ସତରେ କ’ଣ ଅଛନ୍ତି ଇଚ୍ଛାଧାରୀ ନାଗ/ନାଗୁଣୀ? ବାସ୍ତବରେ ଥାଏ କି ସେମାନଙ୍କ ପାଖରେ ମଣି? ଜାଣନ୍ତୁ ରସହ୍ୟ

ଆପଣ ଇଚ୍ଛାଧାରୀ ନାଗୁଣୀ ସଂପର୍କରେ ଅନେକ ଗପ ପଢ଼ିଥିବେ, ଅନେକ ଚଳଚ୍ଚିତ୍ର ଦେଖିଥିବେ। ଟିଭି ସିରିୟଲ୍‌ରୁ ନେଇ ଜେଜେମାଆର କାହାଣୀ ପେଡ଼ିରୁ ଶୁଣିବାକୁ ମିଳିଥାଏ ଏହି ପ୍ରଜାତିର ନାଗ, ନାଗୁଣୀଙ୍କ ବିଷୟରେ। ବିଶ୍ୱାସ ରହିଛି ସେ ସେମାନେ ନିଜ ଇଚ୍ଛାରେ ସାପ ରୂପ ନିଅନ୍ତି ତ ପୁଣି କେବେ ମଣିଷ। ସେମାନଙ୍କ ମୁଣ୍ଡରେ ମଣି ଥାଏ। ଏହି ମଣିକୁ ହୀରାଠାରୁ ବି ବେଶି ମୁଲ୍ୟବାନ ବୋଲି କୁହାଯାଏ।

ଆହୁରି ବି ବିଶ୍ୱାସ ରହିଛି ଯେ ଏହି ନାଗ ମଣି ପାଇବାକୁ ଅନେକ ଚୋର ଚେଷ୍ଟା କରି ସାପ କାଟିରେ ପ୍ରାଣ ହରାଇଛନ୍ତି। ନାଗ କିମ୍ବା ନାଗୁଣୀ ମୁଖ୍ୟତଃ ଦୁଇଟି କ୍ଷେତ୍ରରେ ପ୍ରତିଶୋଧପରାୟଣା ହୋଇ ଉଠନ୍ତି। ଯେତେବେଳେ କେହି ତାଙ୍କର ମଣି ଚୋରାଇବାକୁ ଚେଷ୍ଟା କରନ୍ତି କିମ୍ବା ଯେତେବେଳେ କେହି ସେମାନଙ୍କ ଭିତରୁ ଜଣକୁ ବଧ କରି ସେମାନଙ୍କ ଯୋଡ଼ି ଭାଙ୍ଗିବାକୁ ଚେଷ୍ଟା କରନ୍ତି।

ଆହୁରି ବି କୁହାଯାଏ ଯେ ନାଗ, ନାଗୁଣୀଙ୍କୁ ବଶ କରିବା ପାଇଁ ସାପୁଆ କେଳା ତୁରୀ ବଜାଇଥାଏ। ମାତ୍ର ଏହାର ଏଯାବତ୍‌ କୌଣସି ପ୍ରମାଣ ମିଳିନାହିଁ।

ତେବେ ପ୍ରଶ୍ନ ଉଠୁଛି ବାସ୍ତବରେ କ’ଣ ଇଚ୍ଛାଧାରୀ ନାଗ/ନାଗୁଣୀ ଅଛନ୍ତି? ପୁରାଣରେ ଏହି ଇଚ୍ଛାଧାରୀ ନାଗ/ନାଗୁଣୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଥିଲେ ବି ଏହା ଉପରେ କୌଣସି ବୈଜ୍ଞାନିକ ମତ ନାହିଁ। ଯଦି ବିଶ୍ୱାସର କଥା ଉଠେ ତେବେ ନାଗ ମଣିକୁ ଆପଣ ଏକ ଚମତ୍କାରୀ ଶକ୍ତି ବୋଲି କହିପାରନ୍ତି। ଯାହାଙ୍କୁ ନାଗ ମଣି ପ୍ରାପ୍ତ ହୁଏ ତା’ ପାଇଁ ସଂସାରରେ ଅସମ୍ଭବ ବୋଲି କିଛି ରହେ ନାହିଁ। ଏହି ମଣି ବିଭିନ୍ନ ରଂଗର ଥାଏ।

ସମ୍ବନ୍ଧିତ ଖବର