ବଡ଼ଦାଣ୍ଡର ଡିଗ୍ରି ଇଂଜିନିୟର ଭିକାରିଙ୍କ ପରେ ଇଂରାଜୀରେ କଥା ହୋଇ ଗୀତ ଗାଉଥିବା ଆଉ ଜଣେ ଭିକାରିଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଓଡ଼ିଶାର ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତ୍ତି କରୁଥିବା ଇଂଜିନିୟରିଂ ଡିଗ୍ରିଧାରୀ ଗିରିଜା ଶଙ୍କର ମିଶ୍ରଙ୍କ କଥା ତ ଆମେ ସମସ୍ତେ ଜାଣିଛେ। ଏହି କ୍ରମରେ ଆଉ ଜଣେ ଭିକାରିଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି କେଉଁ ସ୍ଥାନର ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ଏହି ଭିକାରିଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର କାରଣ ହେଉଛି, ତାଙ୍କର ଇଂରାଜୀରେ କଥା ହେବା ଆଉ ଗୀତ ଗାଇବାର ଶୈଳୀ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, କିଛି ଲୋକ ଜଣେ ବୃଦ୍ଧ ଭିକାରିଙ୍କୁ ହିନ୍ଦୀରେ କ’ଣ ପଚାରିବାରୁ ସେ ଇଂରାଜୀ ଜାଣନ୍ତି ଓ ଇଂରାଜୀରେ ଯାହା ପଚାରିଲେ ସେ କହି ପାରିବେ ବୋଲି କହୁଛନ୍ତି। ଏହାପରେ ଭିଡିଓ ତିଆରି କରୁଥିବା ଲୋକମାନେ ଉକ୍ତ ଭିକାରିଙ୍କୁ ଇଂରାଜୀରେ ପ୍ରଶ୍ନ କରୁଛନ୍ତି, ତୁମର ଦୈନଦିନ ଜୀବନ ବିଷୟରେ କ’ଣ କହିବାକୁ ଚାହୁଁଛ?

ଏହାର ଉତ୍ତରରେ ଭିକାରି ଜଣକ କହୁଛନ୍ତି, ‘ମୁଁ ତ ଜଣେ ଭିକାରି।’ ସେହିପରି ତୁମେ ଭକ୍ଷା ବୃତ୍ତି କରିବା ଛଡ଼ା ଆଉ କ’ଣ କରିପାର ବୋଲି ପଚାରିବାରୁ ସେ କହିଥିଲେ, ‘ମୋ ନାମ ଶନି ବାବା। ମୁଁ ଭିକ୍ଷା ବୃତ୍ତି ଛଡ଼ା ଗୀତ ଗାଇ ଥାଏ ଓ ନାଚ ବି କରିଥାଏ।’

ତୁମକୁ ଇଂରାଜୀରେ ଗୀତ ଆସିଥାଏ ପ୍ରଶ୍ନର ଜବାବରେ ଭିକାରି ଶନି ବାବା କହିଥିଲେ, ‘ହଁ ଆସେ, କିନ୍ତୁ ଏବେର ନୂଆ ଗୀତ ନୁହେଁ ପୁରୁଣା ଗୀତ ଜାଣିଛି।’ ଏହା ପରେ ସେ ଇଂରାଜୀରେ ପୁରୁଣା ଗୀତରୁ ଦୁଇ ପଦ ଅତି ଚମତ୍କାର ଭାବେ ଗାଇ ଶୁଣାଇଥିଲେ।

ସମ୍ବନ୍ଧିତ ଖବର