‘ଆଶାରାମଙ୍କୁ ଭଗବାନ ଭାବୁଥିଲୁ, ସେ କିପରି ଆମ ଝିଅକୁ ଦୁଷ୍କର୍ମ କରି ପାରିଲେ’

ସାହାଜାହାନପୁର: ଆଶାରାମ ଆମ ପାଇଁ ଭଗବାନ ଥିଲେ। ଆମେ ତାଙ୍କୁ ଭଗବାନଙ୍କ ପରି ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସ କରୁଥିଲୁ। କିନ୍ତୁ, ଦିନେ ସେହି ଭଗବାନ ଆମ ଜୀବନର ଅପୁରଣୀୟ କ୍ଷତି କରିବା ସହିତ ଆମ ଠାରୁ ଆମର ସମସ୍ତ ସୁୁଖ ଛଡେଇ ନେଲେ। ଆମେ ଯାହାକୁ ଭଗବାନ ଭାବୁଥିଲୁ, ସେହି ଭଗବାନ ଆମର ମାତ୍ର ୧୬ ବର୍ଷର କଅଁଳ ଝିଅକୁ ଅମାନୁଷିକ ଓ ବର୍ବର ଭାବେ ଦୁଷ୍କର୍ମ କଲେ। ଯେଉଁଦିନ ଝିଅ ମୋତେ ଏ କଥା କହିଲେ ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ମୋ ତିନି ପିଲାମାନଙ୍କ ମଧ୍ୟରେ ଝିଅ ହେଉଛି ଦ୍ୱିତୀୟ। ମୋ ସ୍ୱାମୀଙ୍କର ପରିବହନ ବେବସାୟ। ଝିଅ ଜନ୍ମ ହେବା ପରେ ତାଙ୍କ ବ୍ୟବସାୟରେ ଉନ୍ନତି ହେବାରୁ ସେ ଝିଅକୁ ନିଜ ପ୍ରାଣଠାରୁ ଅଧିକ ଭଳ ପାଆନ୍ତି। ଯେଉଁଦିନ ଆମେ ଭଗବାନ ବୋଲି ଭାବୁଥିବା ଆଶାରାମ ଆମ ଝିଅକୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ଜାଣିିଲୁ. ସେଦିନ ମୁଁ ମୋ ଝିଅର ଆଖିରେ ଢ଼ଳଢ଼ଳ କରୁଥିବା ଲୁହକୁ ଦେଖି ନିଜକୁ ନିୟନ୍ତ୍ରଣ କରି ପାରୁ ନ ଥିଲି ।ମୋ ସ୍ୱାମୀ ଝିଅଣ ଖୁସି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ। ମାତ୍ରଏହି ଘଟଣାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଓ ନିଜକୁ ଏଥିପାଇଁ ପରୋକ୍ଷରେ ଦାୟୀ କରି ପ୍ରତିକ୍ରୀୟାଶୀଳ ହୋଇ ପଡ଼ୁଥିଲେ। ସେଦିନ ରାତିରେ ଆମ ଘରେ ଚୁଲି ଜଳି ନ ଥିଲା। କେହି କିଛି ଖାଇ ନ ଥିଲୁ , ଏପରିକି କେହି କିଛି କଥା ବି ହୋଇ ନ ଥିଲୁ। ଯାହା ସ୍ୱପ୍ନରେ ଭାବି ନ ଥିଲୁ ସେପରି ଏକ ଘଟଣା ଆମ ଅଣ୍ଟାକୁ ଭାଙ୍ଗି ଦେଇଥିଲା।

ଯେତେବେଳେ ଏହି ଘଟଣା ନେଇ ଆମେ ସଂଘର୍ଷ କରୁଥିଲୁ,ସେତେବେଳେ ମୋ ସ୍ୱାମୀ ପ୍ରଥମେ ଅଶାରାମଙ୍କୁ ଭେଟି ଆମ ଝିଅ ସହିତ ଏପରି କୁକର୍ମ କାହିଁକି କଲେ ବୋଲି ପଚାରିବାକୁ ବାହାରିଥିଲେ। ମାତ୍ର ଏ ସମ୍ପର୍କରେ ସୂଚନା ପାଇ ଆଶାରାମଙ୍କ ସମର୍ଥକମାନେ ତାଙ୍କୁ ଆଶାରାମଙ୍କ ସହିତ ଭେଟିବାର ସୁଯୋଗ ଦେଇ ନ ଥିଲେ। ଶେଷରେ ଏ ନେଇ ମୋ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ। ଆଉ ଥରେ ଥାନାରେ ମାମଲା ରୁଜୁ ହେବା ପରେ ସମସ୍ତେ ଆମକୁ ମାମଲାର ରଫାଦଫା କରିବାକୁ କହିଥିଲେ। ଆଶାରାମ ଜଣେ ଅତି କ୍ଷମତାସମ୍ପନ୍ନ ବ୍ୟକ୍ତି, ତାଙ୍କ ବିରୋଧରେ ନ ଲଢ଼ିବାକୁ ଲୋକେ ଆମକୁ କହିଥିଲେ। ଯଦି ଆମେ ଏହା ନ କରୁ ମୋ ପରିବାର ଓ ମୋ ଝିଅକୁ ଅଧିକ ହଇରାଣ ହେବାକୁ ପଡ଼ିିବ ବୋଲି ଲୋକେ ଆମକୁ ପରାମର୍ଶ ଦେବା ଆରମ୍ଭ କରି ଦେଇଥିଲେ। ମାତ୍ର ଆମେ ଆମ ନିଷ୍ପତ୍ତିରେ ଅଟଳ ଥିଲୁ। ଏହି ସମୟରେ ଆମ କୁନି ଝି ଅ ଆମକୁ ଆଶ୍ୱାସନା ଦେଇଥିିଲା। କହିଲେ, ତୁମେ ବିଲକୁଲ ବ୍ୟସ୍ତ ହୁଅ ନାହିଁ ମୋର କିଛି ହେବ ନାହିଁ। ଯଦିଓ ଆମେ ତାର ବାପାମାଆ ଥିଲୁ, ମାତ୍ର ସେ ଆମକୁ ନେଇ ବେଶି ସମ୍ବେଦନଶୀଳ ଥିଲା। ତେବେ ଥରେ କେଶ ଆରମ୍ଭ ହେବା ପରେ ପ୍ରତିଦିନ ନିଜ ଜୀବନର ଦୁଃଖଦ ଘଟଣାକୁ ନେଇ ଲୁହ ଢ଼ାଳୁଥିବା ମୋ ଝିଅ ଆଶାରାମଙ୍କୁ ତାଙ୍କ ପାପର ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇ ତାର ଆଖିରୁ ଲୁହ ପୋଛି ଦେଇଥିଲା ଓ ଆମେ ଯେଉଁ ନ୍ୟାୟ ପାଇଁ ଲଢ଼ୁଥିଲୁ, ସେଥିରେ ଏକ ସ୍ତମ୍ଭ ପରି ଆମ ସହିତ ଠିଆ ହୋଇ ସହଯୋଗ କରିଥିଲା।


ମୋ ସ୍ୱାମୀ ପ୍ରଥମେ ଆଶାରାମଙ୍କ ସଂସ୍ପର୍ଶରେ ଆସିବା ପରେ ମୋତେ ୨୦୦୧ ମସିହାରେ ଅଶ୍ରମକୁ ନେଇଥିଲେ। ଏପରିକି ସେ ଆଶାରାମଙ୍କୁ ଭଗବାନ ଭାବି ପ୍ରତି ମାସ ନିଜ ଅର୍ଜିତ ଧନରୁ ଏକ ବଡ଼ ଅଂଶ ଆଶ୍ରକକୁ ଦାନ କରୁଥିଲେ।ଏପରିକ ନିଜେ ମଧ୍ୟଏକ ଛୋଟ ଆଶ୍ରମ ଆଶାରାମଙ୍କ ପାଇଁ ସାହାଜାହାନପୁର ନିକଟରେ ନିର୍ମାଣ କରିଥିଲେ। ଏପରିକି ଆାରାମଙ୍କ ବିରୋଧରେ କେହି ପଦେ କହିଲେ ଆମେ ତାଙ୍କ ସହିତ ସମ୍ପର୍କ ମଧ୍ୟ କାଟିଦେଉଥିଲୁ। ଏତେ ବିଶ୍ୱାସ, ଏତେ ଭକ୍ତି ଓ ଶ୍ରଦ୍ଧା ସତ୍ୱେ ଆଶାରାମ ଅମକୁ ଏପରି ଯନ୍ତ୍ରଣା ଦେଇଥିଲେ। ଏପରିକି ମାମଲା ରୁଜୁହେବା ପରେ ଘଟଣାର ସାକ୍ଷୀମାନଙ୍କର ଯେପରି ସନ୍ଦେହ ଜନକ ମୃତ୍ୟୁ ହେଲା, ତାକୁ ନେଇ ଆମେ ଭୟଭିତ ହୋଇ ପଡ଼ିଥିଲା। ଆମକୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ମାତ୍ର ଆମ ଝିଅର ଦୃଢ଼ ନିଷ୍ପତ୍ତି ଯୋଗୁଁ ଆମେ ଆଶାରାମଙ୍କ ପାପ ବିରୋଧରେ ଲଢ଼ିବା ପାଇଁ ସାହସ ସଂଗ୍ରହ କରି ପାରିଥିଲୁ। ଏହି ସମୟ ମଧ୍ୟାରେ ଆମ ବଡ଼ ପୁଅ ପାଠ ପଢ଼ା ଛାଡ଼ି ଦେଇଥିଲା। ଦୁଇ ବର୍ଷ ଧରି ଆମେ ସାହଜାହାନପୁରରୁ ଯୋଧପୁରକୁ ବାରମ୍ବାର ଧାଉଁଥିଲୁ। ତେବେ ନିଜ ପ୍ରତି ହୋଇଥିବା ଅନ୍ୟାୟର ନ୍ୟାୟିକ ଦଣ୍ଡ ପାଇଁ ଝିଅ କୋର୍ଟରେ ଜଜ୍‌ଙ୍କ ଆଗରେ ଯେପରି ଅତି ବିନମ୍ରତା ଅଥଚ ଦୃଢ଼ ଭାବେ ନିଜ କଥା ଉପସ୍ଥାପନା କଲା,ସେହି ଦିନ ଠାରୁ ଆମ ଝିଅ ଆମ ପାଇଁ ଏକ ଆଦର୍ଶ ହୋଇ ଯାଇଥିଲା। ଝିଅ ସ୍ପଷ୍ଟ ଭାବେ କହିଥିଲା ଯେ ଆଶାରାମଙ୍କ ପରି ପାପୀଙ୍କୁ ସେ ଭୟ କରେ ନାହିଁ। ଧୀରେ ଧୀରେ ସମୟ ସହିତ ପରିସ୍ଥିତିର ମଧ୍ୟ ପରିବର୍ତ୍ତନ ଘଟିଲା। ପାଠ ଛାଡ଼ିଦେଇଥିବା ଆମ ଝିଅ ବର୍ତ୍ତମାନ ଗ୍ରାଜୁଏସନ କରୁଛି। ଆମ ଉଦ୍ୟମ ଫଳବତୀ ହୋଇଛି। ଆଶାରାମଙ୍କୁ କୋର୍ଟ ତାଙ୍କ ଘୃଣିତ କାର୍ଯ୍ୟ ପାଇଁ ଦଣ୍ଡିତ କରିଛନ୍ତି। ଆଶାରାମଙ୍କୁ ଦଣ୍ଡ ମିଳିବା ଖବର ପାଇ ଝିଅ ଆଖିରେ ଖୁସି ଥିବା ମୁଁ ଲକ୍ଷ୍ୟ କରିଛି। ମାତ୍ର ଏ ସମ୍ପର୍କରେ ଆମ ଘରେ ଆଉ ଆଲୋଚନା ହୋଇ ନାହିଁ। ବର୍ତ୍ତମାନ ସେହି ଦୁଃଖଦ ଘଟଣାରୁ ଆଖି ଫେରାଇ ମୋ ଝିିଅ ଏବେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତତ କରୁଛି ବୋଲି କହିଛନ୍ତି ଆଶାରାମଙ୍କ ଦୈହିକ କାମନାର ଶିକାର ହୋଇଥିିବା ପୀଡ଼ିତାଙ୍କ ମା କହିଛନ୍ତି।
( ସୌଜନ୍ୟ ହିନ୍ଦୁସ୍ତାନ ଟାଇମ୍ସ)

ସମ୍ବନ୍ଧିତ ଖବର