ଭାଇରାଲ୍ ହେଲା ଜୋମାଟୋ ଡେଲିଭରି ବୟଙ୍କ ହସ ଭିଡିଓ, ଚର୍ଚ୍ଚା କଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀ
ନୂଆଦିଲ୍ଲୀ: ଜୋମାଟୋର ଡେଲିଭରି ବୟଙ୍କୁ ନେଇ ପୂର୍ବରୁ ଅନେକ ଘଟଣା ଘଟିଛି। ନିକଟରେ ଜୋମାଟୋର ଜଣେ ‘ହାପି ରାଇଡର୍’ଙ୍କ ହସ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଛି। ଡେଲିଭରି ବୟଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାହାକୁ ନେଇ ମଜା ମଜା କମେଣ୍ଟ ସବୁ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
— राष्ट्र सेवक (@frankmartynn) February 28, 2020
ଡେଲିଭରି ବୟଙ୍କ ନାମ ସୋନୁ। ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ତାଙ୍କୁ ପଚାରୁଛନ୍ତି କି, ତୁମେ ଜୋମାଟୋରୁ କେତେ ଟଙ୍କା ରୋଜଗାର କରି ଦେଉଛ? ଡେଲିଭରିି ବୟ ଜଣକ ଉତ୍ତର ଦେଉଛନ୍ତି, ଦିନକୁ ୩୫୦ ଟଙ୍କା। ପୁଣି ବ୍ୟକ୍ତି ଜଣକ ତାଙ୍କୁୁ କେତେ ଘଣ୍ଟା କାମ କରୁଛନ୍ତି ବୋଲି ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସୋନୁ କହିଛନ୍ତି, ୧୨ ଘଣ୍ଟା। ଜୋମାଟୋ ପକ୍ଷରୁ ଖାଇବାକୁ ମିଳେ କି? ଏ ପ୍ରଶ୍ନର ଉତ୍ତର ଦେଇ ଡେଲିଭରି ବୟ ଜଣକ କହୁଛନ୍ତି କି, ଗ୍ରାହକ ଖାଦ୍ୟ ବାତିଲ୍ କରିଦେଲେ ସେ ଖାଦ୍ୟ ଆମର ହୋଇଯାଏ।
Professor : For theory exam, roll number 1-65 will sit in lecture hall 1 and 66-130 will sit in lecture hall 2.
Me, roll no 65, with multiple parchis/ farras in my pocket : pic.twitter.com/NaU50k3oQ8
— THE SKIN DOCTOR (@theskindoctor13) February 28, 2020
ତାଙ୍କୁ ଯେତେବେଳେ ବ୍ୟକ୍ତି ଜଣକ ପଚାରିଲେ କି ଗ୍ରାହକଙ୍କ ପାଇଁ ଖାଦ୍ୟ ନେଉଥିବା ବେଳେ ତୁମେ କେବେ ଖାଇଛ କି? ସୋନୁ ହସି ହସି ମନା କରି ଦେଇଛନ୍ତି। ଜୋମାଟୋ ବିରୋଧରେ ସେ ନିଜର ଟିକେ ବି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ଜୋମାଟୋ ଟଙ୍କା ଓ ଖାଦ୍ୟ ଉଚିତ ସମୟରେ ଦେଇଦିଏ ବୋଲି ସେ କହିଛନ୍ତି।