ଭାରତରେ ରହିଛି ଏପରି ଏକ ଗ୍ରାମ; ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ କରନ୍ତି ଦ୍ୱିତୀୟ ବିବାହ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ!

ଜୟପୁର (ରାଜସ୍ଥାନ): ବିବାହ ପରେ ମାତୃତ୍ୱ ଜଣେ ମହିଳାର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥାଏ । କିନ୍ତୁ ଭାରତର ରାଜସ୍ଥାନର ବାଡ଼ମେର ଗ୍ରାମରେ ମାତୃତ୍ୱ ମହିଳାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ । କାରଣ ଏଠାରେ ଗର୍ଭବତୀ ହେବା ପରେ ମହିଳାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥାନ୍ତି । ଏହି ପରମ୍ପରା ବହୁକାଳରୁ ଚାଲ ଆସିିଥିବା ବେଳେ ମହିଳାମାନେ ଏହା ବିଷୟରେ ଜାଣି ମଧ୍ୟ ବିବାହ କରିବାକୁ ରାଜି ହୋଇଥାନ୍ତି । ତେବେ ରାଜସ୍ଥାନର ଏପରି ପରମ୍ପରା ପଛରେ ରହିଛି ଏକ ବିଚିତ୍ର କାରଣ!

rochakpost.com

ପ୍ରକୃତରେ କଥା ହେଉଛି ରାଜସ୍ଥାନର ବାଡ଼ମେର୍‌ ଗ୍ରାମରେ ବହୁ ମାତ୍ରାରେ ଜଳ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଗ୍ରାମର ମହିଳାମାନେ ବହୁବାଟ ଚାଲିଚାଲି ଯାଇ ମାଠିଆରେ ପାଣି ଭରି ଘର ପାଇଁ ଆଣିଥାନ୍ତି । ଯେଉଁ ପାଣିରେ ଘରର ରୋଷେଇ ହେବା ସହ ସମସ୍ତ କାମ ହୋଇଥାଏ । ଏଣୁ ମହିଳାମାନେ ଗର୍ଭବତୀ ହେବା ମାତ୍ରେ ଘରେ ଆଉ ଜଣେ ମହିଳାଙ୍କର ଆବଶ୍ୟକତା ପଡ଼ିଥାଏ । ଯାହା ଫଳରେ ପୁରୁଷମାନେ ୨-୩ ଥର ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି । ରାଜସ୍ଥାନରେ ଏହି ପରମ୍ପରା ବହୁ କାଳରୁ ଚାଲି ଆସୁଥିବା ବେଳେ କେହି ମଧ୍ୟ ଏହାକୁ ପରିବର୍ତ୍ତନ କରିବା ବିଷୟରେ ଏଯାବତ୍‌ ଚିନ୍ତା କରି ନାହାନ୍ତି କିମ୍ବା କୌଣସି ପ୍ରକାରର ପଦକ୍ଷେପ ନେଇନାହାନ୍ତି।

ସମ୍ବନ୍ଧିତ ଖବର