ଏଣିକି ମାଛ ଖାଇଲେ କିମ୍ବା ବିକ୍ରି କଲେ ଏଠାରେ ଦେବାକୁ ପଡ଼ିବ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, ହୋଇପାରେ ଜେଲ

ଡିମାପୁର: ନାଗାଲ୍ୟାଣ୍ଡରେ କ୍ରିଷ୍ଟିସିୟନ୍‌ ସାମିଲ ଥିବା ମାଛ ବିକ୍ରି ଉପରେ ଅଙ୍କୁଶ ଲଗାଯାଇଛି। ଏହି ମାଛକୁ ଖାଇବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ ବୋଲି ନାଗାଲ୍ୟାଣ୍ଡ ସରକାର ଖୁଲାସା କରିଛନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ଆଇନ ହିମା ଦୋ ଝିମୋମି ଏନେଇ ସୂଚନା ଦେଇଛନ୍ତି। ତେଣୁ କ୍ରିଷ୍ଟିସିୟନ୍‌ ସାମିଲ ଥିବା ମାଛ ବିକ୍ରି ଉପରେ ତିନିମାସ ପର୍ଯ୍ୟନ୍ତ ଅଙ୍କୁଶ ଲଗାଯାଇଛି।

ଝିମୋମିଙ୍କ କହିବାନୁସାରେ, ଖାଦ୍ୟ ସୁରକ୍ଷା ମାନକର ନିୟମ-୯ ଆଧାରରେ ମାଛକୁ ଅଧିକ ଦିନ ସଂରକ୍ଷଣ କରି ରଖିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରସାୟନିକ ପଦାର୍ଥ ମିଶ୍ରଣ କରାଯାଇଥାଏ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅଧିନିୟମ ଅନୁସାରେ ଫାରମୋଲିନ୍‌ର ବ୍ୟବହାର କରାଯାଉଥିବା ମାଛର ବିତରଣ, ବିକ୍ରି ଓ ଭଣ୍ଡାରିକରଣ ଉପରେ ଖାଦ୍ୟ ସୁରକ୍ଷା ଓ ମାନକ ଆକ୍ଟ ୨୦୦୬ ଜରିଆରେ ଅସୁରକ୍ଷିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ମାଛ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଅଧିସୂଚନା ଜାରି କରି ହିମାଦୋ ଚେତାବନୀ ଦେଇ କହିଛନ୍ତି, ଯିଏବି ଏହି ନିୟମକୁ ଭଙ୍ଗ କରିବ ତାକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।  ଖାଦ୍ୟ ସୁରକ୍ଷା ଓ ମାନକ ଆକ୍ଟ ୨୦୦୬ ନିୟମ ୫୯ ଧାରାରେ ଜେଲ ବି ହୋଇପାରେ।

ସମ୍ବନ୍ଧିତ ଖବର