ଆପଣ ବ୍ୟବହାର କରୁଥିବା ପ୍ୟାକେଟ୍‌ ଖିର ଅସଲି ନା ନକଲି ପରଖନ୍ତୁ ଏପରି

ନୂଆଦିଲ୍ଳୀ: ଆଜିକାଲି ଲୋକେ ନକଲି ଖିରର ଖବର ପାଇ ବେଶ୍‌ ବିବ୍ରତ ହୋଇ ପଡୁଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଖିରର ଦର ଯଦି ଆକଶଛୁଆଁ ପାଲଟୁଛି ତ ଜାଣିବାର ସମସ୍ତଙ୍କର ଅଧିକାର ରହିଛି ଯେ ଏହା ଅସଲି କି ନକଲି। ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଭିନ୍ନ ଭିନ୍ନ ସ୍ଥାନରେ ପୁଲିସ୍‌ ନକଲି ଖିରର ସନ୍ଧାନ ପାଇଛି। ହଇରାଣର କଥା ହେଉଛି ଉଭୟ ନକଲି ଓ ଅସଲି ଦେଖିବାକୁ ଏକା ପ୍ରକାର ହୋଇଥିବାରୁ ଚିହ୍ନିବା ବି ମୁସ୍‌କିଲ୍‌ ହୋଇପଡୁଛି। ଆପଣ ଯଦି ଏପରି ସମସ୍ୟାରୁ ନିଜକୁ ବଞ୍ଚାଇବାକୁ ଚାହାନ୍ତ ତେବେ ଆମେ ସେଥିପାଇଁ ଆଣପଙ୍କୁ କିଛି ସମାଧାନ ଉପାୟ ବତାଉଛୁ।

ସର୍ବପ୍ରଥମେ ଖିରକୁ ଆଘ୍ରାଣ କରନ୍ତୁ। ଯଦି ସେଥିରୁ ସାବୁନ ପରି କିଛି ବାସ୍ନା ଆସୁଛି ତେବେ ନିଶ୍ଚିତ ହୁଅନ୍ତୁ ଯେ ଏହା ନକଲି ଖିର।

ନିଜ ହାତ ଚକିରେ ଟିକେ ଖିର ନେଇ ଚାଖନ୍ତୁ। ଯଦି ଖିର ସାମାନ୍ୟ ମିଠା ଲାଗେ ତାହାଳେ ତାହା ଅସଲି ବୋଲି ନିଶ୍ଚିତ ହୁଅନ୍ତୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅସଲି ଖିରକୁ ଗରମ କରିବା ପରେ ତାହା ଆହୁରି ଧଳା ରଂଗ ହୋଇଯିବ। ମାତ୍ର ନକଲି ଖିର ଡୋଇଥିଲେ ତାହାର ରଂଗ ସାମାନ୍ୟ ହଳଦିଆ ହୋଇଯିବ।

ଗରମ ନକରି ସେହିରି କିଛି ସମୟ ରଖିଦେଲେ ବି ନକଲି ଖିରର ରଂଗ ବଦଳି ଯାଇ ହଳଦିଆ ହୋଇ ଯାଇଥାଏ। ସେଥିରୁ ଆପଣ ଅସଲି, ନକଲି ଚିହ୍ନଟ କରିପାରିବେ।

ଅସଲି ଖିରକୁ ହାତରେ ଲଗାଇଲେ ସାମାନ୍ୟ ଖଦଡ଼ ଭାଗ ଅନୁଭୂତ ହେବ। ହାତକୁ ଏକଦମ ଚିକ୍କଣ ଲାଗୁଥିଲେ ତାହା ନକଲି ବୋଲି ନିଶ୍ଚିତ ହୁଅନ୍ତୁ।

ଖିରକୁ ଏକ ବୋତଲରେ ପୂରାଇ ଜୋର୍‌ ଜୋର୍‌ ହଲାନ୍ତୁ। ଯଦି ଅଧିକ ଫେଣ ହେବ ତାହାଲେ ନିଶ୍ଚିତ ହୁଅନ୍ତୁ ଯେ ତାହା ନକଲି।

ସମ୍ବନ୍ଧିତ ଖବର