ସ୍କୁଲ୍‌ର ଲାଷ୍ଟ୍‍ ବେଞ୍ଚର୍‌ ଦୃଷ୍ଟିହୀନ ସାଜିଲେ ୬୦୦ କର୍ମଚାରୀଙ୍କ ଅନ୍ନଦାତା;୧୫୦ କୋଟିର ବାର୍ଷିକ କାରବାର କରୁଥିବା ତାଙ୍କ କମ୍ପାନିର ନିବେଶକ ରତନ ଟାଟା

0 339

ହାଇଦ୍ରାବାଦ୍‌: ସ୍କୁଲ୍‌ରେ ସେ ଶେଷ ବେଞ୍ଚ୍‌ରେ ବସୁଥିଲେ, ଏଥିପାଇଁ ନୁହେଁ ଯେ ସେ ବହୁତ ଡେଙ୍ଗା ଥିଲେ। ଖେଳ ସମୟରେ ତାଙ୍କୁ ପଡ଼ିଆରୁ ବାହାର କରି ଦିଆଯାଉଥିଲା, ଏଥିପାଇଁ ନୁହେଁ ଯେ ସେ ଦୌଡ଼ି ପାରୁନଥିଲେ। କର୍ତ୍ତୃପକ୍ଷ ତାଙ୍କୁ କଳାରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ, ଏଥିପାଇଁ ନୁହେଁ ଯେ ସେ ବିଜ୍ଞାନ ଓ ଅଙ୍କରେ ଦୁର୍ବଳ ଥିଲେ। ଏପରି ଅନେକ କଥା ଅଛି ଯାହା ସେ କରିନାହାନ୍ତି, ଏଥିପାଇଁ ନୁହେଁ ଯେ ସେ କରିପାରିନଥାନ୍ତେ, ବରଂ ଏଥିପାଇଁ ଯେ ସେ ଜଣେ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କୁ ସୁଯୋଗ ଦିଆଯାଇନାହିଁ।

ଆଜି ଆମେ ଯାହାଙ୍କ ସଂପର୍କରେ କଥା ହେଉଛେ ସେ ହେଉଛନ୍ତି ସଫଳ ଶିଳ୍ପପତି ତଥା ବୋଲାଣ୍ଟ ଇଣ୍ଡଷ୍ଟ୍ରିର  ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀକାନ୍ତ ବୋଲା। ସେ ହେଉଛନ୍ତି ପ୍ରଥମ ଆନ୍ତର୍ଜାତିକ ଦୃଷ୍ଟିହୀନ ଛାତ୍ର, ଯାହାଙ୍କ ଅଧୀନରେ ଏବେ ସମୁଦାୟ ୬୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ପ୍ରାୟ ୪୦-୫୦% କର୍ମଚାରୀ ଦିବ୍ୟାଙ୍ଗ।

ତାଙ୍କ କମ୍ପାନିର ବାର୍ଷିକ କାରବାର ୧୫୦ କୋଟି। ତାଙ୍କ କମ୍ପାନିର ୭ଟି କାରଖାନା ରହିଛି। ତାଙ୍କ କମ୍ପାନିରେ ଦିନକୁ ୧୦୦ ଟନ୍‌ର କ୍ରାଫ୍ଟ ପେପର୍‌ ଉତ୍ପାଦନ ହୁଏ। ଏଗୁଡ଼ିକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଣ ହୁଏ । ପରିବେଶ ଅନୁକୂଳ ସାମ୍ରଗୀ ଯଥା; କାଗଜ ପ୍ଲେଟ୍‌, ବାଓ୍ଵଲ୍‌, ଖାଦ୍ୟ ଟ୍ରେ ଓ ପତ୍ର ପ୍ଲେଟ୍‌ ଆଦି ଏହି କମ୍ପାନିରେ କରାଯାଏ। ଖାଲି ସେତିକି ନୁହେଁ ଭିନ୍ନ ଧରଣର ବକ୍ସ , ସଲିଡ୍‌ ବୋର୍ଡ ବକ୍ସ, ଫ୍ଲେକ୍ସିବଲ୍‌ ପ୍ୟାକେଜିଂ ବକ୍ସ, ଖାଦ୍ୟ ପାତ୍ର, ଟିସୁ ପେପର୍‌ ଆଦି ତିଆରି ହୁଏ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି କମ୍ପାନିର ନିବେଶକମାନେ ହେଉଛନ୍ତି ଭାରତର ଜଣାଶୁଣା ଓ ପ୍ରତିଷ୍ଠାସମ୍ପନ୍ନ ବ୍ୟକ୍ତି ରତନ ଟାଟା, ସତିଶ ରେଡ୍ଡି, ଶ୍ରୀନି ରାଜୁ, ଏସ୍‌ପି ରେଡ୍ଡି, ଚାଲମାଲ୍ୟ ସେଟ୍ଟୀ, ରବି ମାନ୍ଥ ପ୍ରମୁଖ।

ସଫଳତା ପାଇବା ପରେ ଶ୍ରୀକାନ୍ତ କହନ୍ତି ‘ମୋର ଦୃଷ୍ଟିହୀନତା ହେତୁ ଯେତେବେଳେ ଅନ୍ୟ ସମସ୍ତ ଶିକ୍ଷା ସଂସ୍ଥା ମୋତେ ଅଣଦେଖା କରିଥିଲା ସେହି ସମୟରେ ମାସାଚୁସେଟ୍ସ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି) ମୋତେ ସୁଯୋଗ ଦେଇଥିଲା। ଯଦିଓ ମୁଁ ସ୍କୁଲ୍‌ରେ ଖେଳ ପଡ଼ିଆରୁ ତଡ଼ା ଖାଇଥିଲି ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ମୋତେ ଜାତୀୟ ସ୍ତରରେ କ୍ରିକେଟ୍‌ ଓ ଚେସ୍‌ ଖେଳିବାର ସୁଯୋଗ ମିଳିଥିଲା।’ ତାଙ୍କ ସଫଳତାର ଶ୍ରେୟ ସେ ଏମ୍‌ଆଇଟିକୁ ଦେଉଛନ୍ତି। ଏହାରୁ ପଢ଼ିବା ପରେ ସେ ଶିଳ୍ପପତି ହେବା ଲାଗି ସ୍ଥିର କରିଥିଲେ। ଏମ୍‌ଆଇଟି ତାଙ୍କ ଭିତରେ ସାହସ ଓ ଅାତ୍ମବିଶ୍ବାସ ଅାଣିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.