ସାନ ଭାଇର ମୃତ୍ୟୁ ପରେ ନୂଆ ଅଭିଯାନ ଆରମ୍ଭ କରିଥିଲେ ଶିବା, ଏ ପର୍ଯ୍ୟନ୍ତ ୧୦୭ଜଣଙ୍କୁ ଦେଇ ସାରିଲେଣି ନୂଆ ଜୀବନ

ନୂଆଦିଲ୍ଲୀ : ବେଳେ ବେଳେ ନିଜ ସହ କିଛି ଖରାପ ହେବା ପରେ ବା କିଛି ଭୁଲ କରିବା ପରେ ଲୋକମାନେ ଅନ୍ୟମାନଙ୍କୁ ସେଭଳି ନ କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି । କିଛି ସେଭଳି ହୋଇଥିଲା ହାଇଦ୍ରାବାଦରେ ରହୁଥିବା ୧୨ବର୍ଷୀୟ ଶିବାଙ୍କ ସହ । ଶିବାର ଛୋଟ ଭାଇ ମହେନ୍ଦ୍ର ଅସମାନପେଟସ୍ଥିତ  ଝରଣାରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ଏହା ପରେ ୧୨ବର୍ଷ ବୟସର ହୋଇ ମଧ୍ୟ ଶିବା ଆତ୍ମହତ୍ୟା କରୁଥିବା ଲୋକଙ୍କୁ ବଞ୍ଚାଇବା କାମ କରିବା ଆରମ୍ଭ କରିଥିଲେ । । ଅସମାନପେଟ ଝରଣାକୁ ଯେ କେହି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଆସେ ତାକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣି ନୂଆ ଜୀବନ ଦିଅନ୍ତି ଶିବା । ଏ ପର୍ଯ୍ୟନ୍ତ ସେ ୧୦୭ଜଣ ଲୋକଙ୍କ ଜୀବନ ବଞ୍ଚାଇ ସାରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପରିବାର କହିଲେ ଶିବାଙ୍କ ପାଇଁ କେବଳ ତାଙ୍କ ସାନ ଭାଇ ମହେନ୍ଦ୍ର ଥିବା ବେଳେ ମହେନ୍ଦ୍ରଙ୍କ ଯିବା ପରେ ଶିବା ଏକ ନୂଆ ଅଭିଯାନ ଆରମ୍ଭ କରିଥିଲେ । ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗୁ, ସେଥିପାଇଁ ସେ ୧୨ବର୍ଷ ବୟସରୁ ଅସମାନପେଟ ଝରଣାରେ ଜୀବନରକ୍ଷକ ଭାବେ କାମ କରିବା ଆରମ୍ଭ କରିଥିଲେ । କେହି ଆତ୍ମହତ୍ୟା ବା ଭୁଲବଶତଃ ଝରଣାରେ ବୁଡ଼ି ଯାଉଥିଲେ ଶିବା ସେମାନଙ୍କୁ ଉଦ୍ଧାର କରିବାର କାମ ଆରମ୍ଭ କରିଥିଲେ । ଏତେ କମ ବୟସରେ ୧୦୭ଜଣଙ୍କୁ ନୂଆ ଜୀବନ ଦେଇ ସେ ଏବେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

oneindia.com

ଶିବା କହନ୍ତି, ମୁଁ ପୁଲିସ କର୍ମୀମାନଙ୍କୁ ମଧ୍ୟ ଶବ ଉଦ୍ଧାର କରିବାରେ ସାହାଯ୍ୟ କରେ । ଏଥି ପାଇଁ ମୋତେ ହୋମ୍‌ ଗାର୍ଡର ଚାକିରି କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । କିନ୍ତୁ ମୁଁ ତାକୁ ଗ୍ରହଣ କରି ନଥିଲି । ଲୋକମାନଙ୍କୁ ମରଣ ମୁହଁରୁ ଉଦ୍ଧାର କରିବା ମୋ ଲକ୍ଷ୍ୟ । ଏବେ ବିନା କୌଣସି ସୁରକ୍ଷା ଉପକରଣରେ ମୁଁ ଏହି କାମ କରୁଛି । ସରକାରଙ୍କ ପକ୍ଷରୁ ମୋତେ କିଛି ସୁରକ୍ଷା ଉପକରଣ ଦିଆଗଲେ ମୁଁ ଏହି କାମ ଭଲ ଭାବରେ କରି ପାରିବି ।

ସମ୍ବନ୍ଧିତ ଖବର