ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଏହି ମନ୍ଦିରରେ ଆଶ୍ରୟ ମିଳେ, ଅତିଥି ଭଳି ଚର୍ଚ୍ଚା କରାଯାଏ !

ଭାରତ ହେଉଛି ଏକ ବିସ୍ମୟ ଦେଶ । ଏହି ଦେଶର କଳା ସଂସ୍କୃତି ବି ସବୁଠାରୁ ଅଲଗା, ନିଆରା । ହିମାଚଳ ପ୍ରଦେଶ, ଯାହା ଭାରତର ଅନ୍ୟତମ ସଂସ୍କୃତି ସଂପନ୍ନ ରାଜ୍ୟ ଭାବେ ପରିଗଣିତ ହୋଇଥାଏ, ସେଠାକାର ରୀତିନୀତି ଅଲଗା । ହିମାଚଳ ପ୍ରଦେଶର କୁଲ୍ଲର ଶାଙ୍ଘଡ଼ ଗ୍ରାମରେ ଅବସ୍ଥିତ ଭଗବାନ ଶିବଙ୍କର ଏପରି ଏକ ମନ୍ଦିର ଅଛି, ଯେଉଁଠି ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟ ମିଳିଥାଏ । ମହାଦେବ ଶିବଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ ।

ଏହି ମନ୍ଦିରର ବିଶେଷତ୍ୱ ହେଲା , ଯେ ଯେଉଁ ପ୍ରେମୀ ଯୁଗଳ ଘରୁ ଲୁଚି ବିବାହ ଉଦ୍ଦେଶ୍ୟରେଏହି ମନ୍ଦିରକୁ ପଳାଇ ଆସିଥାଆନ୍ତି, ଯେତେଦିନ ଯାଏଁ ଏହି ମନ୍ଦିର ସୀମାରେ ସେମାନେ ରହିଥାଆନ୍ତି, ସେମାନଙ୍କୁ ମନ୍ଦିର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ପ୍ରେମୀଯୁଗଳଙ୍କର କେହି କିଛି କରିପାରନ୍ତି ନାହିଁ । ଥରେ ମନ୍ଦିର ପରିସର ଭିତରକୁ ସେମାନେ ଆସିଲେ, ମହାଦେବଙ୍କର ଶରଣରେ ରହିଥାଆନ୍ତି । ସେ ସ୍ଥାନକୁ ପୁଲିସ୍‌ ଯାଆନ୍ତି ନାହିଁ । ପିତାମାତାଙ୍କ ଠାରୁ ଅଭିଯୋଗ ପାଇଲେ ବି ପୁଲିସ୍‌ ମନ୍ଦିର ପରିସରରୁ ପ୍ରେମୀଯୁଗଳଙ୍କୁ ଗିରଫ କରନ୍ତି ନାହିଁ। ମଦ, ଅନ୍ୟ ମାଦକ ଦ୍ରବ୍ୟ, ଚମଡ଼ାର ଜିନିଷ ଏହି ମନ୍ଦିରକୁ ନେବା ନିଷିଦ୍ଧ ଅଟେ । ଏହି ମନ୍ଦିରକୁୁ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ନେବା ମଧ୍ୟ ଅନୁଚିତ । ବଡ଼ ପାଟିରେ ମଧ୍ୟ କଥା ହେବା ଅନୁଚିତ । ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ଏହି ମନ୍ଦିରରେ ଅତିଥି ଭଳି ସମ୍ମାନ ମିଳେ ଏବଂ ପୂଜାରୀ ମଧ୍ୟ ତାଙ୍କର ଅତିଥି ଚର୍ଚ୍ଚା କରନ୍ତି । କୁହାଯାଏ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏହି ମନ୍ଦରରେ ରହିଥିଲେ । ସେହି ସମୟରେ କୌରବମାନେ ସେମାନଙ୍କ ପିଛା କରିି ଏହି ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ମହାଦେବ ତାଙ୍କୁ ପରିସର ଭିତରେ ପ୍ରବେଶ କରିବାକୁ ଅନୁମତି ନ ଦେଇ କହିଥିଲେ କି, ଏହା ମୋର କ୍ଷେତ୍ର ଏବଂ ଯିଏ ଏଠାକୁୁ ଆସିବ ମୁଁ ତାଙ୍କର ରକ୍ଷା କରିବି ।’ ଭଗବାନ ଶିବଙ୍କ ଭୟରେ କୌରବମାନଙ୍କୁ ଫେରିବାକୁ ପଡ଼ିଥିଲା । ସେହି ଦିନ ଠାରୁ ଯେଉଁ ବ୍ୟକ୍ତି ଏହି ସ୍ଥାନକୁ ଆସିଥାଆନ୍ତି, ଯାହାଙ୍କୁ ସମାଜ ପଚାରେ ନାହିଁ ଏବଂ ପ୍ରେମକୁ ସ୍ୱୀକାର କରେ ନାହିଁ, ଏପରି ଲୋକମାନଙ୍କୁ ଏହି ମନ୍ଦିରରେ ଶରଣ ମିଳିଥାଏ ଏବଂ ସେମାନେ ସୁରକ୍ଷିତ ଭାବରେ ରହିଥାଆନ୍ତି ।

ସମ୍ବନ୍ଧିତ ଖବର