କୁନି ବାଳକ ମୁହଁରେ ଛୁଟିଲା ହସର ସୁଅ, ଯେବେ ପୁଲିସ୍‌ବାଲା ଦୁଆରେ ପହଞ୍ଚାଇଲେ ଜନ୍ମଦିନ କେକ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରାୟ ୨ ମାସ ହେବ କେନ୍ଦ୍ର ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଜଣେ ପୁଲିସ୍‌ କର୍ମୀଙ୍କ ଉଦାରତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ପୁଲିସ୍‌ କର୍ମୀ ଜଣକ ଜଣେ କୁନି ବାଳକ ପାଇଁ ଜନ୍ମଦିନ କେକ୍‌ ଯୋଗାଡ଼ କରିଥିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଇନ୍‌ସ୍ପେକ୍ଟର ମୁନୀଷ ପ୍ରତାପ ସିଂହଙ୍କ ପାଖକୁ ରାତି ପ୍ରାୟ ୧୦ଟା ସମୟରେ ଏକ ଫୋନ୍‌ କଲ୍‌ ଆସିଥିଲା। ସେପାଖରୁ ଶୁଭିଲା, ‘ଆପଣ ମୋ ପୁଅ ପାଇଁ ଏକ ଜନ୍ମଦିନ କେକ୍‌ ଯୋଗାଡ଼ କରିପାରିବେ କି? ସେ ବାସ୍ତବରେ ଖୁବ୍ ଦୁଃଖୀ ରହୁଛି।’

www.bbc.com

ସେତେବେଳେକୁ ରାତି ୧୦ ବାଜି ସାରିଥିବା ହେତୁ ସବୁ ଦୋକାନ ବନ୍ଦ ହୋଇ ସାରିଥାଏ। ତା’ ସ‌ତ୍ତ୍ବେ ଇନ୍‌ସ୍ପେକ୍ଟର ମୁନୀଷ ସେ ଜାଣିଥିବା ବେକରକୁ କଲ୍‌ କଲେ। ଯୋଗକୁ କେକ୍‌ ସେଠାରେ ଉପଲବ୍ଧ ଥିଲା। ସେ କେକ୍‌ ନେଇ ବର୍ଥଡେ ବୟର ବାପାଙ୍କ ନିକଟରେ ପହଞ୍ଚାଇଲେ।

କେକ୍‌ ପହଞ୍ଚାଇବା ପରେ ପ୍ରତାପ କୁହନ୍ତି, ‘ମୋ ଟିମ୍‌ ଓ ମୁଁ ଯେଉଁ କଷ୍ଟ କରି କେକ୍‌ଟି ନେଇ ପହଞ୍ଚାଇଥିଲୁ। ସେ ବାଳକର ମୁହଁଟିକୁ ଦେଖିବା ପରେ ସବୁ କଷ୍ଟ ଦୂର ହୋଇଗଲା।’

ଇନ୍‌ସ୍ପେକ୍ଟର ପ୍ରତାପ ଓ ତାଙ୍କ ଟିମ୍‌ ପୂର୍ବରୁ ବି ବହୁ ଜନ୍ମଦିନ କେକ୍‌ ସହ ଏହି ଲକ୍‌ଡାଉନ୍‌ ସମୟରେ ନିରାଶ୍ରୟ ଲୋକଙ୍କ ପାଖରେ ଖାଦ୍ୟ ନେଇ ପହଞ୍ଚାଇଥିବାର ଉଦାହରଣ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର