ସୋସିଆଲ ମିଡିଆରେ ଘୁଷୁରୀ ପେଟରୁ ଜନ୍ମ ନେଇଥିବା ମଣିଷ ଛୁଆର ଫଟୋ ଭାଇରାଲ ! ସତ୍ୟତା ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସତକୁ ମିଛ ଓ ମିଛକୁ ସତ କରି ପ୍ରଦର୍ଶନ କରିବାର ଅନେକ ଘଟଣା  ଭାଇରାଲ ହୋଇଛି। କିନ୍ତୁ ଅନ୍ୟପକ୍ଷରେ ଦେଖିବାକୁ ଗଲେ ସୋସିଆଲ ମିଡିଆ ଜରିଆରେ ଗୁରୁତ୍ୱପୂର୍ଣ୍ଣ ସୂଚନା ବି ମିଳେ ତାହାକୁ ଆମେ ଏଡାଇ ପାରିବା ନାହିଁ। ନିକଟରେ ସୋସିଆଲ ମିଡିଆ ଯେମିତି ଫେସ୍‌ବୁକ, ଟୁଇଟର ଓ ହ୍ଵାଟସ୍‌ ଆପ୍‌ରେ ଏକ ଅଦ୍ଭୁତ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ବିଷୟରେ କହିବାକୁ ଗଲେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇସ୍ଥିତ ବୋରିଭଲିରେ ଏକ ଘୁଷୁରୀ ମଣିଷ ଛୁଆକୁ ଜନ୍ମ ନେଇଛି ବୋଲି ଚର୍ଚ୍ଚା ଉଠିଛି। ତେବେ ଏହି କଥା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି, କିନ୍ତୁ ବାସ୍ତବ ଘଟଣାଟି କ’ଣ ଆସନ୍ତୁ ଜାଣିବା।

ଭାଇରାଲ ହୋଇଥିବା ପୋଷ୍ଟ ମୁତାବକ, ଏହି ଅଦ୍ଭୁତ ଜୀବର ଜନ୍ମ ବୋରିଭଲି ନ୍ୟାସନାଲ ପାର୍କରେ ହୋଇଥିବା ଖବର ମିଳିଛି। ଘୁଷୁରୀଠାରୁ ଜନ୍ମ ନେଇଥିବା ଏହି ଜୀବର ହାତ ଓ ଗୋଡ ଅବିକଳ ମନୁଷ୍ୟ ଭଳି ଦେଖାଯାଉଛି କିନ୍ତୁ ତାର ନାକ ଓ ଓଠ ଘୁଷୁରୀ ଭଳି ଦେଖା ଯାଉଛି। କେବଳ ଏତିକି ନୁହେଁ, ମନୁଷ୍ୟ ଭଳି ଦେଖାଯାଉଥିବା ଏହି ଜୀବର ଲାଞ୍ଜ ବି ରହିଛି। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଲୋକମାନେ ଏକ ‘ଭୂତ ଛୁଆ’ ବୋଲି କହୁଛନ୍ତି। ଅନ୍ୟମାନେ ଭଗବାନଙ୍କ ଚମତ୍କାର ଛଡ଼ା ଏହା ଅନ୍ୟ କିଛି ନୁହେଁ ବୋଲି କହୁଛନ୍ତି।

ତେବେ ବିଜ୍ଞାନ ଦ୍ୱାରା ଏହ ସମ୍ଭବ ବୋଲି ଆମେ ଜାଣିଛେ। ତେବେ ଆସନ୍ତୁ ଜାଣିବା ଭାଇରାଲ ହୋଇଥିବା ଏହି ଫଟୋର ରହସ୍ୟ ବିଷୟରେ। ଏହା ଏକ ମିଥ୍ୟା ଫଟୋ ଅଟେ। ଏହା ଏକ ରବର କଣ୍ଢେଇ ଯାହାକୁ ଲାଇରା ମାଗାନୁକୋ ନାମକ ଜଣେ ବ୍ୟକ୍ତି ବନାଇଛନ୍ତି। ଲାଇରା ଏହି ଫଟୋକୁ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ  ପୋଷ୍ଟ କରିବା ପରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର