ମାଗିଆଣି େଓ୍ଵଷ୍ଟକୋର୍ଟ ପିନ୍ଧିିଲେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ

ଇସଲାମବାଦ: ପାକିସ୍ତାନ ଜାତୀୟ ଆସେମ୍ଲିରେ ଏକ ରୋଚକ ଘଟଣା ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ୧୮ ତାରିଖରେ ଶପଥ ନେବାକୁ ଥିବା ପାକିସ୍ତାନ ତେହେରିକ ଇ ଇନସାଫ (ପିଟିଆଇ) ପାର୍ଟି ମୁଖ୍ୟ ଇମ୍ରାନ ଖାଁକୁ ନେଇ ଏହି ଖବରଟି ବର୍ତ୍ତମାନ ସୋସିଅଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଜାତୀୟ ଆସେମ୍ଲି ର ରେଜିଷ୍ଟ୍ରସନ କାର୍ଡ ପାଇଁ ଫଟୋ ଉଠାଇବା ପାଇଁ ଇମ୍ରାନ ଖାଁ ଜାତୀୟ ଆସେମ୍ଲିର ଜଣେ କର୍ମଚାରୀଙ୍କ େଓ୍ଵଷ୍ଟକୋଟ ମାଗିଆଣି ପିନ୍ଧିବା ଓ ଏହାକୁ ପିନ୍ଧି ଫଟୋ ଉଠାଇବା ଘଟଣାକୁ ନେଇ ଏବେ ଜୋର ଚର୍ଚା।
ପାକିସ୍ତାନର ୧୫ତମ ଜାତୀୟ ଆସେମ୍ଲିର ପ୍ରଥମ ଦିନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏହାର ସଦସ୍ୟଭାବେ ଗତକାଲି (ସୋମବାର) ଶପଥ ଗ୍ରହଣ କରିବାକୁ ଜାତୀୟ ଆସେମ୍ଲିକୁ ଆସିଥିଲେ ଇମ୍ରାନ ଖାଁ। ଜାତୀୟ ଆସେମ୍ଲିର ବିଦାୟୀ ବାଚସ୍ପତି ଆୟାଜ ସିଦ୍ଦିକ ଇମ୍ରାନ ଖାଁକୁ ଶପଥ ପାଠ କରାଇଥିଲେ। ତେବେ ଇମ୍ରାନ ଖାଁ ଜାତୀୟ ଆସେମ୍ଲିକୁ ଶପଥ ଗ୍ରହଣ ପାଇଁ କେବଳ ଧଳା ସାଲଓ୍ଵାର କମିଜ୍‌ ପନ୍ଧି ଆସିଥିଲେ। ସଂସଦର ରେଜିଷ୍ଟ୍ରେସନ କାର୍ଡରେ ଲଗାଯିବାକୁ ଥିବା ଫଟୋ ପାଇଁ ଇମ୍ରାନ ଫଟୋ ଉଠାଇବାକୁ ଗଲା ବେଳେ ଏକ େଓ୍ଵଷ୍ଟକୋଟ ଚାହିଁଥିଲେ। ତେଣୁ ଜାତୀୟ ଆସେମ୍ଲିର ଜଣେ କର୍ମଚାରୀ ନିଜର କଳା ରଙ୍ଗର େଓ୍ଵଷ୍ଟକୋଟ୍‌ଟିକୁ ଓହ୍ଲାଇ ଇମ୍ରାନ ଖାଁକୁ ଦେବା ସହିତ ଏହାକୁ ପିନ୍ଧିବାରେ ଇମ୍ରାନଙ୍କୁ ସହଯୋଗ କରିଥିଲେ। ଏହି େଓ୍ଵଷ୍ଟକୋଟ ପିନ୍ଧି ଇମ୍ରାନ ଖାଁ ସେଠାରେ ପଡ଼ିଥିବା ଏକ ଷ୍ଟୁଲରେ ବସି ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର