ଆଧାର କାର୍ଡର ଡିଜିଟାଲ କପିକୁ କିପରି ଡାଉନ୍‌ଲୋଡ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଧାରକାର୍ଡକୁ କେନ୍ଦ୍ରସରକାର ପ୍ରତ୍ୟେକଟି କ୍ଷେତ୍ରରେ ବାଧ୍ୟତାମୂଳକ କରି ଦେଇଛନ୍ତି। ତେଣୁ ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ତେବେ ସବୁସ୍ଥାନକୁ ଆଧାରକାର୍ଡ ନେଇ ଯିବା ସମ୍ଭବ ହୋଇ ନଥାଏ। ଏପରି କ୍ଷେତ୍ରରେ ଆପଣ ନିଜର ଆଧାରକାର୍ଡର ଡିଜିଟାଲ କପିକୁ ଡାଉନ୍‌ଲୋଡ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ଡାଉନ୍‌ଲୋଡ।

ଆଧାରକାର୍ଡର ଡିଜିଟାଲ କପି ଡାଉନ୍‌ଲୋଡ କରିବା ପାଇଁ ଆପଣଙ୍କୁ ୟୁଆଇଡି ନମ୍ବର କିମ୍ବା ଏନରୋଲମେଣ୍ଟର ଆବଶ୍ୟକତା ପଡ଼ିବ। ଯଦି ଆପଣଙ୍କ ଆଧାରକାର୍ଡର ହାର୍ଡ କପି ମିଳି ଯାଇଛି। ସେଥିରେ ଲେଖା ଯାଇଥିବା ନମ୍ବରକୁ କୌଣସି ଏକ ସୁରକ୍ଷିତ ସ୍ଥାନରେ ଲେଖି ରଖି ଦିଅନ୍ତୁ। ଆଧାର ନମ୍ବର ମିଳିବା ପରେ ଆପଣଙ୍କ ଆଧାର କାର୍ଡର କପି ଡାଉନ୍‌ଲୋଡ କରି ପାରିବେ। ଏହାର ଉପାୟ ଆସନ୍ତୁ ଜାଣିବା।

ଏମିତି କରନ୍ତୁ ଇ-ଆଧାର ଡାଉନ୍‌ଲୋଡ

୧. ୟୁଆଇଡିଏଆଇର େଓ୍ଵବସାଇଟର ଇ-ଆଧାର ପେଜ୍‌କୁ ଯାଆନ୍ତୁ।

୨.ଏହାପରେ I have ପାଖରେ ଥିବା ଆଧାର ସିଲେକ୍ଟ କରନ୍ତୁ।

୩. ଆଧାର ନମ୍ବର ଏଣ୍ଟର କରନ୍ତୁ। ଏହାପରେ ସମ୍ପୂର୍ଣ୍ଣ ନାମ ଓ ଘର ଠିକଣାର ପିନ୍‌ ନମ୍ବର ଦିଅନ୍ତୁ।

୪. Enter above Image Text ବକ୍ସ ଉପରେ ଥିବା ଟେକ୍ସଟରେ ଟାଇପ୍‌ କରନ୍ତୁ।

୫. Get One Time Password ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ ଉପରେ କ୍ଲିକ୍‌ କରନ୍ତୁ।

୬. ଯଦି ଆପଣ ପାପ୍‌-ଅପ୍‌ ବକ୍ସର କର୍ଣ୍ଣଫର୍ମ ଉପରେ କ୍ଲିକ୍‌ କରୁଛନ୍ତି ତେବେ ଏହି ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ ଆପଣଙ୍କ ମୋବାଇଲ ନମ୍ବରକୁ ଆସିଯିବ। ଆପଣ ଚାହିଁଲେ କ୍ୟାନ୍‌ସେଲ୍‌ ଉପରେ କ୍ଲିକ୍‌ କରି ଇମେଲକୁ ବି ପଠାଇ ପାରିବେ।

୭. Enter OTP ପାଖରେ ଥିବା ବକ୍ସରେ ପାସ୍‌ଓ୍ଵାର୍ଡ ଏଣ୍ଟର କରନ୍ତୁ।

୮. Validate & Download ଉପରେ କ୍ଲିକ୍‌ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଧାର ଓ ଡିଜିଟାଲ କପି ଡାଉନ୍‌ଲୋଡ ହୋଇଯିବ। ଏହାକୁ ଖୋଲିବା ପାଇଁ ଆପଣଙ୍କୁ ପାସ୍‌ଓ୍ଵାର୍ଡର ଆବଶ୍ୟକତା ପଡ଼ିବ।

ସୂଚନାଯୋଗ୍ୟ, ଆଧାରକାର୍ଡକୁ ଖୋଲିବା ପାଇଁ ଡାଉନଲୋଡ ହୋଇଥିବା ଫାଇଲରୁ ସୂଚନା ମିଳିବ।

ସମ୍ବନ୍ଧିତ ଖବର