ଛୁଟି ଦିନରେ ମହିଳାଙ୍କୁ କାମ କରିବାକୁ ଡାକିବା ହୋଟେଲ ମାଲିକଙ୍କୁ ମହଙ୍ଗା ପଡ଼ିଲା, ଦେବାକୁ ପଡ଼ିଛି କୋଟିରୁ ଊର୍ଧ୍ୱ ଜରିମାନା

ନୂଆଦିଲ୍ଲୀ: ଆମେରିକାରର ଏକ ନାମୀଦାମୀ ହୋଟେଲରେ ପାଖାପାଖି ୬ ବର୍ଷ କାଳ ଧରି ଜଣେ ମହିଳା କାମ କରୁ ଆସୁଥିଲେ। ୨୦୧୫ରେ ତାଙ୍କର କିଚେନ ମ୍ୟାନେଜର ମହିଳା ଜଣଙ୍କୁ ରବିବାର ଦିନ ବି ହୋଟେଲ ଆସି କାମ କରିବାକୁ ମାଲିକଙ୍କ ଆଗରେ ସୁପାରିସ୍‌ କରିଥିଲେ, ଯେଉଁଥିରେ ହୋଟେଲ ମାଲିକ ରାଜି ହୋଇଯାଇଥିଲେ ଆଉ ମହିଳାଙ୍କୁ ରବିବାର ଦିନ ବି କାମ କରିବାକୁ କହିଥିଲେ ।

ମହିଳାଙ୍କ କହିବାନୁସାରେ, ସେ ପ୍ରତି ରବିବାର ଚର୍ଚ୍ଚ ଯାଆନ୍ତିା ତେଣୁ ସେ ରବିବାର ଛୁଟି ନିଅନ୍ତି । ହେଲେ ହୋଟେଲ ମାଲିକ ଏହା ଜାଣି ସୁଦ୍ଧା ତାଙ୍କୁ ରବିବାର କାମ କରିବାକୁ ବାଧ୍ୟ କରୁଥିଲେ । ଯାହାଦ୍ୱାରା ତାଙ୍କ ଧାର୍ମିକ ଭାବନାକୁ ବହୁତ ଆଘାତ ପହଂଚିଥିଲା ।

ସେପଟେ, ହୋଟେଲ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି କି, ତାଙ୍କୁ ଏସଂପର୍କରେ କୌଣସି ବି ସୂଚନା ନଥିଲା କି, ସେ ରବିବାର ଛୁଟି ନେଇ ଚର୍ଚ୍ଚ ଯାଉଥିଲେ ବୋଲି । କାରଣ ତାଙ୍କର ଛୁଟି ଅନ୍ୟ ଦିନମାନଙ୍କରେ ପଡିଥାଏ କିନ୍ତୁ ସେ ତାଙ୍କ ଛୁଟିକୁ ସହକର୍ମୀଙ୍କ ସହ ବଦଳାଇ ଦିଅନ୍ତି । ଏପରିକି ତାଙ୍କୁ ଏସଂପର୍କରେ ବି ଜବାବ୍‌ ଦେବାକୁ ବି କୁହାଯାଇଥିଲା କିନ୍ତୁ ତାଙ୍କ ତରଫରୁ ସେଭଳି କୌଣସି ମତାମତ ଆସି ନଥିଲା । ତେଣୁ ବାଧ୍ୟ ହୋଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି ହୋଟେଲ କର୍ତ୍ତୃପକ୍ଷ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।

୨୦୧୭ରେ ମହିଳା ଜଣକ ସିଭିଲ୍‌ ରାଇଟ୍‌ସ ଆକ୍ଟ ୧୯୬୪ର ଉଲ୍ଲଂଘନର ଦ୍ୱାହି ଦେଇ ହୋଟେଲ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ତେବେ ଆଇନ ଅନୁସାରେ, ଚାକିରିରେ ଜାତି ଧର୍ମ , ବର୍ଣ୍ଣ , ଲିଙ୍ଗ ଏବଂ ଜାତୀୟତାକୁ ଭିତ୍ତି କରି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇଯାଇଛି । ମାନ୍ୟବର ଅଦାଲତ ମହିଳାଙ୍କର ଦାବିକୁ ଯୁକ୍ତି ଯୁକ୍ତ ପ୍ରମାଣିତ କରିଥିଲେ ଏବଂ ତାଙ୍କୁ ଜରିମାନା ବାବଦକୁ ୨୧ ମିଲିୟନ ଡଲାର ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହୋଟେଲ ମାଲିକଙ୍କୁ ମହିଳାଙ୍କୁ ବକୟା ଟଙ୍କା ୩୫ ଡଲାର ଏବଂ ମାନସୀକ ପିଡା ସହିଥିବାରୁ ଅତିରିକ୍ତ ୫ ଲକ୍ଷ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର