ପୁଲିସ ଗାଡ଼ି ସାମ୍ନାକୁ ଆସିଲା ଭୂତ, ଭୟଭୀତ ହୋଇ ପୁଲିସବାବୁ ଦୌଡ଼ିବାକୁ ଲାଗିଲେ

ଶାହଜହାପୁର: ଶାହଜହାପୁରରେ ଭୂତର ଏକ ଭାଇରାଲ ଭିଡିଓର ଡାଏଲ ୧୦୦ପୁଲିସ ମନରେ କୋକୁଆ ଭୟ ଖେଳାଇ ଦେଇଛି। ଭାଇରାଲ ଭିଡିଓରେ ଡାଏଲ ୧୦୦ର ଗାଡ଼ି ସାମ୍ନାରେ ଭୂତ ଦେଖାଯିବାର ଦାବି କରାଯାଇଛି। ଏହି ଭିଡିଓକୁ ଥାନା ସେହରାମଉ ଦକ୍ଷିଣର କହି ପୁଲିସକର୍ମୀଙ୍କ ଏହି ଭିଡିଓକୁ ଭାଇରାଲ କରାଯାଇଛି। ଯେଉଁଥିରେ କୁହାଯାଇଛି ଡାଏଲ ୧୦୦ ଗାଡ଼ି ସାମ୍ନାରେ ଏକ ଧଳାବସ୍ତ୍ର ପିନ୍ଧିଥିବା ବ୍ୟକ୍ତି ଦେଖିବାକୁ ମିଳୁଛି, ଏହାକୁ ଭୂତ ବୋଲି କୁହାଯାଉଛି। ଯେଉଁଥିପାଇଁ ପୁଲିସବାବୁମାନଙ୍କ ଗାଡ଼ି ସହିତ ଭୟରେ ଦୌଡ଼ିବାକୁ ପଡ଼ିଥିଲା। ଏହି ଭିଡିଓ ଏତେମାତ୍ରାରେ ଭାଇରାଲ ହୋଇଗଲା ଯେ ପୁଲିସକୁ ଭୂତର ଏହି ଭିଡିଓ ମାମଲାରେ ସଫେଇ ଦେବାକୁ ପଡ଼ିଛି।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ଭାଇରାଲ କରାଯାଇଥିବା ଭିଡିଓ ୨ବର୍ଷ ପୁରୁଣା। ଭିଡିଓକୁ ଡାଏଲ ୧୦୦ କହି କେହିଜଣେ ପୁଲିସକର୍ମୀ ଏହାର ମଜାକ ଉଠାଇଛନ୍ତି। ଯେଉଁଥିରେ ଭୂତ ଦେଖା ଯିବାର କଥା କୁହାଯାଇଥିଲା। ଏବେ ବି ଡାଏଲ ୧୦୦ ପୁଲିସକର୍ମୀଙ୍କ ମନରେ ଭୂତ ଭୟ ରିହିଛି କିନ୍ତୁ କ୍ୟାମେରା ସାମ୍ନାରେ କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି। ଏହା ଏକ ମିଥ୍ୟା ଭିଡିଓ ଏଥିରେ ଭୂତ ଭଳି କୌଣସି ଘଟଣା ନାହିଁ। ହେଲା ଏହାକୁ ଯାଞ୍ଚ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

 

ସମ୍ବନ୍ଧିତ ଖବର