ନଦୀରେ ଭାସୁଥିଲା ବଡ ବରଫର ପ୍ଲେଟ୍‌, ଲୋକେ ଦେଖି କହିଲେ ଏଲିଏନ୍‌ଙ୍କ ଓହ୍ଲାଇବା ସ୍ଥାନ !

ଆମେରିକା: ଆମେରିକା ବେଷ୍ଟ ବ୍ରୁକସ୍ଥିତ ଏକ ନଦୀରେ ବହୁତ ବଡ ବରଫର ପ୍ଲେଟ୍‌ ଭାସୁଥିବା ଦେଖିବାକୁ ମିଳିଛି। ଏହି ବରଫ ଖଣ୍ଡଟି ୨୯୮ ଫୁଟ୍‌ ଚଉଡାର ଥିବା ଜଣାପଡ଼ିଛି। ଏହାକୁ ଦେଖ ଅନୁମାନ ଲଗାଯାଉଛି, ନଦୀରେ ହୋଇଥିବା ଏହି ବିଶେଷ ପରିବର୍ତ୍ତନ ଏକ ଏଲିଏନ୍‌ ସ୍ପେଶକ୍ରାଫ୍‌ଟ, ଏକ କେରସେଲ ଓ ଏକ ଜହ୍ନ ପାଇଁ ବି ହୋଇପାରେ ।

ବୈଜ୍ଞାନିକଙ୍କ କହିବାନୁସାରେ, ଏହି ଆଇସ୍‌ ଡିସ୍କ ଅସାମାନ୍ୟ, କିନ୍ତୁ ଏହା ପ୍ରାକୃତିକ ମଧ୍ୟ । ଏହା ସେତେବେଳ ହୁଏ ଯେତେବେଳେ ବରଫ ଖଣ୍ଡ ଭାଙ୍ଗି ଭାଙ୍ଗି ଅଲଗା ହୋଇଯାଏ ଓ ବୁଲିବାକୁ ଲାଗେ । ଯେମିତି ଏହା ମୋଡିହୁଏ, ଏହା ଚଟାଣ ଓ ପାଣିରେ ବାଜି ବୁଲିବାକୁ ଲାଗେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସେମାନେ ପୂର୍ବରୁ ମଧ୍ୟ ଏମିତି ଆଇସ୍‌ ଡିସ୍କ ଦେଖିଛନ୍ତି କିନ୍ତୁ ଏତେ ବଡ ନୁହେଁ । ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଅନୁମାନ ଲଗାଯାଉଛି ।

ଗବେଷକଙ୍କ ଅନୁସାରେ, ଆଇସ୍‌ ଡିସ୍କ ଅର୍ଥାତ ବରଫ ପ୍ଲେଟ୍‌ ପାଣିର ତାପମାତ୍ରା ବଦଳିବା କାରଣରୁ ହୋଇଛି। ଏହି କାରଣରୁ ପାଣି ଭିତରେ ଭଅଁର ବନିଯାଇଛି । ଏହି ଭଅଁର ଧିରେ ଧିରେ କାଉଣ୍ଟର କ୍ଲକୱାଇଜରେ ବୁଲୁଛି । ଏହାକୁ ଦେଖିବା ପାଇଁ ବହୁତ ଲୋକ ଭିଡ ଜମିଛି।

ସମ୍ବନ୍ଧିତ ଖବର