ବିନା କାର୍ଡ଼ରେ ମଧ୍ୟ ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା !

ଅନେକ ଲୋକଙ୍କ ଏଟିଏମ୍‌ କାର୍ଡ଼ ହଜିଯାଏ କିମ୍ବା ଚୋରି ହୋଇଯାଏ। ଏପରିସ୍ଥଳେ ନିହାତି ଦରକାର ସମୟରେ ଲୋକଙ୍କୁ ହଇରାଣ ହେବାକୁ ପଡ଼େ। ତେବେ ଆସନ୍ତୁ ଜାଣିବା ଏପରି କୌଶଳ ଅଛି, ଯେଉଁଠି ଆପଣ ବିନା ଏଟିଏମ୍‌ କାର୍ଡ଼ରେ ଟଙ୍କା ବାହାର କରିପାରିବେ। ଏଟିଏମରୁ ଟଙ୍କା କାରବାର କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା ପିନ୍‌ର ଆବଶ୍ୟକତା ପଡିବନି। କାରଣ ଗ୍ରାହକଙ୍କର ସୁବିଧା ପାଇଁ ଭାରତର ଏକ ବ୍ୟାଙ୍କ ଖୁବ ଶୀଘ୍ର ଏଭଳି ଏକ ସୁବିଧା ଯୋଗାଇ ଦେବାକୁ ଯାଉଛି। ଯେଉଁଥିରେ ଲୋକେ ବିନା କାର୍ଡ ଏବଂ ବିନା ପିନ୍‌ରେ ବି ଏଟିଏମ ମେସିନରୁ ଅର୍ଥ କାରବାର କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ ଅଟେ।

ତେବେ ୟେସ୍‌ ବ୍ୟାଙ୍କ ପକ୍ଷରୁ ଏବେ ଏଭଳି ସୁବିଧାର ଲାଭ ଉଠାଇପାରିବେ ଗ୍ରାହକ। ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ଦେଶର ପ୍ରତ୍ୟେକ ନାଗରିକଙ୍କରୁ ଆଧାର ଜରିଆରେ ଏଟିଏମ ସର୍ଭିସ ଉପଲବ୍ଧ କରାଇବା। ଯାହାଦ୍ୱାରା ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡ କିମ୍ବା ପିନ୍‌ର ଆବଶ୍ୟକତା ପଡିବ ନାହିଁ। ଗ୍ରାହକମାନେ ରିଟେଲରଙ୍କ ନିକଟରେ ଅତି ସହଜରେ ନିଜର ଟଙ୍କାକୁ ଜମା ରଖିପାରିବେ ଏବଂ ଯେତେବେଳେ ଚାହିଁବେ ଉଠାଇ ମଧ୍ୟ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଶେଷ ସେବା ସଂପର୍କରେ . . .

ସୂଚନା ମୁତାବକ, ସ୍ମାର୍ଟଫୋନରେ ପେ-ନିୟରବାୟ ମୋବାଇଇଲ ଆପ୍ଲିକେସନର ଜରିଆରେ ରିଟେଲର ଗ୍ରାହରଙ୍କ ପାଇଁ ଏଟିଏମ-ଆଧାର ବ୍ୟାଙ୍କ ଶାଖା ଭାବରେ କାମ କରିପାରିବେ ଏବଂ ଗ୍ରାହକଙ୍କୁ ନଗଦ ଟଙ୍କା ଉଠାଇବା ଏବଂ ଜମା କରିବାର ସୁବିଧା ମଧ୍ୟ ପ୍ରଦାନ କରିବେ। ତେବେ ୟେସ୍‌ ବ୍ୟାଙ୍କ ଏବଂ ନିୟରବାୟ ଏହି ସେବାର ଆରମ୍ଭ କରିବା ପାଇଁ ନ୍ୟାସନାଲ ପେମେଂଟ୍‌ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ସହିତ ହାତ ମିଳାଇଛନ୍ତି।

ସେହିପରି ପେ-ନିୟରବାୟ ଆଧାର ଏଟିଏମ ୟେସ ବ୍ୟାଙ୍କ ଏବଂ ବିଜନେସ କର୍ପୋରେସନ ଜରିଆରେ ଉପଲବ୍ଧ କରାଇବ। ଯାହାର ନେଟୱର୍କରେ ପାଖାପାଖି ୪୦ ହଜାର ଟଚ ପଏଣ୍ଟ ରହିବ। ଗ୍ରାହକମାନେ ନିଜ ନିଜର ଆଧାର ନମ୍ବର ଏବଂ ଫିଙ୍ଗର ପ୍ରିଂଟ ବ୍ୟବହାର କି ଏହି ସବୁ ସ୍ଥାନରୁ ନିଜ ଟଙ୍କା ଉଠାଇବା ସହିତ ଜମା ମଧ୍ୟ କରିପାରିବେ। ଏଠାରେ ଆମେ କହି ରଖୁଛୁ କି, ନିୟରବାୟ , ଆଧାର ସେବାର ଜାଗରୁକତା ଏବଂ ଏହାର ଲୋକପ୍ରିୟତା ବଜାୟ ରଖିବା ପାଇଁ ରିଟେଲର୍ସ ଆସୋସିଏସନ ଅଫ ଇଣ୍ଡିଆ ସହ ଏକ ଚୁକ୍ତି ସ୍ୱାକ୍ଷରିତ କରିଛ।

ସମ୍ବନ୍ଧିତ ଖବର