ବାଧା ଉପୁଜାଇ ପାରିଲାନି ଅଚଳ ହାତ, ଜାଣନ୍ତୁ ଆୟକର ଅଧିକାରୀ ଆନନ୍ଦୀଙ୍କ ପ୍ରେରଣାଦାୟକ କାହାଣୀ

କୋଏମ୍ବାଟୋର: ବାହାନା ହିଁ ମଣିଷକୁ ପଙ୍ଗୁ ସଜାଇ ଦିଏ। ଇଚ୍ଛା ଶକ୍ତି ଥିଲେ ସଂସାରର କୌଣସି ଶକ୍ତି ‌ଯେ ରାସ୍ତା ଅବରୋଧ କରିପାରେ ନାହିଁ ତାହା ପ୍ରମାଣ କରି ଦେଖାଇଛନ୍ତି କୋଏମ୍ବାଟୋରର ଆର୍ ଆନନ୍ଦୀ। ଏହି ଆୟକର ଅଧିକାରୀଙ୍କ ଗୋଟାଏ ହାତ ଅଚଳ ହୋଇଥିଲେ ମଧ୍ୟ ତାଙ୍କର ସେ ଅଚଳ ହାତକୁ କେବେ ବି ନିଜ କର୍ତ୍ତବ୍ୟ ମଝିରେ ଆସିବାକୁ ଦେଇନାହାନ୍ତି ଆନନ୍ଦୀ।

ମଠା ଶାଢ଼ି ପିନ୍ଧି ହାତରେ ଫାଇଲ୍‌ ଧରିଥିବା ଏହି ଅନନ୍ଦୀଙ୍କ ମୁହଁରେ ସର୍ବତା ଆତ୍ମବିଶ୍ବାସର ଚମକ ଛଡ଼ା ଆଉ କିଛି ଦିଶେ ନାହିଁ। ଯୁବାବସ୍ଥାରୁ ହିଁ ଏକ ସଂକ୍ରମଣର ଶିକାର ହେବା ପରେ ଆନନ୍ଦୀଙ୍କର ଏକ ହାତ ଅଚଳ ହୋଇଯାଇଥିଲା। ତାଙ୍କୁ ପିଲାଟି ଦିନରୁ ହିଁ ଯଦି କିଛି ଜିନିଷ ପସନ୍ଦ ନଥିଲା ତାହା ହେଉଛି ଅନ୍ୟର ସମବେଦନା। ଅଚଳ ହାତ ପାଇଁ ଅନ୍ୟର ଚୁ ଚାକର ସହି ଜୀବନ ଜିଇଁବା ଆନନ୍ଦୀଙ୍କ ପାଇଁ ବୋଝ ପାଲଟି ଯାଇଥିଲା ଯେପରି।

ସେ ମନକୁ ଟାଣ କଲେ। ଶିକ୍ଷାକୁ ନିଜର ଦମ୍ଭ ବନାଇଲେ। ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆନନ୍ଦୀ ନିଜ ଚେଷ୍ଟା ବଳରେ ଦଶମ ପରୀକ୍ଷାରେ ତ ଭଲ କଲେ ତା ସହ ଯୁକ୍ତ ୨ରେ କ୍ଲାସ୍‌ ଟପ୍ପର ମଧ୍ୟ ହେଲେ। ଗ୍ରାଜୁଏସନ୍ ପୂରା କରିବା ପରେ ପ୍ରଥମ ଚେଷ୍ଟାରେ ହିଁ ଚକିରି ପାଇଲେ। ଅନ୍ୟର ସହାୟତା ବିନା ଉଭୟ ଘରେ ଓ ଅଫିସ୍‌ କାର୍ଯ୍ୟରେ ନିପୁରତା ଦେଖାଇ ସମସ୍ତଙ୍କ ପାଇଁ ପାଲଟିଗଲେ ଜୀବନ୍ତ ଉଦାହରଣ।

ସମ୍ବନ୍ଧିତ ଖବର