କନେଷ୍ଟବଳ ପଦ ପାଇଁ ଆସିଥିବା ପ୍ରାର୍ଥୀଙ୍କ ଛାତିରେ କାହିଁକି ଲେଖାଯାଇଥିଲା ଏସ୍‌ସି ଓ ଏସ୍‌ଟି ଜାଣନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କନେଷ୍ଟବଳ ପଦ ପାଇଁ ଆସିଥିବା ପ୍ରାର୍ଥୀଙ୍କ ଧାରା ହସ୍‌ପିଟାଲରେ ମେଡିକାଲ ଯାଞ୍ଚ ଚାଲିଥିବା ସମୟରେ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି। ପ୍ରାର୍ଥୀଙ୍କ ଚୟନ ପାଇଁ ମେଡିକାଲ ଯାଞ୍ଚ ଚାଲିଥିବା ସମୟରେ ଧାର ଜିଲ୍ଲା ହସ୍‌ପିଟାଲର ଅଧିକାରୀ ଓ ପୁଲିସ ବିଭାଗର କର୍ମଚାରୀ ବି ସେଠାରେ ଉପସ୍ଥିତ ଥିଲେ। ଏହି ପରୀକ୍ଷଣ ସମୟରେ ପ୍ରାର୍ଥୀଙ୍କ ଛାତିରେ ସେମାନଙ୍କ ଜାତି ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରାର୍ଥୀଙ୍କ ମେଡିକାଲ ଯାଞ୍ଚ ସମୟରେ ସେମାନଙ୍କ ଛାତିରେ ଏଭଳି ଜାତି ଚିହ୍ନଟ କରିବା କ’ଣ ଜରୁରୀ ଥିଲା ବୋଲି ପ୍ରଶ୍ନ ଉଠୁଛି।

ଧାରା ଜିଲ୍ଲାରେ ଗତ କିଛି ଦିନ ହେବ କନେଷ୍ଟବଳ ପଦ ପାଇଁ ଆସିଥିବା ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଚାଲିଛି। ପ୍ରାର୍ଥୀଙ୍କ ମେଡିକାଲ ଯାଞ୍ଚ ସମୟରେ ସେମାନଙ୍କ ଛାତିରେ ଏସ୍‌ସି-ଏସ୍‌ଟି ଲେଖାଯାଇଥିଲା। ତେବେ ଏହି ଘଟଣାକୁ ନେଇ କୁହାଯାଉଛି କି, ସାଧାରଣ ବର୍ଗଙ୍କ ପାଇଁ ୧୬୮ସେମି ଓ ଏସ୍‌ସି-ଏସ୍‌ଟି ପାଇଁ ୧୬୫ ସେଣ୍ଟିମିଟର ଉଚ୍ଚତା ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏହାକୁ ନେଇ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ମାପିବାରେ ବହୁ ଅସୁବିଧା ହୋଇଥିଲା। ତେବେ ଭିଡ କାରଣରୁ ଉଚ୍ଚତା ମାପିବାରେ ଯେପରି କୌଣସି ଅସବୁିଧା ନହୁଏ ସେଥିପାଇଁ ପୁରୁଷ ପ୍ରାର୍ଥୀଙ୍କ ଛାତିରେ ଏଭଳି ଜାତି ଚିହ୍ନଟ କରାଯାଥିଲା। ଏହି ଚିହ୍ନ ଅନୁଯାୟୀ ପ୍ରାର୍ଥୀଙ୍କ ଉଚ୍ଚତା ମପା ଯାଇଥିଲା।

ଏହି ମାମଲା ସାମ୍ନାକୁ ଆସିବା ପରେ ପୁଲିସ ଅଧ୍ୟକ୍ଷକ ବିରେନ୍ଦ୍ର ସିଂହ ଏହି ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି। ଜିଲ୍ଲା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏହି ମାମଲାରେ ଦୋଷୀସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର