ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀ ବାହାର କଲେ ଚମତ୍କାର ପଟ୍ଟି, ଅଳ୍ପଦିନରେ ପୋଡା ଚିହ୍ନ ଶରୀରରୁ ସବୁଦିନ ପାଇଁ ହୋଇଯିବ ଗାଏବ

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀ ମିଳିତ ଭାବେ ଏକ ପଟ୍ଟି ବାହାର କରିଛନ୍ତି। ଯାହାକି ବର୍ଣ୍ଣ ଇନଜରି ଚିକିତ୍ସା ପାଇଁ ରାମବାଣ ଭାବେ କାମ କରିବ। ଏହାର ବ୍ୟବହାର ସେକେଣ୍ଡ ଡିଗ୍ରି ବର୍ଣ୍ଣ ଇନଜରି (ଯେଉଁ କ୍ଷତ ଚିହ୍ନ ଗଭୀର ହୋଇଥିବ)ପାଇଁ କରାଯିବ। ଏହି ଚମତ୍କାର ପଟ୍ଟିକୁ ଗୋପେନ୍ଦ୍ର, ଆରାଧନା ଓ କିର୍ତ୍ତୀକା ପ୍ରଫେସରଙ୍କ ସହିତ ମିଶି ପ୍ରସ୍ତୁତ କରିଛନ୍ତି। ଏହି ପଟ୍ଟି ବ୍ୟବହାର ଫଳରେ ପୋଡା କ୍ଷତ ଖୁବ୍‌ ଅଳ୍ପ ଦିନରେ ଭରି ଯିବ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପଟ୍ଟିକୁ ବ୍ୟବହାର ଦ୍ୱାରା ଶରୀରର କୌଣସି କ୍ଷତ ଚିହ୍ନ ରହିବ ନାହିଁ। ଏହାର ସଫଳ ପରୀକ୍ଷଣ ଏମ୍ସ ସହିତ ମିଶି କରାଯାଇଛି।

ଏହି ପଟ୍ଟିକୁ ଜେଲାଟେନିରୁ ପ୍ରସ୍ତୁତ କରାଯାଇଛି। ଜେଲାଟେନି ଆମର ମସଲ ଟିସୁଜରେ ମହଜୁଦ ରହିଥାଏ। ଯେଉଁ କାରଣରୁ କୋଲାଜନ ଶରୀରରେ ଅଧିକ ମାତ୍ରାରେ ବନିଥାଏ। ପୋଡି ଯାଇଥିବା କ୍ଷତ ଚିହ୍ନ ଉପରେ ଏହାର ବ୍ୟବହାର ଦ୍ୱାରା ନୂଆ ଚର୍ମ ବନିବାକୁ ଲାଗିଥାଏ ଓ ଚର୍ମରେ ଥିବା ମହଜୁଦ ବର୍ଣ୍ଣ ଇନ୍‌ଜରିର ଚିହ୍ନକୁ ସବୁଦିନ ପାଇଁ ଏହା ହଟାଇ ଦେଇଥାଏ।

ସମ୍ବନ୍ଧିତ ଖବର