ଯେପରି ରାହୁଲ ‘ପପୁ’, ମୋଦି ‘ଫେକୁ’; ଜାଣନ୍ତୁ ସେମିତି ଗୁଗୁଲ୍‌ରେ କିଏ ଇଡିୟଟ୍‌; ଇଡିୟଟ୍‌ ସର୍ଚ୍ଚ କଲେ ଆସୁଛି ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୁହଁ

ନୂଆଦିଲ୍ଲୀ: ନିକଟରେ ଗୁଗୁଲ୍‌ ସର୍ଚରେ ଭିନ୍ନ ଭିନ୍ନ କୌତୂକିଆ କଥା ସବୁ ଦେଖିବାକୁ ମିଳି ସାରିଛି। ପୂର୍ବରୁ ଯେପରି ପପୁ ସର୍ଚ କଲେ ରାହୁଏ ଗାନ୍ଧୀ, ଫେକୁ ସର୍ଚ କଲେ ନରେନ୍ଦ୍ର ମୋଦି ଓ ଓ୍ଵର୍ଷ୍ଟ ବଲିଉଡ୍‌ ଷ୍ଟାର୍‌ ବୋଲି ସର୍ଚ୍ଚ କଲେ ସଲମାନ ଖାନଙ୍କ ଫଟୋ ଆସୁଥିଲା, ଏବେ ସେହି ତାଲିକାରେ ଆଉ ଜଣେ ସାମିଲ୍‌ ହୋଇଛନ୍ତି। ଏଥର ଗୁଗୁଲ୍‌ ସର୍ଚ୍ଚରେ ଏଭଳି ଭାବେ ଜଣେ ଏମିତି ବ୍ୟକ୍ତିତ୍ୱ ସ୍ଥାନ ପାଇଛନ୍ତି ଯାହା ଜାଣିବା ପରେ ଆପଣ ଚମକି ପଡ଼ିବେ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏବେ ଗୁଗୁଲ୍‌ରେ ‘ଇଡିୟଟ୍‌’ ବୋଲି ସର୍ଚ୍ଚ କଲେ ଦିଶୁଛି ଟ୍ରମ୍ପଙ୍କ ମୁହଁ। ଏହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଛି। ଆମେରିକା ପରି ଏକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ଇଡିୟଟ୍‌ ଭାବେ ଗୁଗୁଲ୍‌ ପରିଚୟ ଦେଇଥିବାରୁ ଏକଥା ସଭିଙ୍କୁ ଚକିତ କରିଛି।

ତେବେ ଏଭଳି ଏକ ଘଟଣା କିପରି ଘଟିଛି ତାହା ଆମେ ଆପଣଙ୍କୁ ଜଣାଇ ଦେଉଛୁ। ବାସ୍ତବ କଥାଟି ହେଉଛି ଗୁଗୁଲ୍‌ରେ ଟ୍ରମ୍ପଙ୍କୁ ନେଇ ଏକ ଆର୍ଟିକିଲ୍‌ ପ୍ରକାଶ ପାଇଥିଲା। ସେହି ଆର୍ଟିକିଲ୍‌ର ଶୀର୍ଷକରେ ଗୋଟାଏ ସ୍ଥାନରେ ‘ଇଡିୟଟ୍‌’ ଶବ୍ଦ ବ୍ୟବହୃତ ହୋଇଥିଲା। ଏହି ଶବ୍ଦଟି ସହ ଟ୍ରମ୍ପ ଫଟୋ ଗୋଟାଏ ଆର୍ଟିକିଲ୍‌ରେ ପ୍ରକାଶ ପାଇଥିବାରୁ ସଂପର୍କିତ ଶବ୍ଦ ଭାବେ ଟ୍ରମ୍ପଙ୍କ ଫଟୋ ସହ ଏହା ଯୋଡ଼ି ହୋଇଯାଇଛି।

 

ସମ୍ବନ୍ଧିତ ଖବର