ଏହି ହୋଟେଲ୍‌ରେ ରହିଲେ ଦମ୍ପତ୍ତିଙ୍କୁ ମିଳିପାରେ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପହାର, କିନ୍ତୁ ଏଥିପାଇଁ କ’ଣ ରହିଛି ସର୍ତ୍ତ ଜାଣନ୍ତୁ

ୟେରୁସଲମ: ବିବାହ ପରେ ପ୍ରତ୍ୟେକ ଦମ୍ପତ୍ତ ହନିମୁନ ପାଇଁ ଯୋଜନା କରି ଥାଆନ୍ତି। ଏଥିପାଇଁ ଦମ୍ପତ୍ତିଙ୍କୁ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ବି ପଡ଼ିଥାଏ। କିନ୍ତୁ ଭାବନ୍ତୁ ତ ଯଦି ହନିମୁନ୍‌ରେ ଯିବା ପରେ ଆପଣ ଖର୍ଚ୍ଚ କରିଥିବା ସମସ୍ତ ଟଙ୍କା
ଫେରି ପାଇବେ ତେବେ କେମିତି ନୁଅନ୍ତା।

ଏବେ ହେଟେଲଗୁଡ଼ିକ ବି ହନିମୁନ୍‌ରେ ଯାଉଥିବା ଦମ୍ପତ୍ତିଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଅଫର ରଖି ଥାଆନ୍ତି। ଇଜରାଏଲର ଏକ ହୋଟେଲ ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛି ଯାହା ଜରିଆରେ ଏହି ହୋଟେଲକୁ ଆସୁଥିବା ଦମ୍ପତ୍ତିଙ୍କୁ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପହାର ପ୍ରଦାନ କରିବାର ଘୋଷଣା କରିଛି।

ଏଥିପାଇଁ ୟେହୁଦା ନାମକ ଏହି ହୋଟେଲ ଏକ ସର୍ତ୍ତ ରଖିଛି। ଏହି ସର୍ତ୍ତ ଜରିଆରେ ଇଜରାଇଲର ରାଜଧାନୀ ଜେରୁସଲେସ୍‌ସ୍ଥିତ ହୋଟେଲରେ ହନିମୁନ୍‌ରେ ଆସିଥିବା ମହିଳା ହୋଟେଲ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ତାରିଖରେ ଯଦି ଅନ୍ତସତ୍ତ୍ୱା ହୁଅନ୍ତୁ ତେବେ ସେହି ଦମ୍ପତ୍ତି ୭୦ଲକ୍ଷ ଟଙ୍କା ପାଇବାକୁ ହକଦାର ହେବେ।

ଏହି ହୋଟେଲ୍‌ରେ ଜଣେ ଡାକ୍ତର ଅଛନ୍ତି। ଯିଏକି ଏହି କଥା ସ୍ପଷ୍ଟ କରି ଥାଆନ୍ତି କି ମହିଳା ପୂର୍ବରୁ ଅନ୍ତସତ୍ତ୍ୱା ଅଛନ୍ତି ନା ହୋଟେଲ ସ୍ଥିର କରିଥିବା ତାରିଖ ଅନୁଯାୟୀ ଅନ୍ତସତ୍ତ୍ୱା ହୋଇଛନ୍ତି। ଡାକ୍ତରଙ୍କଠାରୁ କ୍ଲିନ୍‌ ଚିଟ୍‌ ପାଇବା ପରେ ହୋଟେଲ ଟ୍ରିପ୍‌ର ସମସ୍ତ ଖର୍ଚ୍ଚ ପୈଠ କରିଥାଏ। ହୋଟେଲର ଏହି ଅଫର ପ୍ରତିଚାରି ବର୍ଷରେ ଥରେ ଘୋଷଣା କରାଯାଇଥାଏ। ଏହି ସମୟରେ ହୋଟେଲ ରୁମ୍‌ ୫୦ପ୍ରତିଶତ ବୁକ୍‌ ରହିଥାଏ ।

ସମ୍ବନ୍ଧିତ ଖବର