ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଆଇଏଏସ୍‌ ଅଫିସରଙ୍କ ଫଟୋ,କାରଣ ଜାଣି ପ୍ରଶଂସା କରୁଛନ୍ତି ଲୋକେ

ନୂଆଦିଲ୍ଲୀ : ମଣିପୁରର ଜଣେ ଆଇଏଏସ୍‌ ଅଫିସରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆଇଏଏସ୍‌ ଅଫିସର ଜଣଙ୍କ ଅନ୍ୟ ଲୋକମାନଙ୍କ ସହ ଅଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ପଶି ଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ଏହାର କାରଣ ଜାଣିବା ପରେ ଲୋକମାନେ ତାଙ୍କର ପ୍ରଶଂସା ନ କରି ରହିପାରୁ ନାହାନ୍ତି । ଆଇଏଏସ୍‌ ଅଫିସର ଦିଲ୍ଲୀପ ସିଂ ମଣିପୁରରେ ବନ୍ୟା ଆସିଥିବାରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରେ ପଶିଥିଲେ ବୋଲି ଜଣାପଡ଼ିଛି । ମଣିପୁରରେ ବନ୍ୟା ସମୟରେପ ୂର୍ବ ଏବଂ ପଶ୍ଚିମ ଇମ୍ଫାଲରେ ଥିବା ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ଉଦ୍ଧାର କରିବାରେ ସେ ଲାଗିପଡ଼ିଥିଲେ ।

Punjab Newsline

ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକାମାନଙ୍କ ଅବସ୍ଥା ବୁଝିବା ପାଇଁ ସେଠାରେ ପହଞ୍ଚିଥିଲେ ବନ୍ୟା ନିୟନ୍ତ୍ରଣ ବିଭାଗରେ ନିୟୋଜିତ ଥିବା ସଚିବ ଦିଲ୍ଲୀପ ସିଂ । ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଲୋକମାନଙ୍କ ଅସୁବିଧାକୁ ଦେଖି ସେ ପାଣି ଭିତରକୁ ଯାଇ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ଲୋକେ ତାଙ୍କର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଏହି ଫଟୋ ଧୀରେ ଧୀରେ ଭାଇରାଲ ହେବା ପରେ ସାରା ଦେଶରେ ଏବେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସମ୍ବନ୍ଧିତ ଖବର