ସ୍ପେନ୍‌ ଅନ୍ତର୍ଗତ ବାର୍ସିଲୋନା ରାସ୍ତାର ଜୀବନ୍ତ ପ୍ରତିମା

ସ୍ପେନ୍‌ ଅନ୍ତର୍ଗତ ବାର୍ସିଲୋନାର ଏକ ପ୍ରସିଦ୍ଧ ରାସ୍ତା ହେଉଛି- ‘ଲା ରା˚ବ୍‌ଲା ଷ୍ଟ୍ରିଟ୍‌’। ଏହାର ଲମ୍ବ ୧.୩ କିଲୋମିଟର‌୍‌। ରାସ୍ତାରେ ପଥଚାରୀ, ଯାନ-ବାହନ ଆରୋହୀଙ୍କ ଯିବା-ଆସିବା ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିଛି। ଲା ରା˚ବଲା, ବାର୍ସିଲୋନାର ଏକ ପ୍ରମୁଖ ପର୍ଯ୍ୟଟକ ଆକର୍ଷଣ। ରାସ୍ତାର ଏକ ନିର୍ଦିଷ୍ଟ ଅ˚ଶରେ ପ୍ରତ୍ୟେକ ଦିନ ଅନେକ ଜୀବନ୍ତ ପ୍ରତିମା ବା ହ୍ୟୁମାନ୍‌ ଷ୍ଟାଚୁ ଦେଖିବାକୁ ମିଳନ୍ତି। ରୋଜଗାର ଉଦ୍ଦେଶ୍ୟରେ ସ୍ଥାନୀୟ କଳାକାରମାନେ ଏ ଭଳି ଜୀବନ୍ତ ପ୍ରତିମା ବନୁଥିବା ପ୍ରକାଶ।

ବିଭିନ୍ନ କାହାଣୀ-କି˚ବଦନ୍ତିର ଚରିତ୍ର ଆଧାରରେ ସେମାନେ ନିଜ ନିଜକୁ ସଜାନ୍ତି। ପର୍ଯ୍ୟଟକମାନେ ସେମାନଙ୍କ ସହ ଫଟୋ ଉଠାଉଥିବା, କଥା ହେଉଥିବା ଦେଖିବାକୁ ମିଳେ। ଏହା ସେମାନଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ। ଲା ରା˚ବ୍‌ଲାରେ ଚୋର-ଖଣ୍ଟଙ୍କ ସ˚ଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଜୀବନ୍ତ ପ୍ରତିମାମାନଙ୍କ ସହ ଆଳାପ-ଆଲୋଚନାରେ ବ୍ୟସ୍ତ ଥାଇ, ଅସାବଧାନ ହୋଇଗଲେ, ପାଖରେ ଥିବା ସବୁ କିଛି ନିମିଷକ ମଧ୍ୟରେ ଚାଲିଯାଇପାରେ!

www.tripsandbooks.com
ସମ୍ବନ୍ଧିତ ଖବର