖବର