ଘୁମାଉଥିବା ରେଳ ଡ୍ରାଇଭରଙ୍କ ଉପରେ ନଜର ରଖିବ ଏହି ଭିଡିଓ ଗେମ୍‌

ଆଇଆଇଟି ଖଡ଼ଗପୁରର ଜଣେ ପ୍ରଫେସର ଏପରି ଏକ ଭିଡିଓ ଗେମ୍‌ର ବିକାଶ କରିଛନ୍ତି ଯାହାକି ରେଳ ଡ୍ରାଇଭରମାନଙ୍କ ଉପରେ ନଜର ରଖିବ। ଅର୍ଥାତ ସେମାନେ ସତେଜ ଅଛନ୍ତି, ହାଲିଆ ହୋଇପଡିଛନ୍ତି ବା ଘୁମଉଛନ୍ତି ତାହା ଧରିପାରିବ । ଏହା ଦ୍ୱାରା ସେ ଆଗାମୀ କିଛି ଘଣ୍ଟା ଧରି ଟ୍ରେନ ଚଳାଇବାକୁ ସକ୍ଷମ କି ନା ତାହା ଜଣାପଡିବ ।

ଏହି ଭିଡିଓ ଗେମ ସହିତ ଉକ୍ତ ପ୍ରଫେସର ଓ ତାଙ୍କ ଟିମ ଏକ ସଫ୍ଟଓ୍ଵାରର ବିକାଶ ମଧ୍ୟ କରିଛନ୍ତି , ଯାହାକି ଡ୍ରାଇଭର ଟ୍ରେନ ଚଳାଉଥିବାବେଳେ ଘୁମେଇ ପଡିଲେ ତୁରନ୍ତ ରେଲବାଇ କର୍ତ୍ତୃପକ୍ଷଙ୍କୁ ସାବଧାନ କରିଦେବ ।

ଚେମଭିଟ୍‌ ନାମକ ଏହି ଆପ୍‌ ଇଓଜି ସିଗନାଲ ବ୍ୟବହାର କରି ଡ୍ରାଇଭରଙ୍କ ଜାଗ୍ରତ ଅବସ୍ଥା ଉପରେ ନଜର ରଖିବ । ଏଥିଲାଗି ଡ୍ରାଇଭରଙ୍କୁ ମୁଣ୍ଡରେ ଏକ ପଟ୍ଟି ବାନ୍ଧିବାକୁ ପଡିବ । ଏହି ହେଡ୍‌ ବ୍ୟାଣ୍ଡ ଡ୍ରାଇଭରଙ୍କ ଆଖିର ରେଟିନା ଓ କର୍ଣିଆ ମଧ୍ୟରେ ଥିବା ଭୋଲଟେଜ୍‌ ବ୍ୟବଧାନକୁ ଅନୁଧ୍ୟାନ କରିବ । ଏହା ଅନୁଯାୟୀ ଆଗାମୀ କିଛି ଘଣ୍ଟା ପାଇଁ ସେ ଜାଗ୍ରତ ରହିବ ବା ଘୁମେଇ ପଡିବ ତାହା ନିର୍ଣ୍ଣୟ କରାଯାଇପାରିବ ।

 

ଏବେ ଏହି ଭିଡିଓ ଗେମ ଓ ସଫ୍ଟଓ୍ଵାରକୁ ଖଡଗପୁର ରେଳବାଇ ଡିଭିଜନରେ ପାଇଲଟ ବେସିସ୍‌ରେ ପ୍ରୟୋଗ କରାଯାଉଛି ବୋଲି କହିଛନ୍ତି ଡିଭିଜନାଲ ରେଲବାଇ ମ୍ୟାନେଜର କେଆରକେ ରେଡ୍ଡୀ କହିଛନ୍ତି ।

ସମ୍ବନ୍ଧିତ ଖବର