ଏହି ୮ଟି ଉପାୟରେ ଫୋନ୍‌କୁ ବ୍ଲାଷ୍ଟ ହେବାରୁ ବଞ୍ଚାନ୍ତୁ, ନହେଲେ ଆପଣଙ୍କ ସହ ମଧ୍ୟ ଘଟିପାରେ ଦୁର୍ଘଟଣା

ଏହି କିଛି ଦିନ ହେବ ମୋବାଇଲ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଗୀତ ଶୁଣିବା ବେଳେ, ତ କିଏ ଗେମ୍‌ ଖେଳିବା ବେଳେ ଫୋନ ଫାଟିବାର ବା ବ୍ଲାଷ୍ଟ ହେବାର ଖବର ସାମ୍ନାକୁ ଆସିବା ସହ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି । କିଛି ଲୋକଙ୍କ ଅସାବଧାନତା ପାଇଁ ଏପରି ଘଟୁଥିବା ବେଳେ, ଆଜି ଆମେ ମୋବାଇଲକୁ ବିସ୍ଫୋରଣ ହେବାରୁ ବଞ୍ଚାଇବା ପାଇଁ କେଉଁ ସବୁ ସାବଧାନତା ଆପଣ ଆପଣାଇବେ ସେ ବିଷୟରେ ଜଣାଇବୁ । ମୋବାଇଲକୁ ବ୍ୟବହାର କରିବା ପୂର୍ବରୁ ଏହି ୮ଟି ଉପାୟ ନିଶ୍ଚୟ ଆପଣାନ୍ତୁ ।
୧. ଯଦି ଆପଣ ଆପଣଙ୍କ ଫୋନରେ ନକଲି ବ୍ୟାଟେରି ବ୍ୟବହାର କରୁଛନ୍ତି, ତେବେ ତାକୁ ତୁରନ୍ତୁ କାଢ଼ି ଦିିଅନ୍ତୁ । ନକଲି ବ୍ୟାଟେରି ବ୍ୟବହାର କରିବା ଦ୍ୱାରା ମୋବାଇଲ ଫାଟିବାର ଆଶଙ୍କା ବଢ଼ି ଯାଇଥାଏ ।

Daily Mail

୨. ନକଲି ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ସବୁ ବେଳେ ଗୋଟେ ବ୍ରାଣ୍ଡର ଅସଲି ବ୍ୟାଟେରି ଏବଂ ଚାର୍ଜର ବ୍ୟବହାର କରନ୍ତୁ ।
୩. ରାତିସାରା ଫୋନକୁ ମୋବାଇଲକୁ ଚାର୍ଜ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବେଳେ ବେଳେ ଫୋନ ଗରମ ହୋଇ ଫାଟି ଯାଇଥାଏ ।
୪. ପାଣିରେ ପଡ଼ି ଓଦା ହୋଇ ଯାଇଥିବା ଫୋନକୁ ଚାର୍ଜ କରନ୍ତୁ ନାହିଁ । ଏହା ସହ ଚାର୍ଜ କରିବା ସମୟରେ ଫୋନକୁ ବ୍ୟବହାର କରନ୍ତୁ ନାହିଁ ।
୫. ଯଦି ଆପଣ ଆପଣଙ୍କ ଫୋନରେ ବ୍ୟବହାର କରୁଥିବା ବ୍ୟାଟେରିଟି ଟିକେ ବି ଖରାପ ହୋଇ ଯାଇଛି ତେବେ ତାକୁ ତୁରନ୍ତ ବଦଳାଇ ନୂଆ ଆଣନ୍ତୁ ।

wordpress.com

୬. ଯେଉଁଠି ଅଧିକ ଉତ୍ତାପ ରହିଛି, ସେ ସ୍ଥାନରେ ଫୋନକୁ ରଖନ୍ତୁ ନାହିଁ । ସୂର୍ଯ୍ୟଙ୍କ କିରଣ ଯେଉଁଠି ଅଧିକ ସେଠାରେ ଅଧିକ ସମୟ ଫୋନ ରଖିବା ଦ୍ୱାରା ଫୋନ ଫାଟିବାର ଆଶଙ୍କା ବଢ଼ି ଯାଇଥାଏ ।
୭. ଦିନରେ ଗାଡ଼ି ଚଳାଉଥିବା ବେଳେ କାର୍‌ର ଡାସ୍‌ବୋର୍ଡ଼ରେ ମୋବାଇଲ ରଖନ୍ତୁ ନାହିଁ । କାରଣ ସୂର୍ଯ୍ୟଙ୍କ କିରଣ ଅଧିକ ସେଠାରେ ପଡ଼ୁଥିବାରୁ ଫୋନ ଗରମ ହୋଇ ଫାଟିବାର ଆଶଙ୍କା ରହିଥାଏ ।
୮. ଚାର୍ଜ କରିବା ସମୟରେ ଗ୍ରାଫିକାଲ ଗେମ୍‌ ଖେଳନ୍ତୁ ନାହିଁ । ଏହା ଫୋନ୍‌ର ତାପମାତ୍ରା ବଢ଼ାଇବା ସହ ବ୍ୟାଟେରି ଉପରେ ପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର