କେଉଁ କାରଣ ପାଇଁ ଚପଲ ଛାଡ଼ି କଠଉ ପିନ୍ଧିବା ଅଭ୍ୟାସ କରିବା ଦରକାର? ଆସନ୍ତୁ ଜାଣିବା

କେବେ ଆପଣ ବିନା ଚପଲ ବା ଗୋଟେ ପ୍ରକାରର ଚପଲ ପିନ୍ଧି ବାହାରକୁ ଯିବା କଥା ଭାବିଛନ୍ତି କି? ଆଜିକାଲି କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ ଅନୁଯାୟୀ ଚପଲ ପିନ୍ଧିଥାନ୍ତି । ଏହା ଆମ ଶରୀରରକୁ କ୍ଷତି ପହଞ୍ଚାଉଛି ବୋଲି ଜାଣି ମଧ୍ୟ ଟ୍ରେଣ୍ଡରେ ରହିବା ପାଇଁ ଲୋକମାନେ ନିଜ ସ୍ୱାସ୍ଥ୍ୟ କଥା ଭୁଲି ଯାଉଛନ୍ତି । ଆଜିକାଲି ବିଭିନ୍ନ କମ୍ପାନି ଏହି ସବୁ ଜିନିଷକୁ ବିକ୍ରି କରୁଥିବା ବେଳେ ଦିନକୁ ଦିନ ଲୋକମାନେ ଏହାକୁ ଅଧିକମାତ୍ରାରେ ବ୍ୟବହାର କରିବା ଆରମ୍ଭ କରୁଛନ୍ତି । ପ୍ରତି ଜିନିଷରେ କିଛି ଉପକାରିତା ଏବଂ ଅପକାରିତା ରହିଥିବା ବେଳେ ଆଜିକାଲି ମିଳୁଥିବା ଜିନିଷରେ ଉପକାରିତା କମ ଅପକାରିତା ଅଧିକ ରହିଛି । ଏବେ ଭିନ୍ନ ଭିନ୍ନ ପ୍ରକାରର ଜୋତା ବଜାରରେ ମିଳୁଥିବା ବେଳେ ପ୍ରାଚୀନ କାଳରେ ସମସ୍ତେ ଏକମାତ୍ର କଠଉକୁ ବ୍ୟବହାର କରୁଥିଲେ। ବିଶେଷ କରି ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉର ବ୍ୟବହାର ଅଧିକ ମାତ୍ରରେ କରୁଥିଲୋ ଏବେ ଏହାର ବ୍ୟବହାର ଖୁବ୍‌ କମ ହେଉଥିବା ବେଳେ ଆଜିକା ଦିନରେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ୍‌ ବୋଲି କୁହାଯାଇଛି । କଠଉ ପିନ୍ଧିବା ପରେ ଶରୀରକୁ ଅନେକ ଲାଭ ମିଳୁଥିବାରୁ କଠଉ ପିନ୍ଧିବା ସ୍ୱାସ୍ଥ୍ୟପାଇଁ ଭଲ ବୋଲି ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା କଠଉ ପିନ୍ଧିଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

Pinterest

୧.ଏହାକୁ ତିଆରି କରିବା ପାଇଁ କୌଣସି ପଶୁର ହତ୍ୟା କରାଯାଇ ନ ଥାଏ ।
୨.ଏହାକୁ ପିନ୍ଧିଲେ ଶରୀରର ମୁଦ୍ରା ସନ୍ତୁଳିତ ହୋଇ ରହିଥାଏ, ଯାହା ଆଜିକାଲି ମିଳୁଥିବା ହିଲ୍‌ସ ପିନ୍ଧିବା ଦ୍ୱାରା ଖରାପ ହୋଇ ଯାଇଥାଏ ।
୩.ଏହାକୁ ପିନ୍ଧିବା ଦ୍ୱାରା ଶରୀରର ଶିରାପ୍ରଶିରାକୁ ଆରାମ ମିଳିଥାଏ ।
୪.ଏହାକୁ ପିନ୍ଧିବା ପରେ ପାଦର ଶିରାକୁ ଆରାମ ମିଳିବା ସହ ମସ୍ତିଷ୍କକୁ ଶାନ୍ତି ମିଳିଥାଏ, ଯାହା ଆଜିକାଲି ମିଳୁଥିବା ଜୋତାରୁ ମିଳିପାରୁ ନାହିଁ ।

ସମ୍ବନ୍ଧିତ ଖବର