ଆପଣଙ୍କ ନାମରେ କେହି ମିଛି ଅଭିଯୋଗ ଦାଖଲ କରିଛିନ୍ତି କି? ତେବେ ଏପରି କରନ୍ତୁ ତାଙ୍କୁ ଚ୍ୟାଲେଞ୍ଜ୍‌

ଅନେକ ଥର ମିଛ ଅଭିଯୋଗ ଦାଖଲ ଯୋଗୁଁ ଲୋକଙ୍କୁ ଅଯଥାରେ ହିଁ ହନ୍ତସନ୍ତ ହେବାକୁ ପଡ଼ିଥାଏ ଏବଂ ଥାନାକୁ ଦୌଡ଼ିବା ପାଇଁ ପଡ଼େ । ତେବେ ଆପଣଙ୍କ ନାମରେ ମଧ୍ୟ କେହି ଯଦି ମିଛ ଅଭିଯୋଗ ଦାଖଲ କରେ, ତେବେ କିଭଳି ଏହାର ପଦକ୍ଷେପ ନେବେ ଆସନ୍ତୁ ଜାଣିବା। ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୪୮୨ ଅନୁସାରେ ଏହି ପ୍ରକାର ମାମଲକୁ ଚ୍ୟାଲେଞ୍ଜ କରାଯାଇପାରିବ । କୋର୍ଟ ଆପଣଙ୍କ ଦଲିଲିକୁ ସତ୍ୟ ପ୍ରମାଣିତ କଲେ ଆପଣ ନିର୍ଦ୍ଦୋଶରେ ଖଲାସ ହୋଇପାରିବେ।

ତେବେ ଆସନ୍ତୁ ଜାଣିବା କ’ଣ ଏହି ୪୮୨ ଧାରା ?
କେହି ଆପଣଙ୍କ ବିରୋଧରେ ମିଛି ଅଭିଯୋଗ ଦାଖଲ କଲେ, ୪୮୨ ଧାରାକୁ ବ୍ୟବହାର କରିପାରିବେ । ଏହି ଧାରା ମାଧ୍ୟମରେ ହାଇକୋର୍ଟରେ ନିବେଦନ କରିପାରିବ । ଏହି ପତ୍ର ସାହାଯ୍ୟରେ ଆପଣ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ କରିପାରିବେ । ଆପଣ ଭିଡ଼ିଓ ରେକର୍ଡ଼ିଂ, ଅଡ଼ିଓ ରେକର୍ଡ଼ିଂ, ଫଟୋଗ୍ରାଫ ଓ ଡକ୍ୟୁମେଣ୍ଟ ଆଦି ସହ ଆବେଦନ ପତ୍ର ସହ ଯୋଡ଼ି କୋର୍ଟରେ ପ୍ରଦାନ କରି ପାରିବେ ।

ଚୋରି, ମାରଧର ଓ ଦୁଷ୍କର୍ମ ମାମଲାରେ ଷଡ଼ଯନ୍ତ୍ର କରି ଆପଣଙ୍କୁ କେହି ଫସାଇଥିଲେ, ତେବେ ଆପଣ ହାଇକୋର୍ଟେରେ ଅପିଲ କରିପାରିବେ । ହାଇକୋର୍ଟରେ କେସ୍‌ ଚାଲିବା ସମୟରେ ପୁଲିସ ଆପଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । କେବଳ ଏତିକି ନୁହେଁ ଯଦି ଆପଣଙ୍କ ବିରୋଧରେ ୱାରେଂଟ ଜାରି ହୋଇଥିଲେ ମଧ୍ୟ କେସ୍‌ ଚାଲିବା ସମୟରେ ପୁଲିସ ଆପଣଙ୍କୁ ଗିରଫ କରିପାରିବ ନାହିଁ ।

ଯଦି ଆପଣ ଏହି ଧାରା ଅନୁସାରେ ହାଇକୋର୍ଟରେ ଅପିଲ କରୁଛନ୍ତି, ତେବେ ପ୍ରଥମେ ଏକ ଫାଇଲ ପ୍ରସ୍ତୁତ କରନ୍ତୁ । ଏହି ଫାଇଲରେ ଏଫଆଇଆର କପି ସହ ପ୍ରମାଣ ଏକାଠି କରି ଯୋଡ଼ନ୍ତୁ । ଆପଣ ଓକିଲ ମାଧ୍ୟମରେ ପ୍ରମାଣପତ୍ର ପ୍ରସ୍ତୁତ କରିପାରିବେ । ଆପଣଙ୍କ ପକ୍ଷରୁ କେହି ସାକ୍ଷୀ ଥିଲେ, ତାଙ୍କୁ ମଧ୍ୟ କେସ ଚାଲୁଥିବା ସମୟରେ ଉପସ୍ଥାପନ କରିପାରିବେ ।

ସମ୍ବନ୍ଧିତ ଖବର