ୟୁପିଏସି ପରୀକ୍ଷାରେ ଦ୍ୱାଦଶ ସ୍ଥାନରେ ରହିଥିବା ଦନ୍ତେଓ୍ଵାଡ଼ା ମହିଳା ପ୍ରଶାସନିକ ଚାକିରିରେ ରହି ନକ୍ସଲ ପ୍ରବଣ ଅଞ୍ଚଳ ପାଇଁ କାମ କରିବାକୁ ଚାହାନ୍ତି

ନୂଆଦିଲ୍ଳୀ: ନକ୍ସଲ ପ୍ରବଣ ଅଞ୍ଚଳ ଛତିଶଗଡ଼ର ଦନ୍ତେଓ୍ଵାଡ଼ାର ଜଣେ ଯୁବତୀ ୟୁପିଏସି ପରୀକ୍ଷାରେ ଦ୍ୱାଦଶ ସ୍ଥାନରେ ରହି ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣର କାରଣ ପାଲଟିଛନ୍ତି। ନର୍ମତା ଜୈନ ନାମକ ଏହି ଯୁବତୀଙ୍କ ଘର ଦନ୍ତେଓ୍ଵଡ଼ାର ଗିଦମ ସହରରେ। ସେ ୨୦୧୬ ସିଭିଲ୍‌ ସର୍ଭିସ ପରୀକ୍ଷାରେ ୯୯ ର‍୍ୟାଙ୍କ୍‌ରେ ରହିଥିଲେ। ସେବେଠାରୁ ସେ ହାଇଦ୍ରାବାଦ୍‌ରେ ଥିବା ସର୍ଦ୍ଦାର ବଲ୍ଲବଭାଇ ପଟେଲ୍‌ ନେସ୍‌ନାଲ୍‌ ପୁଲିସ୍‌ ଏକାଡେମିରେ ପୁଲିସ୍‌ ଚାକିରି ପାଇଁ ପ୍ରଶିକ୍ଷଣ ନେଉଛନ୍ତି।

ନର୍ମତା ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ମୁଁ ପିଲାଦିନରୁ ହିଁ ଜଣେ କଲେକ୍ଟର ହେବାକୁ ଚାହୁଁଥିଲି। ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲି ସେତେବେଳେ ଜଣେ ମହିଳା ଅଧିକାରୀ ମୋ ସ୍କୁଲ୍‌କୁ ଆସିଥିଲେ। ମୁଁ ଜାଣିବାକୁ ପାଇଲି ସେ ଜଣେ କଲେକ୍ଟର। ମୋତେ ସେ ବହୁତ ଭଲ ଲାଗିଥିଲେ। ସେବେଠାରୁ ମୁଁ କଲେକ୍ଟର ହେବା ପାଇଁ ଚାହୁଁଥିଲି।’

ନର୍ମତା ନକ୍ସଲ ପ୍ରବଣ ଅଞ୍ଚଳର ବିକାଶ ପାଇଁ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି କି ସେ ଯେଉଁ ଅଞ୍ଚଳରୁ ଆସିଛନ୍ତି ସେ ଅଞ୍ଚଳ ଖୁବ୍‌ ପଛୁଅ। ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟର ଯେପରି କିଛି ଗୁରୁତ୍ୱ ନାହିଁ। ସେ ପ୍ରଶାସନିକ ସେବାରେ ରହି ତାଙ୍କ ଅଞ୍ଚଳ ପାଇଁ କିଛଇ କରିବାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର