ପୋଷା ଘୋଡ଼ାକୁ ନେଇ ବିମାନରେ ଯାତ୍ରା କଲେ ମହିଳା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ହୋଇଥାଏ। କିନ୍ତୁ କେବେ ଆପଣ କୌଣସି ଜୀବକୁ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ପାଇଛନ୍ତି। ଆମେରିକାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି।

ଆମେରିକାର ଏୟାରଲାଇନ୍‌ ବିମାନରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ଏହି ମହିଳା ମିସିଗାନ୍‌ରେ ବସବାସ କରୁଥିବା ବେଳେ ତାଙ୍କ ନାମ ରୋନିକା ଫ୍ରୋଇସେ ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥାଟି ହେଉଛି ରୋନିକା ନିଜ ସହିତ ତାଙ୍କ ଘୋଡ଼ା ପାଇଁ ବି ପ୍ରଥମଶ୍ରେଣୀ ଟିକେଟ କାଟିଥିଲେ। ବିମାନ ଯାତ୍ରା ସମୟରେ ଯେପରି ତାଙ୍କ ପୋଷା ଘୋଡ଼ାକୁ କୌଣସି ଅସୁବିଧା ନହୁଏ ସେଥିପାଇଁ ପାଇଁ ସେ ଏହି ଟିକେଟ କାଟିଥିଲେ ବୋଲି କହିଛନ୍ତି। ଘଟଣାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି। ଫେବୃୟାରୀ ୭ରେ ରୋନିକା ଘୋଡ଼ା ସହିତ ଗେଲାର୍ଡ ଆର୍‌ ଫୋର୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିଲେ।

 

ରୋନିକା ଫ୍ରୋଇସେ ଟୁଇଟରରେ ତାଙ୍କ ଘୋଡ଼ାର ବିମାନ ଯାତ୍ରା ସମୟର ଏକ ୪୫ ସେକେଣ୍ଡର ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ଘୋଡ଼ାଟି ରୋନିକାଙ୍କ ହାତ ଚାଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଛୋଟ ଘୋଡ଼ାଟି ରୋନିକାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କିଛି ସାମଗ୍ରୀ ବୋହି ନେବାରେ ସହାୟତା କରିଥାଏ। ଏହି ଭିଡିଓ ପୋଷ୍ଟ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର