ସମସ୍ତେ ନିଜର ଘର ତିଆରି କରିବା ପାଇଁ ଚାହାନ୍ତି। ନିଜର ଏକ ଘର ହେଉ, ଆଉ ସମସ୍ତେ ଖୁସି ଖୁସିରେ ରୁହନ୍ତୁ, ଏପରି ଥାଏ ସମସ୍ତଙ୍କର ଥାଏ। ତେବେ ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନାହିଁ। ଏପରିସ୍ଥଳେ ନିଜର ଏକ ଦେଶ ତିଆରି କରିବା ନିହାତି ଏକ ଆଶ୍ଚର୍ଯ୍ୟକର ଘଟଣା। ତେବେ ଏପରି କିଛି କରିଛନ୍ତି ଭାରତର ଜଣେ ଯୁବକ। ସେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ଦେଶ। ଏହା ଶୁଣିବା ପାଇଁ ଅଜବ ଲାଗିଲେ ମଧ୍ୟ ଏକଥା ସତ। ଇନ୍ଦୋର ନିବାସୀ ସୂୟସ ଦୀକ୍ଷିତ ଏକ ସ୍ଥାନ ବିଷୟରେ ଜାଣିବା ପାଇଁ ପାଇଲେ ଯାହା ସୁଦାନ ଓ ଇଜିପ୍ଟ ମଧ୍ୟରେ ଅବସ୍ଥିତ। କିନ୍ତୁ ଏହି ସ୍ଥାନ ଉପରେ କୌଣସି ବି ଦେଶର ଅଧିକାର ନଥିଲା। ଏହାର ସୁଯୋଗ ଉଠାଇଲେ ସୂୟସ ଏବଂ ସେଠାରେ ନିଜର ଏକ ସ୍ୱତନ୍ତ୍ର ଦେଶ ତିଆରି କଲେ। ଏହି ଦେଶର ନାମ ରଖିଛନ୍ତି ‘ କିଙ୍ଗଡମ୍ ଅଫ୍ ଦୀକ୍ଷିତ’।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଫେସବୁକରେ ନିଜ ଦେଶ ବିଷୟର ଘୋଷଣା କରିଛନ୍ତି ସୂୟସ। ନିଜକୁ ଉକ୍ତ ଦେଶର ରାଜା ଘୋଷିିତ କରିଛନ୍ତି ସେ। ସେ ଏବେ ଚାହୁଁଛନ୍ତି ଉକ୍ତ ସ୍ଥାନ ପାଇଁ ୟୁଏନ୍ ମାନ୍ୟତା ମିଳୁ। ସୂଚନାଯୋଗ୍ୟ ସୂୟସଙ୍କ ଦେଶର ପ୍ରକୃତ ନାମ ହେଲା ତାବିଲ। ସୂୟସ ଫେସବକୁରେ ପ୍ରକାଶ କରିଛନ୍ତି ବହୁତ ପରିଶ୍ରମ କରିବା ପରେ ସେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ସେ କହିଛନ୍ତି ଏଠାରେ ୯୦୦ ସ୍ୱାଇ ଫୁଟର ଅଞ୍ଚଳ ଅଛି, ଯାହା କୌଣସି ବି ଦେଶର ଅଧିନରେ ନାହିଁ । ଏଠାରେ ଆରାମରେ ଜୀବନ ଧାରଣ କରିହେବ।
ତେବେ ସୂୟସ ତାଙ୍କ ଦେଶରେ ବୃକ୍ଷରୋପଣ ପାଇଁ ମଞ୍ଜି ବୁଣି ପାଣି ଢାଳିଛନ୍ତି। ସୂୟସ ତାଙ୍କର ସ୍ୱତନ୍ତ୍ର ଦେଶ ‘କିଙ୍ଗଡମ୍ ଅଫ୍ ଦୀକ୍ଷିତ’ ଘୋଷଣା କରିବା ପରେ ନିଜ ବାପାଙ୍କୁ ସେଠାର ପ୍ରଧାନମନ୍ତ୍ରୀ, ରାଷ୍ଟପତି ଘୋଷଣା କରିଛନ୍ତି ଏବଂ ଉକ୍ତ ଦେଶର ରାଜା ସେ ନିଜେ ବୋଲି ଫେସବୁକରେ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ସେ ଏହି ଦେଶର ୱେବସାଇଟ ମଧ୍ୟ ତିଆରି କରିଛନ୍ତି। ସେ କହିଛନ୍ତି, ମୋ ଦେଶରେ ଏବେ ଅନେକ ପଦବୀ ଖାଲି ଅଛି। କେହି ବି ଏଥପାଇଁ ଆବେଦନ କରିପାରିବେ।
ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ କିଛି ବିଶେଷ କଥା:
– ଦେଶର ସର୍ବମୋଟ୍ ଜନସଂଖ୍ୟା ଏକ।
– ଏହି ଦେଶର ରାଜଧାନୀ ନାମ ହେଲା ସୂୟଶପର।
– ୫, ନଭେମ୍ବର ୨୦୧୭ରେ ଦେଶର ସ୍ଥାପନ ହୋଇଛି- ସୂୟସ ଦେଶର ରାଷ୍ଟ୍ରପଶୁ ଭାବେ ଝିଟିପିଟକୁ ଚୟନ କରିଛନ୍ତି, କାରଣ ସେଠାରେ କେବଳ ଝିଟିପଟି ହିଁ ଦେଖା ଯାଉଛନ୍ତି।