ଚିନ୍ତା କରନ୍ତୁ ନାହିଁ ! ଆପଣଙ୍କ ହଜିଯାଇଥିବା ଫୋନ୍‌କୁ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ!

କ’ଣ ଆପଣ ଜାଣନ୍ତି କି ଆପଣ ହଜିଯାଇଥିବା ମୋବାଇଲ୍‌ ଫୋନ୍‌ଟି ଆପଣଙ୍କୁ ପୁଣିଥରେ ମିଳିପାରେ ବୋଲି !ନାଇଁନା !ତେବେ ଆଜି ଆମେ ଆପଣଙ୍କୁ ଏ ନେଇ କିଛି ଟିପ୍‌ସ ବିଷୟରେ କହିବୁ, ଯେଉଁ ଟିପ୍‌ସକୁ ଫଲୋ କରି ଆପଣ ପୁଣି ଥରେ  ଆପଣଙ୍କର ସେଇ ହଜିଯାଇଥିବା ଫୋନ୍‌ଟିକୁ ପାଇପାରିବେ।

ପ୍ରଥମ ସୋପାନ: ଏ ନେଇ ପ୍ରଥମେ ଆପଣଙ୍କୁ ‘ଗୁଗୁଲ୍‌’କୁ ଯିବାକୁ ପଡ଼ିବ।ଏହାପରେ ଆପଣଙ୍କୁ ‘ଫାଇଣ୍ଡ୍‌ ମାଇଁ ଡ଼ିଭାଇସ୍‌’ବା ‘ଲୋକେଟ୍‌ ମାଇଁ ଫୋନ୍‌’ ଲେଖି ସର୍ଚ୍ଚ କରିବାକୁ ହେବ। ତେବେ ଏହାପରେ ଆପଣଙ୍କୁ ଏକ ‘ଗୁଗୁଲ୍‌ ଏଣ୍ଡ୍ରୋଏଡ଼୍‍ ଡ଼ିଭାଇସ୍‌ ମ୍ୟାନେଜର୍‌’ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ ଆପଣଙ୍କର ‘ଇ-ମେଲ୍‌’ ଆଇଡ଼ିକୁ ଲଗ୍‌ ଇନ୍‌ କରିବାକୁ ହେବ।

ଦ୍ୱିତୀୟ ସୋପାନ: ଏହାପରେ ଆପଣଙ୍କୁ ସମସ୍ତ ସ୍ମାର୍ଟଫୋନ୍‌ ଆପଣଙ୍କ କଂପ୍ୟୁଟରର ସ୍କ୍ରିନ୍‌ରେ ଦେଖାଯିବାକୁ ଲାଗିବ। ତେବେ ଆପଣଙ୍କୁ ଏଠାରେ ଆପଣ ଯେଉଁଫୋନ୍‌ ପାଇଁ ଆପଣଙ୍କର ଆଇଡ଼ିକୁ ଲଗ୍‌ଅନ୍‌ କରିଥିଲେ,ସେହି ଡ଼ିଭାଇସ୍‌କୁ ହିଁ ବାଛିବାକୁ ହେବ, ଯାହାକୁ ଆପଣ ଖୋଜିବାକୁ ଚାହୁଁଛନ୍ତି। ତେବେ ଏହାକୁ କ୍ଲିକ୍‌ କରିଲା ପରେ ଆପଣଙ୍କ ଫୋନ୍‌ରେ ଏକ ଲୋକେସନ୍‌ ଦେଖିବାକୁ ମିଳିବ।ଏଥି ସହିତ ଆପଣଙ୍କୁ ଏଠାରେ ଆହୁରି ୩ଟି ବିକଳ୍ପ ମଧ୍ୟ ପ୍ରଦର୍ଶିତ ହେବ- ରିଂଗ୍‌, ଲକ୍‌, ଇରେଜ୍‌ ।

