ସ୍ୱାମୀ-ଶାଶୁଘର ଲୋକଙ୍କ ସହଯୋଗରେ ୨ ବର୍ଷ ଶିଶୁର ମା’ ଏଭଳି ହେଲେ ଆଇଏଏସ୍‌

ନୂଆଦିଲ୍ଲୀ: ସାଧାରଣତଃ ବିବାହ ପରେ ମହିଳାମାନଙ୍କ ଜୀବନଶୈଳୀ ବଦଳି ଯାଇଥାଏ ବୋଲି କୁହାଯାଏ। ବିବାହ ପରେ ପରିବାର ସମ୍ଭାଳିବା ପାଇଁ ଅନେକ ମହିଳାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିବାର ଅନେକ ଘଟଣା ଦୃଷ୍ଟିକୁ ଆସିଛି। କିନ୍ତୁ ଶାଶୁଘର ଲୋକ ଓ ସ୍ୱାମୀଙ୍କ ସହଯୋଗ ଥିଲେ ବିବାହ ପରେ ବି ମହିଳାମାନେ ନିଜର ସ୍ୱପ୍ନକୁ ପୂରା କରିପାରନ୍ତି, ଏହାର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିଲା ବେଳେ ଏମିତି ଆଉ ଏକ ଖବର ସାମ୍ନାକୁ ଆସିଛି।

पति-ससुराल ने किया सपोर्ट, 2 साल के बच्चे की मां ऐसे बनी IAS
https://aajtak.intoday.in/

ହରିୟାଣାର ରେଓ୍ଵାଡି ଜିଲ୍ଲାର ପୁଷ୍ପଲତା ଯାଦବ ଆଇଏଏସ୍‌ ପାଇଁ ପ୍ରସ୍ତୁତି କରି ୟୁପିଏସ୍‌ସି ପରୀକ୍ଷାରେ ୮୦ତମ ସ୍ଥାନ ହାସଲ କରିଛନ୍ତି। ରେଓ୍ଵାଡି ଜିଲ୍ଲାର ଖୁସବୁରା ଗ୍ରାମରେ ବସବାସ କରୁଥିବା ପୁଷ୍ପଲତା ଗାଁରେ ପାଠପଢ଼ିବା ପରେ ସ୍ନାତକ ପାଇଁ ନିଜ ଦାଦାଙ୍କ ଘରକୁ ଚାଲି ଯାଇଥିଲେ। ୨୦୦୬ରେ ବିଏସସି ପରେ ସେ ସ୍ନାତକୋତ୍ତର କରିଥିଲେ। ଏହାପରେ ସେ ଏମବିଏ ପଢ଼ି ନିଜର ଖର୍ଚ୍ଚ ପାଇଁ ଘରୋଇ ସେକ୍ଟରରେ କାମ ଆରମ୍ଭ କରିଥିଲେ। ଦୁଇବର୍ଷ ପର୍ଯ୍ୟନ୍ତ ଘରୋଇ ସେକ୍ଟରରେ କାମ କରିବା ସମୟରେ ସରକାରୀ ଚାକିରି ପାଇଁ ପୁଷ୍ପଲତା ପ୍ରସ୍ତୁତି ଆରମ୍ଭ କରିଥିଲେ।

ଦୁଇବର୍ଷ ପରେ ତାଙ୍କର ଚାକିରି ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦରେ ଅତିରିକ୍ତ ମ୍ୟାନେଜର ଭାବେ ହୋଇଥିଲା। ୨୦୧୧ରେ ତାଙ୍କର ବିବାହ ହୋଇଯାଇଥିଲା। ବିବାହ ପରେ ସେ ମାନେସର ଆସି ରହିବାକୁ ଲାଗିଥିଲେ। ବିବାହର ଚାରିବର୍ଷ ପରେ ୨୦୧୫ରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦରୁ ଇସ୍ତଫା ଦେଇ ସେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

पति-ससुराल ने किया सपोर्ट, 2 साल के बच्चे की मां ऐसे बनी IAS
aajtak.intoday.i

ଏହି ସମୟରେ ତାଙ୍କ ମୁଣ୍ଡ ଉପରେ ଶାଶୁଘର ଓ ଦୁଇବର୍ଷର ଶିଶୁର ଦାୟିତ୍ୱ ବି ରହିଥିଲା। ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା କିଛି ସହଜ କାମ ନ ଥିଲା। ଏଥିପାଇଁ ତାଙ୍କୁ ବହୁତ କଷ୍ଟ ବି କରିବାକୁ ପଡ଼ିଛି। କିନ୍ତୁ ସ୍ୱାମୀ ଓ ଶାଶୁଘର ଲୋକଙ୍କ ସହଯୋଗ ଥିବାରୁ ଆଜି ସେ ଏଭଳି ସଫଳତା ପାଇ ପାରିଛନ୍ତି ବୋଲି ପୁଷ୍ପଲତା କହନ୍ତି।

ସମ୍ବନ୍ଧିତ ଖବର