କାର୍‌କୁ ଧକ୍କା ଦେଲା ଟ୍ରେନ୍‌: କାର୍‌ ଭାଙ୍ଗିରୁଜି ଚୁର୍‌ମାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ଲସ୍‌ ଆଞ୍ଜେଲ୍‌ସ: ସାହସ ଭଲ, ମାତ୍ର ଦୁଃସାହସ ବେଳେ ବେଳେ ଅସୁବିଧାରେ ପକାଇଥାଏ। ଲସ୍ ଆଞ୍ଜେଲ୍‌ସର ଜଣେ ବିଏମ୍‌ଡବ୍ଲୁ ଚାଳକ ଦୁଃସାହସ କରିବା ସତ୍ତ୍ବେ ବି ଯଦିଓ ତାଙ୍କର ବିଶେଷ କ୍ଷତି ଘଟିନାହିଁ, ମାତ୍ର ଏପରି ସବୁବେଳେ ହୋଇ ନଥାଏ। ଚାଳକ ଜଣକ ଗାଡ଼ି ଚଳାଇ ରେଳ ଧାରଣା ସମ୍ମୁଖ‌କୁ ପଳାଇ ଆସିବା ପରେ ରେଳ ଧାରଣାରେ ଆସୁଥିବା ଏକ ଟ୍ରେନ୍‌ ତାଙ୍କ କାର୍‌କୁ ପିଟି ଦେବାରୁ ଗାଡ଼ି ପୂରାପୂରି ଭାବେ ଭାଙ୍ଗିରୁଜି ଚୁର୍‌ମାର ହୋଇଛି। ସୌଭାଗ୍ୟକୁ ଗାଡ଼ି ଚାଳକଙ୍କ ସେପରି ବିଶେଷ କିଛି କ୍ଷତି ହୋଇନାହିଁ। ସେ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣାଟି ହେଉଛି ଦକ୍ଷିଣ ଲସ୍ ଆଞ୍ଜେଲ୍‌ସର ଅଲ୍‌ମେଦା ଅଞ୍ଚଳର। ଘଟଣାଟି ଘଟିବା ପରେ ଏହି ସମୟର ଭିଡିଓକୁ ଟ୍ବିଟର୍‌ରେ ସେୟାର୍‌ କରାଯାଇଛି। ଟ୍ବିଟର୍‌ରେ ଦେଖିବାକୁ ମିଳିଛି ଯେ ଜଣେ କାର୍‌ ଚାଳକ ଦ୍ରୁତ ଗତିରେ ଗାଡ଼ି ଧରି ରେଳ ଧାରଣା ପାର୍‌ କରିବାକୁ ଆସୁଛନ୍ତି। ସେହି ସମୟରେ ରେଳ ଧାରଣାରେ ଏକ ଟ୍ରେନ୍‌ ଆସୁଛି ଗାଡ଼ି ଚାଳକ ଜଣକ ଟ୍ରେନ୍‌କୁ ଦେଖି ଗାଡ଼ି ଧୀରେ କରୁଛନ୍ତି ଯଦିଓ ମାତ୍ର ଆୟତ୍ତରେ ରଖିପାରୁ ନାହାନ୍ତି। ଟ୍ରେନ୍‌ଟି କାର୍‌କୁ ଧକ୍କା ଦେଉଛି ଓ କାର୍‌ଟି ଭାଙ୍ଗିରୁଜି ଚୁର୍‌ମାର ହୋଇଯାଉଛି।

 

ସମ୍ବନ୍ଧିତ ଖବର