କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ ଏଚ୍‌ଆଇଭି ପୀଡ଼ିତ ମହିଳା

ନୂଆଦିଲ୍ଲୀ : ଏଚ୍‌ଆଇଭି ଏଡ୍‌ସ ଏକ ଏମିତି ରୋଗ ଯାହାର ନାଁ ଶୁଣିଲେ ହିଁ ଲୋକେ ଡ଼ରି ଯାଇଥାନ୍ତି । ଏହି ରୋଗ ପାଇଁ କୌଣସି ସ୍ଥାୟୀ ଚିକିତ୍ସା ଏ ପର୍ଯ୍ୟନ୍ତ ବାହାରି ପାରି ନ ଥିବା ବେଳେ ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ନିଜେ ଜଣେ ଏଚ୍‌ଆଇଭି ପୀଡ଼ିତ ବୋଲି ଜାଣିବା ପରେ ଜଣେ ମହିଳା ଯାହା କରିଛନ୍ତି, ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ୟର ଜୀବନ ବଞ୍ଚାଇବା ପାଇଁ କିଡ୍‌ନୀର ଆବଶ୍ୟକତା ଥିବା ଜାଣି ଜଣେ ଏଚ୍‌ଆଇଭି ପୀଡ଼ିତ ମହିଳା ନିଜ କିଡ୍‌ନୀ ଦାନ କରିଛନ୍ତି । ୩୫ ବର୍ଷୀୟ ନୀନା ମାରାଟିନେଜ୍‌ ଜଣେ ଏଚ୍‌ଆଇଭି ରୋଗୀଙ୍କୁ ହିଁ କିଡ୍‌ନୀ ଦେଇଥିବା ଜଣାପଡ଼ିଛି ।

edition.cnn.com

ସୋମବାର ନୀନାଙ୍କର ସଫଳ ଅସ୍ତ୍ରୋପଚାର କରାଯିବା ସହ କିଡ୍‌ନୀ କଢ଼ାଯାଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଯେଉଁ ରୋଗୀଙ୍କୁ ନୀନା କିଡ୍‌ନୀ ଦେଇଛନ୍ତି ତାଙ୍କୁ ଏବେ ଡାୟାଲିସିସ୍‌ କରିବାକୁ ପଡ଼ିବ ନାହିଁ ବୋଲି ଡ଼ାକ୍ତର କହିଛନ୍ତି । ଏକ ସାକ୍ଷାତକାର ଦେଇ ନିଜର ଏଭଳି କାମ କରିବା ପଛର କାରଣ ଜଣାଇଛନ୍ତି ନୀନା । ତାଙ୍କ କହିବା ଅନୁଯାୟୀ, ଲୋକାମାନେ ମୋ ଭଳି ଏଚ୍‌ଆଇଭି ପୀଡ଼ିତ ଲୋକମାନଙ୍କୁ ମୃତ୍ୟୁର ଉତ୍ସ ବୋଲି ଭାବିଥାନ୍ତି । କିନ୍ତୁ ମୁଁ ଜଣଙ୍କ ଜୀବନ ବଞ୍ଚାଇ ସେଭଳି ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରିଛି । ଛୋଟ ବେଳେ ଭୁଲ ରକ୍ତ ଚଢ଼ାଇ ଦିଆଯିବା ପରେ ମୁଁ ଏଚ୍‌ଆଇଭିର ଶିକାର ହୋଇଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର