ଏବେ ମିଳିଲାଣି ନୂଆ ୧୦୦ ଟଙ୍କିଆ ନୋଟ୍‌ : କିଭଳି ଚିହ୍ନିବେ ଏହା ଅସଲି ନା ନକଲି ଆସନ୍ତୁ ଜାଣିବା

ବିମୁଦ୍ରାକରଣ ପରେ ଦେଶରେ ନୂଆ ନୂଆ ନୋଟ୍‌ ସବୁ ଜାରି କରାଯାଉଛି। ଏବେ ନୂଆ ୧୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିଲାଣି। ବ୍ୟାଙ୍କଗୁଡିକ ମଧ୍ୟ ୧୦୦ ଟଙ୍କିଆ ନୂଆ ନୋଟ୍ ଗ୍ରାହକଙ୍କୁ ଦେବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ଏଟିଏମରେ ବି ଏହି ନୂଆ ନୋଟ୍ ବାହାରିବାକୁ ଲାଗିଲାଣି । ନୂଆ ନୋଟ୍ ଦେଖିବାକୁ ବହୁତ ଆକର୍ଷକ । କିନ୍ତୁ ଯେବେ ବି କୌଣସି ନୂଆ ନୋଟ୍ ବଜାରକୁ ଆସେ, ତେବେ ତାହାର ନକଲି ନୋଟ୍ ଆସିବାର ଆଶଙ୍କା ବଢ଼ିଯାଏ । ତେଣୁ ଅସଲି ଓ ନକଲି ‌ନୋଟ୍‌ କିଭଳି ଚିହ୍ନିବେ ଆସନ୍ତୁ ଜାଣିବା।

ନିକଟରେ ଆରବିଆଇର ରିପୋର୍ଟରେ କୁହାଯାଇଛି କି, ୨୦୧୭-୧୮ରେ ୧୦୦ ଟଙ୍କିଆ ସବୁଠାରୁ ଅଧିକ ନକଲି ନୋଟ୍ ମିଳିଛି । ତେଣୁ ୧୦୦ ଟଙ୍କିଆ ନୂଆ ନୋଟକୁ ଚିହ୍ନିବା ନିହାତି ଜରୁରୀ ଅଟେ। ଯାହାଫଳରେ ଏହା ଅସଲି କି ନକଲି ତାହା ଆପଣମାନେ ସହଜରେ ଜାଣିପାରିବେ ଓ ଠକାମିରୁ ନିଜକୁ ସୁରକ୍ଷିତ ରଖିପାରିବେ। ଯେବେ ବି ଆପଣଙ୍କ ହାତକୁ ୧୦୦ ଟଙ୍କିଆ ନୂଆ ନୋଟ୍ ଆସେ, ସେତେବେଳେ ଆପଣ ଏହା ଅସଲି କି ନକଲି ଚିହ୍ନନ୍ତୁ । ପ୍ରତ୍ୟେକ ନୋଟ୍‌ର କିଛି ସୁରକ୍ଷା ଫିଚର୍ସ ଲାଗିଥାଏ । ନୂଆ ୧୦୦ ଟଙ୍କିଆ ନୋଟ୍‌ରେ ମଧ୍ୟ ଅଛି । ଏହାର ଧ୍ୟାନ ରଖି ଆପଣ ଯେକୌଣସି ପ୍ରକାରର ଠକେଇରୁ ବଂଚିପାରିବେ ।

• ଆରବିଆଇ ଅନୁସାରେ, ନୂଆ ୧୦୦ ଟଙ୍କିଆ ନୋଟ ସାମନାରେ ଆପଣଙ୍କୁ ଦେବନାଗରୀରେ ୧୦୦ ଲେଖା ହୋଇଥିବା ଦେଖିବାକୁ ମିଳିବ। ନୋଟର କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଅଛି । ଛୋଟ ଛୋଟ ଅକ୍ଷରରେ ‘RBI’, ‘ଭାରତ’, ‘India’ ଏବଂ ‘୧୦୦’ ଲେଖା ହୋଇଛି ।

• ଏଥିରେ କଲର ଶିଫ୍ଟ ବି ଆପଣଙ୍କୁ ଦେଖିବାକୁ ମିଳିବ । ଯେବେ ଆପଣ ନୋଟ୍‌କୁ ମୋଡିବେ, ତେବେ ଥ୍ରେଡ୍‌ର ରଙ୍ଗ ସବୁଜରୁ ନୀଳ ହୋଇଯିବ । ସେଇଠି ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଡାହାଣ ପଟେ ଗାରଣ୍ଟି ଖଣ୍ଡ ସହିତ ଗଭର୍ଣ୍ଣର ହସ୍ତାକ୍ଷର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତୀକ ବି ଅଛି ।

• ଏହାର ଡାହାଣ ପଟେ ଅଶୋକ ସ୍ତମ୍ଭ ବି ଅଛି । ଏହା ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଓ ଇଲେକ୍ରୋଟାଇପ୍ ୱାଟରମାର୍କରେ ନଜର ଆସିବ ।

• ଏଥିରେ ଆପଣଙ୍କୁ ସଂଖ୍ୟା ପ୍ୟାନେଲ ମଧ୍ୟ ଦେଖାଯିବ । ଏଥିରେ ଉପରେ ବାମ ପଟେ ଓ ତଳେ ଡାହାଣ ପଟେ ଛୋଟରୁ ବଡ ଆକାରର ଅଙ୍କ ଅଛି । ଦୃଷ୍ଟିହୀନଙ୍କ ପାଇଁ ଇଣ୍ଟୋଲିୟୋ ବା ଉପରକୁ ଉଠିକି ରହିଥିବା ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଅଶୋକ ସ୍ତମ୍ଭ ପ୍ରତୀକ ଓ ତ୍ରିକୋଣୀୟ ପରିଚୟ ଚିହ୍ନ ମାଇକ୍ରୋ ଟେକ୍ସଟ୍ ୧୦୦ ସହିତ ୪ କୋଣୀୟ ବ୍ଲିଡ ରେଖା ବି ଅଛି ।

• ନୋଟ୍ ପଛ ପଟେ ଓ ବାମ ପଟେ ମୁଦ୍ରଣ ବର୍ଷ, ସ୍ଲୋଗାନ ସହିତ ସ୍ୱଚ୍ଛ ଭାରତର ଲୋଗୋ, ଭାଷା ପ୍ୟାନେଲ, ରାନୀର ବାବର ଚିତ୍ର ଓ ଦେବନାଗରୀ ମୂଲ୍ୟ ବର୍ଗ ଅଙ୍କ ୧୦୦ ବି ଆପଣଙ୍କୁ ଦେଖିବାକୁ ମିଳିବ ।

• ଯଦି ଆପଣ ୧୦୦ ଟଙ୍କିଆ ଏହି ସମସ୍ତ ଫିଚରକୁ ମନେ ରଖି ପାରୁନାହାଁନ୍ତି, ତେବେ ଆପଣଙ୍କ ପାଖରେ ଅନଲାଇନ୍ ଏହାର ଫିଚର ଚେକ୍ କରିବାର ବିକଳ୍ପ ମଧ୍ୟ ରହିଛି । ଆରବିଆଇ ଏକ ୱେବସାଇଟ୍ ‘paisaboltahai.rbi.org.in’ ଆରମ୍ଭ କରିଛି । ଏଠି ଆପଣ ବହୁତ ସହଜରେ ନୋଟ୍ ର ଫିଚର ଜାଣିପାରିବେ ।

ସମ୍ବନ୍ଧିତ ଖବର