ମଣିଷ ଘୃଣାର ପାତ୍ର ନୁହେଁ; ମାତ୍ର ଏହି ଧରଣର ବ୍ୟକ୍ତିଙ୍କ ପ୍ରତି ସହିଷ୍ଣୁ ହେବା ନିଜ ପ୍ରତି ଅସମ୍ମାନ

ଏମିତିରେ ତ ଦେଖିବାକୁ ଗଲେ ଭଗବାନଙ୍କ କହିବା ଅନୁସାରେ କୌଣସି ବି ବ୍ୟକ୍ତି ଘୃଣା ପଦବାଚ୍ୟ ନୁହନ୍ତି। ସଂସାରରେ କାହାକୁ ବି ଘୃଣା କରିବା ନିଜର ଛୋଟପଣର ପରିଚୟ। ମାତ୍ର ଅର୍ଥଶାସ୍ତ୍ର ରଚୟିତା ତଥା ମହାନ ପଣ୍ଡିତ ଚାଣକ୍ୟଙ୍କ କହିବା ଅନୁସାରେ ଏମିତି କିଛି ବ୍ୟକ୍ତି ଆମ ଜୀବନରେ ଥାଆନ୍ତି ତାଙ୍କଠାରୁ ନିଜକୁ ଦୂରେଇ ରଖିବା ଆଦୌ ବି ପାପ ହୋଇନଥାଏ, ବରଂ ସେପରି କରିବା ଆବଶ୍ୟକ ହୋଇଥାଏ। ତେବେ, ଚାଣକ୍ୟଙ୍କ ମତରେ ସେମାନେ କିଏ? ଆସନ୍ତୁ ସେ ସଂପର୍କରେ ଆଲୋଚନା କରିବ।

ଭୁଲ୍‌ ପ୍ରତ୍ୟେକ ମଣିଷ ଦ୍ୱାରା ହୁଏ। ଏପରିକି ମର୍ତ୍ତ୍ୟ ଜନ୍ମ ନେଇ ଭଗବାନ୍‌ ବି ସେଥିରୁ ବାଦ୍‌ ପଡ଼ିନାହାନ୍ତି। ମାତ୍ର ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ଯେ ସେ ଭୁଲ୍‌ ଜ୍ଞାତ ଅବସ୍ଥାରେ ହୋଇଛି ନା ଅଜ୍ଞାତରେ। ଯଦି ଭୁଲ୍‌ ଅଜ୍ଞାତରେ ହୋଇଥାଏ ତେବେ ସେ ବ୍ୟକ୍ତି କ୍ଷମ୍ୟା ଯୋଗ୍ୟ। ଯଦି କେହି ଜାଣି ଜାଣି ଆପଣଙ୍କୁ କଷ୍ଟ ଦେବାକୁ କରନ୍ତି ତେବେ ତାଙ୍କ ପ୍ରତି ଅସହିଷ୍ଣୁ ହେବାର ଆପଣଙ୍କ ପାଖରେ ପୂରା ସ୍ୱାଧୀନତା ରହିଛି।

ଭୁଲ୍‌ର ବିଭିନ୍ନତା ରହିଛି। କେହି କେହି ଆତ୍ମୀୟ ଲୋକ ବେଳେ ବେଳେ ଆପଣଙ୍କ ବିଷୟରେ ଭଲ କରିବାକୁ ଯାଇ ଭାବପ୍ରବଣତା ବଶତଃ ଓଲଟା ଖରାପ କରି ବସନ୍ତି। ସେପରି ଏକ ଭୁଲ୍‌ ଆପଣଙ୍କ ପାଇଁ ସମସ୍ୟା ଠିଆ କରାଇଥାଇ ପାରେ ହୁଏତ, ମାତ୍ର ସେପରି ଭୁଲ୍‌ କରିଥିବା ବ୍ୟକ୍ତି ଆପଣଙ୍କ ଘୃଣା ପାଇବାର ଯୋଗ୍ୟ ନୁହଁନ୍ତି। ତାହାର ଠିକ୍‌ ବିପରୀତ ବ୍ୟକ୍ତିତ୍ୱର ବ୍ୟକ୍ତିଙ୍କୁ ଆପଣ ଘୃଣା କରିପାରନ୍ତି।

ଅଚିହ୍ନା ଲୋକଟିଏ ଯଦି ଆପଣଙ୍କ ପ୍ରତି ଅସହିଷ୍ଣୁତା ପ୍ରକାଶ କରନ୍ତି ତେବେ ତାଙ୍କ ପ୍ରତି ପ୍ରତିକ୍ରିୟାଶୀଳ ହେବା ଆପଣଙ୍କ ପକ୍ଷେ ଆଦୌ ଉଚିତ ନୁହେଁ। କେହି ପରିଚିତ ବ୍ୟକ୍ତି ଯଦି ବାରମ୍ବାର ଆପଣଙ୍କ ପ୍ରତି ନିଜର ଅସହିଷ୍ଣୁତା ପ୍ରକାଶ କରନ୍ତି ତେବେ ତାଙ୍କ ପ୍ରତି ସହିଷ୍ଣୁ ହେବା ଅର୍ଥାତ ନିଜ ଆତ୍ମସମ୍ମାନକୁ ବଳି ଦେବା ସହ ସମ୍ମାନ। ସେପରି ବ୍ୟକ୍ତିକୁ ଘୃଣା କରିବା ଆଦୌ ପାପ ନୁହେଁ।

ସମ୍ବନ୍ଧିତ ଖବର