ପୋଷାକର ଅସଲି କି ନକଲି ବୋଲି ଚିହ୍ନିବେ କିପରି ?

ଆଜିକାଲି ବଜାରରେ ସବୁଜିନିଷର ଅବିକଳ ନକଲ ହୋଇଥିବା ଜିନିଷ ମିଳୁଛି । ଏପରିକି ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ବ୍ରାଣ୍ଡେଡ୍‌ ପୋଷାକ ବଜାରରେ ବହୁତ ଶସ୍ତାରେ ମିଳୁଛି । ଏପରି କି ନାମୀଦାମୀ ବ୍ରାଣ୍ଡ ନାମରେ ନିମ୍ନମାନର ଜିନିଷ ବିକ୍ରି ହେଉଛି, ଯାହା ଫଳରେ ସାଧାରଣ ଜନତା ତାକୁ ହିଁ ଅସଲି ଭାବି କିଣୁଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଜାଣିବେ ଅସଲି ଏବଂ ନକଲି ମଧ୍ୟରେ ଫରକ ।

ବ୍ରାଣ୍ଡେଡ୍‍ ପୋଷାକରେ ସବୁବେଳେ ଏହାର ନାମ/ଟ୍ୟାଗ ଲାଗିଥାଏ । ଏଣୁ ସର୍ବଦା ପୋଷାକ କିମ୍ବା ଅନ୍ୟ କିଛି ଜିନିଷ କିଣିବା ବେଳେ ବ୍ରାଣ୍ଡର ନାମ/ଟ୍ୟାଗ ଭଲଭାବେ ପରଖି ଦେଖନ୍ତୁ । କାରଣ ଅସଲି ବ୍ରାଣ୍ଡେଡ଼ କମ୍ପାନି ଗୁଡ଼ିକ ଏହାର ଟ୍ୟାଗ ଭିତର ପାଖରେ ଲଗାଇଥାନ୍ତି। ତେବେ ନକଲି କମ୍ପାନି ଜିନିଷକୁୁ ଅସଲି ଦେଖାଇବା ଚକ୍କରରେ ଟ୍ୟାଗ ସାମ୍ନାରେ ଲଗାଇ ଦିଅନ୍ତି ।

WhatsUp Guys

ଅସଲି ବ୍ରାଣ୍ଡେଡ଼ ଜିନିଷଗୁଡ଼ିକର ମାପ ଠିକ ରହିଥାଏ । ଏଥିରେ ଯେତିକି ସାଇଜ ଲେଖାହୋଇଥାଏ ଜିନିଷ ଠିକ ସେତିକି ମାପର ହୋଇଥାଏ। ତେବେ ଅପର ପକ୍ଷରେ ନକଲି ଜିନିଷରେ ଗୋଟେ ମାପ ଲେଖାହୋଇଥାଏ ଏବଂ ଆଉ ଗୋଟେ ମାପ ହୋଇଥାଏ। ଏଣୁ ଜିନିଷ କିଣିବା ଆଗରୁ ନିଜର ମାପ ସଠିକ ଭାବେ ଜାଣିଥାନ୍ତୁ ଯାହା ଦ୍ୱାରା ଠକାମିର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।

Boomerinas.com

ଆପଣ ଜିନିଷ କିଣିବା ବେଳେ ଦେଖିଥିବେ ବିଭିନ୍ନ ପ୍ରକାରର ମେଟେରିଆଲ ଏବଂ କ୍ୱାଲିଟିର ଜିନିଷ ମିଳିଥାଏ । ତେବେ ବ୍ରାଣ୍ଡେଡ଼ ଜନିଷରେ ଭଲ କ୍ୱାଲିଟିର ଜିନିଷ ବ୍ୟବହାର କରାଯାଇଥିବା ବେଳେ ନକଲି ସାମଗ୍ରୀର ଚାଲୁ ଜିନିଷର ବ୍ୟବହାର କରାଯାଇଥାଏ। ତେବେ ବ୍ରାଣ୍ଡେଡ଼ ଜିନିଷର ସିଲେଇ ମଜବୁତ ହୋଇଥିବା ବେଳେ ନକଲି ଜିନିଷ ବହୁତ ଖରାପ ସିଲେଇ ହୋଇଥାଏ। ଏଣୁ ସର୍ବଦା ବ୍ରାଣ୍ଡେଡ଼ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ କିଣୁଥିବା ବେଳେ ତାହା ଅସଲି କି ନକଲି ପରୀକ୍ଷା କରନ୍ତୁ ଏବଂ କିଣନ୍ତୁ।

ସମ୍ବନ୍ଧିତ ଖବର