ବିରଳ ଦୃଶ୍ୟ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କଲା ଭାରତ-ପାକିସ୍ତାନ ଯବାନଙ୍କ ସାଥୀ ହୋଇ ନାଚିବା ଭିଡିଓ

0 1,655

ନୂଆଦିଲ୍ଲୀ: ବଲିଉଡ୍‌ର ଏକ ପଞ୍ଜାବୀ ଟ୍ରାକ୍‌ରେ ଉଭୟ ଭାରତ ଓ ପାକିସ୍ତାନୀ ଯବାନ ନୃତ୍ୟ କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି। ସଂଘାଇ କର୍ପୋରେଟିଂ ଅର୍‌ଗାନାଇଜେସନ୍‌(ଏସ୍‌ସିଓ)ର ସଦସ୍ୟମାନଙ୍କ ସହ ଭାରତୀୟ ସେନା ଦ୍ୱାରା ଆୟୋଜିତ ରୁଷରେ ହେଉଥିବା କାର୍ଯ୍ୟକ୍ରମ ‘ଭାରତୀୟ ଦିବସ’ରେ ଉଭୟ ଭାରତୀୟ ଓ ପାକିସ୍ତାନୀ ଯବାନମାନେ ଯୋଗ ଦେଇଥିଲେ। ସମରାଭ୍ୟାସ ପାଇଁ ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ଯବାନ ମିଶି କରି ନୃତ୍ୟ କରୁଥିବାର ଦୃଶ୍ୟ ବେଶ୍‌ ଚିତାକର୍ଷକ।

Panda Mobile only

ଅଗଷ୍ଟ ୨୨ରୁ ୩୦ ମଧ୍ୟରେ ଆୟୋଜିତ ହୋଇଥିବା ଏହି ସମରାଭ୍ୟାସ କାର୍ଯ୍ୟକ୍ରମରେ ଏସ୍‌ସିଓର ୮ ସଦସ୍ୟ ସାମିଲ୍‌ ଥିଲେ। ଏହି କାର୍ଯ୍ୟକ୍ରମରେ କେବଳ ଭାରତ, ପାକିସ୍ତାନ ନୁହେଁ; ଚୀନ, ରୁଷ୍‌, କାଜାକ୍‌ସ୍ତାନ, ତାଜିକସ୍ତାନ, କିଗ୍ରିସ୍ତାନ ଦେଶରୁ ପ୍ରାୟ ୩,୦୦୦ ସୈନିକ ଭାଗ ନେଇଥିଲେ। ଏଥିରେ ଭାରତୀୟ ଦଳର ୨୦୦ ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ୮ଟି ଦେଶ ମଧ୍ୟରେ ହୋଇଥିବା ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ଅନ୍ତିମରେ ଭାରତ ପାକିସ୍ତାନକୁ ହାରାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.