ବଜାରକୁ ଆସିଲା ସବୁଠୁ ଶସ୍ତା ବ୍ୟାଟେରି ଚାଳିତ ସ୍କୁଟର, ଥରେ ଚାର୍ଜ କଲେ ଚାଲିପାରିବ ୬୫ କିଲୋମିଟର!

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଏହାର ସିଧା ପ୍ରଭାବ ପଡୁଛି। ଯାହାକୁ ନେଇ ସାରା ଦେଶରେ ଜନଅସନ୍ତୋଷ ଦେଖାଦେଇଛି। ତୈଳଦର ବୃଦ୍ଧି ଯୋଗୁଁ ଗାଡିଚାଳକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏପରି ପରିସ୍ଥିତିରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ହିରୋ କମ୍ପାନୀ ‘ଫ୍ଲାସ୍‌’ ନାମକ ନୂଆ ମଡେଲର ସ୍କୁଟର ଲଂଚ କରିଛି। ଯାହା ପେଟ୍ରୋଲ କି ଡିଜେଲରେ ନୁହେଁ ବରଂ ବ୍ୟାଟେରିରେ ଚାଲିବ। ଏହି ବ୍ୟାଟେରି ଥରେ ମାତ୍ର ଚାର୍ଜ ହୋଇଗଲେ ପାଖାପାଖି ୬୫ କିଲୋମିଟର ଚାଲିପାରିବ।

ହିରୋ କମ୍ପାନୀର ଏହି ସ୍କୁଟରଟି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ଇଲୋକ୍ଟ୍ରୋନିକ୍‌ ବ୍ୟାଟେରୀ ଦ୍ୱାରା ଚାଲିବ। ଏହି ସ୍କୁଟି ଦେଖିବାକୁ ବହୁତ ଷ୍ଟାଇଲିଷ୍ଟ ଏବଂ ଏଥିସହିତ ହିଁ ଏହାର ଅଏଲ ହ୍ଵିଲ୍ସ, ଟେଲିସ୍କୋପିକ୍‌ ସସ୍ପେନ୍‌ସନ ଏବଂ ସିଟର ତଳେ ଦିଆଯାଇଥିବା ଲଗେଜ ବକ୍ସ ଲୋକଙ୍କୁ ବେଶ୍‌ ଆକର୍ଷିତ କରିଛି। ଏହି ସ୍କୁଟିରେ ୪୦ ଭୋଲ୍‌ଟେଜର ବ୍ୟାଟେରୀ ବ୍ୟବହୃତ। ଯାହାକି ୭ରୁ ୮ ଘଂଟା ଭିତରେ ସଂପୂର୍ଣ୍ଣ ଭାବରେ ଚାର୍ଜ ହୋଇଯାଇଥାଏ।

ତେବେ ଏହି ଗାଡିର ଖାସ୍‌ କଥା ହେଲା କି, ଏହି ସ୍କୁଟି ଥରେ ମାତ୍ର ଚାର୍ଜ ହୋଇଗଲା ପରେ ଏହା ପାଖାପାଖି ୬୫ କିଲୋମିଟର ଦୂର ଅତିକ୍ରମ କରିବାର କ୍ଷମତା ରଖିଥାଏ। ସେହିପରି ଏହି ଗାଡିର ଫିଚର୍ସ ଯେଭଳି ଉନ୍ନରମାନର ରହିଛି , ଠିକ୍‌ ସେହିଭଳି ଏହାର ଦାମ ମଧ୍ୟ ଲୋକଙ୍କୁ ସୁହାଇଲା ଭଳି ରହିଛି। ତେବେ ଏହି ସ୍କୁଟିର ସୋରୁମ ଦାମ ରହିଛି ମାତ୍ର ୧୯,୯୯୦ ଟଙ୍କା ଅର୍ଥାତ୍‌ ଅନରୋଡ ଏହି ଗାଡି ଆପଣଙ୍କୁ ମାତ୍ର ୨୫ ହଜାର ଟଙ୍କା ଭିତରେ ମିଳିଯିବ।

ସମ୍ବନ୍ଧିତ ଖବର