ପତ୍ନୀଙ୍କ ଡ୍ରେସ ଦେଖି ଡରିଗଲେ ସ୍ୱାମୀ : ସାପ ଭାବି ଭାଙ୍ଗିଦେଲେ ପତ୍ନୀଙ୍କ ଗୋଡ

ଆଜିକାଲି ଲୋକମାନେ ବିଭିନ୍ନ ଷ୍ଟାଇଲର ଅଦ୍ଭୁତ ପୋଷାକମାନ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ଅଦ୍ଭୁତ ଷ୍ଟାଇଲ ଓ ଭିନ୍ନ ଦେଖାଯିବା ଇଚ୍ଛାରେ ଲୋକ ଭ୍ରମରେ ପକାଉଥିବା କପଡା ପିନ୍ଧୁଥିବାରୁ ବେଳେବେଳେ ଏଥିରେ ଏତେ କ୍ଷତି ହୋଇଥାଏ ଯେ, ଜୀବନ ପ୍ରତି ବିପଦ ଆସିଯାଏ । ଅଷ୍ଟ୍ରେଲିୟାର ସହର ମେଲବର୍ଣ୍ଣରେ କିଛି ଏମିତି ହୋଇଛି । ଏଠି ଜଣେ ମହିଳା କିଛି ଏମିତି ଡ୍ରେସ ପିନ୍ଧିଲେ କି ତାଙ୍କ ପତି ଦେଖି ଡରିଗଲେ ଓ ସେ ନିଜକୁ ବଂଚାଇବା ପାଇଁ ପତ୍ନୀଙ୍କ ଗୋଡ ଭାଙ୍ଗିଦେଲେ । ପରେ ଯେମିତ ମହିଳାଙ୍କ ପତି ଜାଣିଲେ ତାଙ୍କୁ ବହୁତ ଦୁଃଖ ଲାଗିଲା । ଆହତ ମହିଳାଙ୍କ ଚିକିତ୍ସା ଚାଲୁଛି।

ଫଟୋରେ ଦେଖିବାକୁ ମିଳୁଛି ଯେ, ପ୍ରଥମ ଝଲକରେ ମହିଳାଙ୍କ ଗୋଡ ସାପ ଭଳି ନଜର ଆସୁଛି । ଯେକେହି ବି ଭ୍ରମିତ ହୋଇଯିବ । ମହିଳା ରାତିରେ ଶୋଇବା ସମୟରେ ସାପ ଭଳି ଦେଖାଯାଉଥିବା ଷ୍ଟକିଙ୍ଗ ପିନ୍ଧିଥିଲେ ଓ ନିଜ ପାଦକୁ ଚାଦରରୁ ବାହରକୁ କାଢ଼ି ଶୋଇଥିଲେ । ରାତିରେ ଯେତେବେଳେ ତାଙ୍କ ସ୍ୱାମୀ ଘରକୁ ଫେରିଥିଲେ, ସେତେବେଳେ କୋଠରୀରେ ଅନ୍ଧକାର ଥିଲା ଓ ପତ୍ନୀଙ୍କ ଗୋଡ ସାପ ଭଳି ଦେଖାଗଲା । ମହିଳାଙ୍କ ସ୍ୱାମୀ ତୁରନ୍ତ କବାଟ ପାଖରେ ଥିବା ବେସବଲ ବ୍ୟାଟ୍ ଉଠାଇଲେ ଓ ପତ୍ନୀଙ୍କ ପାଦକୁ ଜୋରରେ ପ୍ରହାର କଲେ।

ଯେତେବେଳେ ମହିଳା ଜୋରରେ ଚିତ୍କାର କଲେ, ସେତେବେଳେ ସେ ଜାଣିଲେ କି, ସେ ତାଙ୍କ ପତ୍ନୀଙ୍କ ଉପରକୁ ପ୍ରହାର କରିଛନ୍ତି । ତା’ପରେ ସେ ତୁରନ୍ତ ନିଜ ପତ୍ନୀଙ୍କୁ ହସ୍ପି‌ଟାଲ ନେଇକି ଗଲେ। ମାଡ଼ରେ ପତ୍ନୀଙ୍କୁ ଗୋଡ଼ ଭାଙ୍ଗିଯାଇଥିବାରୁ ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

 

ସମ୍ବନ୍ଧିତ ଖବର