ରଦ୍ଦ ହେଲା ୪୦ ଲକ୍ଷ ଗାଡିର ପଂଜିକରଣ ! ଆପଣଙ୍କ ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇନାହିଁ ତ, ଜାଣନ୍ତୁ କିଭଳି ଭାବେ ଏ ସଂପର୍କରେ ସମସ୍ତ ସୂଚନା ପାଇପାରିବେ

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜୋରଦାର୍‌ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀରେ ଚଳାଚଳ କରୁଥିବା ପ୍ରାୟ ୪୦ ଲକ୍ଷ ପୁରୁଣା ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରିଦିଆଯାଇଛି । ଦିଲ୍ଲୀ ଏନସିଆରରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇନାହିଁ ତ, ଯଦି ଆପଣଙ୍କ ଗାଡିର ବି ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି ତେବେ ତାକୁ ଘରେ ବସି ଜାଣିପାରିବେ ।

ଯଦି ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି ତେବେ ୱେବସାଇଟ୍ https://parivahan.gov.in/rcdlstatus/vahan/rcDlHome.xhtmlକୁ ଯାଇ ଆପଣ ଆପଣଙ୍କର ଗାଡିର ନମ୍ବର ଦେଇ ଏସଂପର୍କରେ ସୂଚନା ପାଇପାରିବେ । ଯଦି ଆପଣ ଦେଇଥିବା ସଚନା ସଠିକ୍ ରହିଛି ତେବେ ଏହାଦ୍ୱାରା ଆପଣଙ୍କର ଗାଡିରୁ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରାଯିବ ।

ଉଲ୍ଲେଖ ଥାଉ କି, ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ପରିବହନ ବିଭାଗ ୪୦ ଲକ୍ଷ ବାହନର ପଂଜିକରଣ ରଦ୍ଦ କରିଦେଇଛି । ଏଥିରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଚାଳିତ ବାହନ ଅଛି। ଦିଲ୍ଲୀରେ ମୋଟ୍ ୧,୧୦ କୋଟି ବାହନ ପଂଜିକୃତ ହୋଇଛି।

ଦିଲ୍ଲୀ ସରକାରଙ୍କ ତରଫରୁ ଉପସ୍ଥାପିତ ଓକିଲକୁ ଶୀର୍ଷ ଅଦାଲତ କହିଲେ କି, ଏନଜିଟି ଦ୍ୱାରା ୭ ଏପ୍ରିଲ, ୨୦୧୫ରେ ନିଜର ଆଦେଶରେ ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ବାହନ ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳିତ ବାହନର ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ଜଣାଇଲେ କି, ନ୍ୟାୟାଳୟର ୨୯ ଅକ୍ଟୋବର ଆଦେଶ ଅନୁରୂପ ପ୍ରଦୂଷଣ ବିଷୟରେ ଅଭିଯୋଗ ଦାଖଲ କରାଇବା ପାଇଁ ଟ୍ୱିଟର ଓ ଫେସବୁକରେ ନାଗରିକଙ୍କ ସୁବିଧା ପାଇଁ ଆକାଉଣ୍ଟ ଖୋଲି ଦିଆଯାଇଛି ।ଏହି ଆକାଉଣ୍ଟରେ ୧୮ଟି ଅଭିଯୋଗ ମିଳିଛି । ବୋର୍ଡ ନିଜ ୱେବସାଇଟ୍ ର ଲିଙ୍କ ମଧ୍ୟ ଦେଇଛି, ଯେଉଁଠି ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ୍ ବାହନର ସୂଚୀ ଦେଖାଯାଇପାରିବ।

ସମ୍ବନ୍ଧିତ ଖବର