ରିଙ୍ଗ୍‌ : ଯଦି ଆପଣ ଆପଣଙ୍କ ଫୋନ୍‌ଟିକୁ ଘର କିମ୍ବା ଅଫିସ୍‌ରେ ଛାଡ଼ିଦେଇ ଆସିଥିବେ ତ, ତେବେ ଆପଣଙ୍କୁ ରିଂଗ୍‌ ବିକଳ୍ପକୁ ବାଛିବାକୁ ପଡ଼ିବ। ଏହାପରେ ଆପଣଙ୍କ ଫୋନ୍‌ଟି ରିଂଗ୍‌ ହେବାକୁ ଲାଗିବ।

ଲକ୍‌ : ଯଦି ଆପଣଙ୍କୁ ଲାଗୁଥାଏ କି ଅନ୍ୟ ଜଣେ କେହି ବ୍ୟକ୍ତି ଆପଣଙ୍କ ଫୋନ୍‌ଟି ବ୍ୟବହାର କରୁଛନ୍ତି ତ,ତେବେ ଆପଣ ଏଥିରେ ରହିଥିବା‘ଲକ୍‌ ଅପ୍‌ସନ୍‌’କୁ ଦବାନ୍ତୁ। ଏହାପରେ ଆପଣ ଆପଣଙ୍କ ଫୋନ୍‌ ପାଇଁ ନୂଆ ପାସଓ୍ଵାର୍ଡ଼ ଦିଅନ୍ତୁ। ଯାହାଫଳରେ କି ଆପଣଙ୍କ ଫୋନ୍‌ଟି ନୂତନ ପାସଓ୍ଵାର୍ଡ଼ ବ୍ୟତୀତ ଆଉ ଖୋଲିବ ନାହିଁ।

ଇରେଜ୍‌ : ଆପଣ ସେତିକିବେଳେ ହିଁ ତୃତୀୟ ବିକଳ୍ପ ବା ‘ଇରେଜ୍‌’କୁ ବାଛନ୍ତୁ, ଯେତେବେଳେ କି ଆପଣଙ୍କ ଫୋନ୍‌ଟି ଆଉ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇଯିବେ। କାରଣ ଏହା କରିବା ପରେ ଆପଣଙ୍କ ଫୋନ୍‌ ମଧ୍ୟରେ ରହିଥିବା ସମସ୍ତ ଡ଼ାଟା ଡ଼ିଲିଟ୍‌ ହୋଇଯିବ।

ଏଥିସହିତ ଆପଣ ଯଦି ମୋବାଇଲ୍‌ରେ ଏହି ଉପାୟକୁ ଆପଣେଇବା ପାଇଁ ଚାହୁଁଛଅଛନ୍ତି ତ, ତେବେ ଆପଣଙ୍କୁ ଫୋନ୍‌ରେ ରହିଥିବା ‘ଗୁଗୁଲ୍‌ ପ୍ଲେ ଷ୍ଟୋର୍‌’କୁ ଯାଇ ‘ଏଣ୍ଡ୍ରୋଏଡ଼୍‍ ଡ଼ିଭାଇସ୍‌ ମ୍ୟାନେଜର୍‌’କୁ ଡ଼ାଉନ୍‌ଲୋଡ଼୍‍ କରିବକୁ ପଡ଼ିବ। ଏହାପରେ ଆପଣଙ୍କୁ ଏହି ଆପ୍‌କୁ ଲଗ୍‌ଇନ୍‌ କରିବାକୁ ହେବ। ଏଥିସହିତ ଆପଣଙ୍କୁ ଗୁଗୁଲ୍‌ ଆକାଉଣ୍ଟ୍‌ରେ ଆପଣଙ୍କର ସଂପୂର୍ଣ୍ଣ ବିବରଣୀକୁ ଦେବାକୁ ପଡ଼ିବ। ଯାହା ଫଳରେ ଆପଣଙ୍କ ମୋବାଇଲ୍‌ ଫୋନ୍‌ଟି ଆପଣଙ୍କୁ ସେହିଭଳି ଭାବରେ ଅପ୍‌ସନ୍‌ ଦେଖାଇବ, ଯାହାକି କଂପ୍ୟୁଟରରେ ଦେଉଅଛି!

ସମ୍ବନ୍ଧିତ ଖବର