ଆସନ୍ତୁ ଜାଣିବା ଓଡ଼ିଶାର ଲୋକପ୍ରିୟ ଏଫ୍‌ଏମ୍‌ ଚ୍ୟାନେଲ ରେଡିଓ ଚକଲେଟ୍‌ର ଅଫିସିଆଲ୍‌ ଆପ୍‌କୁ ଚିହ୍ନିବେ କିପରି?

ଓଡ଼ିଶାର ଲୋକପ୍ରିୟ ଏଫ୍‌ଏମ୍‌ ଚ୍ୟାନେଲ ରେଡ଼ିଓ ଚକଲେଟ୍‌ ଶ୍ରୋତାମାନଙ୍କ ଇଚ୍ଛାକୁ ସମ୍ମାନ ଦେଇ ପବିତ୍ର ଗଣେଶ ପୂଜାରେ ଆରମ୍ଭ କରିଛି ‘ରେଡିଓ ଚକଲେଟ୍‌ ଆପ୍‌’। ଏହି ରେଡିଓ ଚକଲେଟ୍‌ ୧୦୪ ଏଫ୍‌.ଏମ୍‌. ଆପ୍‌ ଘୋଷଣା ହେବା ପରଠାରୁ ଓଡ଼଼ିଶା ସମେତ ଦେଶ ଓ ବିଦେଶରେ ଓଡ଼଼ିଆ ଗୀତ ଏବଂ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍‌କୁ ଉପଭୋଗ କରିବାର ମଜା ଶ୍ରୋତାଙ୍କ ଖୁସିକୁ ଦୁଇଗୁଣ କରିଦେଇଛି। ଆପ୍‌ର ରେଟିଙ୍ଗ ଏବଂ ମତାମତରୁ ଲୋକମାନଙ୍କର ଉତ୍ସାହ ସମ୍ପର୍କରେ ଜାଣି ହେଉଛି।

ତେବେ ପ୍ଲେ ଷ୍ଟୋରରେ ରେଡ଼ିଓ ଚକଲେଟର ନାମରେ ଅନେକ ଗୁଡ଼ିଏ ଫେକ୍‌ ଆଇଡ଼ି ଥିବାରୁ ଭ୍ରମ ସୃଷ୍ଟି ହେଉଛି ଏବଂ ଶ୍ରୋତାମାନେ ଭୁଲବଶତଃ ଫେକ୍‌ ଆପ୍‌ ସବୁ ଡାଉନଲୋଡ୍‌ କରି ଦେଉଛନ୍ତି। ଏଥିପାଇଁ ଅଫିସିଆଲ୍‌ ରେଡିଓ ଚକ୍ଲେଟ୍‌ ଆପକୁ ଜାଣି ଡାଉନ୍‌ଲୋଡ୍‌ କରିବା ପାଇଁ ଅନୁରୋଧ କରାଯାଇଛି। ରେଡିଓ ଚକଲେଟ୍‌ ଆପ୍‌ ଡାଉନଲୋଡ୍‌ ଲିଙ୍କ୍‌ ହେଉଛି https://play.google.com/store/apps/details?id=com.radiochoklate.fm

କିପରି ଚିହ୍ନିବେ ରେଡିଓ ଚକଲେଟ୍‌ ଅଫିସିଆଲ୍‌ ଆପ୍‌କୁ?

୧) ଡାଉନଲୋଡ୍‌ କରିବା ପୂର୍ବରୁ ରେଡିଓ ଚକଲେଟର ଅରିଜିନାଲ୍‌ ଲୋଗୋ ଦେଖନ୍ତୁ।
୨) Radio Choklate 104 FM (Official) ଏହି ନାମ ଥିବା ଆପକୁ ହିଁ ଡାଉନଲୋଡ୍‌ କରନ୍ତୁ।
୩) ଆପ୍‌ ଡାଉନଲୋଡ୍‌ କରିବା ପରେ ମିଳାଇ ନିଅନ୍ତୁ ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍‌ ଦିଆଯାଇଥିବା ଚିତ୍ର ପରି ଏକ ଇଣ୍ଟର୍ଫେସ୍‌ ଅଛି କି? ଯଦି ନାହିଁ ତେବେ ତାହା ଏକ ଫେକ୍‌ ଆପ୍‌।
୪) ରେଡିଓ ଚକଲେଟର ବନାନ ପ୍ରତି ଧ୍ୟାନ ଦିଅନ୍ତୁ : Radio Choklate 104 FM

ସମ୍ବନ୍ଧିତ ଖବର